ନିୟମିତ ଏକ୍ସରସାଇଜ୍‌ କରିବା ବେଳେ ଏସବୁ ଭୁଲ କରିଥାନ୍ତି ଲୋକେ, ଆପଣ ବି କରୁନାହାନ୍ତି ତ!

ନିୟମିତ ବ୍ୟାୟାମ ଓ ଏକ ଉତ୍ତମ ଡାଏଟ୍‌ ଆମକୁ ଫିଟ୍‌ ରଖିବାରେ ସାହାଯ୍ୟ କରିଥାଏ। କରୋନା ଯୋଗୁ ଏବେ ଲୋକମାନେ ଘରେ ରହି ମଧ୍ୟ ଏକ୍ସରସାଇଜ୍‌ କରୁଛନ୍ତି। କିନ୍ତୁ ଅଧିକାଂଶ ଲୋକ ଓ୍ଵାର୍କଆଉଟ୍‌ ବେଳେ କେତେକ ଭୁଲ କରିବସନ୍ତି, ଯାହା ଫଳରେ ଏକ୍ସରସାଇଜ୍‌ର ଲାଭ ମିଳିବା ପରିବର୍ତ୍ତେ ଓଲଟା ପ୍ରଭାବ ପଡ଼େ। ତେବେ ଆସନ୍ତୁ ଜାଣିବା ବ୍ୟାୟାମ କରିବା ବେଳେ ଆମେ କରୁଥିବା କେତେକ ଭୁଲ ସମ୍ପର୍କରେ…

  • ଏକ୍ସରସାଇଜ୍‌ କରିବା ପୂର୍ବରୁ ସଠିକ ଶୈଳୀ ଜାଣନ୍ତୁ।
  • ଯଦି ଶରୀରର କୌଣସି ଅଙ୍ଗରେ କିଛି ସମସ୍ୟା ଅଛି, ତେବେ ଉକ୍ତ ଅଙ୍ଗ ପରେ ଅଧିକ ଚାପ ପକାନ୍ତୁ ନାହିଁ।
  • କେବେ ବି ଖାଲି ପେଟରେ ଏକ୍ସରସାଇଜ୍‌ କରନ୍ତୁ ନାହିଁ। ଘଣ୍ଟାଏ ପୂର୍ବରୁ କିଛି ହାଲ୍‌କା ଖାଦ୍ୟ ଖାଆନ୍ତୁ। ଫଳରେ ଓ୍ଵାର୍କ ଆଉଟ୍‌ ବେଳେ ଶକ୍ତି ମିଳିବ।
  • ବ୍ୟାୟାମ କରିବା ପରେ କିଛି ସମୟ ବିଶ୍ରାମ ନିଅନ୍ତୁ। ଫଳରେ ମାଂସପେଶୀ ରିଲାକ୍ସ ହେବ।
  • ପତଳା ହେବା ପାଇଁ ଲୋକମାନେ କଠିନ ବ୍ୟାୟାମ କରୁଥିଲେ ମଧ୍ୟ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଉନଥିବାରୁ ଇଚ୍ଛା ମୁତାବକ ଫଳ ପାଇପାରନ୍ତି ନାହିଁ। ଏଣୁ ସବୁବେଳେ ପୋଷକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଖାଆନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.