ଆପଣ ଜାଣିଛନ୍ତି କି ଖାଲି ସମୟରେ କଣ କରିବାକୁ ପସନ୍ଦ କରନ୍ତି ଏମାନେ

ସାଧାରଣତଃ ଆମ ସମସ୍ତଙ୍କ ପାଖରେ ଏପରି କିଛି ଅଭ୍ୟାସ ରହିଥାଏ, ଯାହାକୁ ସମସ୍ତଙ୍କ ପାଖରେ ପ୍ରକାଶ କରିବାକୁ ଭଲ ଲାଗି ନଥାଏ।  ଏପରି କିଛି ଜିନିଷ ଯାହା କେବଳ ଲୋକଙ୍କୁ ଏକୁଟିଆରେ ହିଁ କରିବାକୁ ପସନ୍ଦ ଥାଏ। କିନ୍ତୁ ତାହା ଯେତେବେଳେ ସମସ୍ତଙ୍କ ସାମ୍ନାରେ କରିବାକୁ ପଡ଼େ ସେ ପଛଘୁଞ୍ଚା ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଲୋକ ଏକୁଟିଆ କରିବାକୁ ପସନ୍ଦ କରନ୍ତି।

-କିଛି ଲୋକ ଏକୁଟିଆରେ ଦର୍ପଣ ଦେଖିବାକୁ ପସନ୍ଦ କରନ୍ତି। ଏହି ବ୍ୟକ୍ତି ମାନଙ୍କୁ ଦର୍ପଣ ସାମ୍ନାରେ ଠିଆ ହୋଇ ବିଭିନ୍ନ ପ୍ରକାରର ମୁହଁ ବନାଇବାକୁ ଇଛା ହୋଇଥାଏ।

-କିଛି ବ୍ୟକ୍ତିଙ୍କୁ ଲୋକଙ୍କ ସାମ୍ନାରେ ନୁହଁ ବରଂ ଏକୁଟିଆ କାନ୍ଦିବାକୁ ଭଲ ଲାଗିଥାଏ। ସେମାନେ ଭାବନ୍ତି ଏହା ଦ୍ବାରା ତାଙ୍କ ଦୁର୍ବଳତା କାହା ସାମ୍ନାକୁ ଆସିନଥାଏ।

-ଅନେକଙ୍କୁ ନିଜ ଉପରେ ଅଲଗା ଅଲଗା ପୋଷାକ ଟ୍ରାଏ କରିବାକୁ ଭଲ ଲାଗେ। ସେମାନେ ଖାଲି ସମୟରେ ବିଭିନ୍ନ ପ୍ରକାରର ପୋଷାକ ପରିଧାନ କରି ନିଜର ଫଟୋ ଉଠାଇଥାନ୍ତି।

-କିଛି ବ୍ୟକ୍ତିଙ୍କୁ ଏକୁଟିଆ ଥିବା ସମୟରେ ଗୀତ ଗାଇବା ସହ ନାଚିବାକୁ ବହୁ ପସନ୍ଦ ଥାଏ। ଅନେକ ଏକୁଟିଆ ନିଜ ସାଙ୍ଗରେ କଥା ହେବାକୁ ପସନ୍ଦ କରନ୍ତି।

You might also like