ଏହି ରାଶିର ବ୍ୟକ୍ତି ଲାଇଫ ପାର୍ଟନରଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ରଖନ୍ତି ସଂଦେହୀ ନଜର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଯେତେବେଳେ ଅଶୁଭଏବଂ କମଜୋର ହୋଇଥାଏ ସେତେବେଳେ ରାଶିମାନଙ୍କ ଉପରେ ଖରାପ ପ୍ରଭାବ
ପକାଇଥାଏ | ଯେଉଁଥି ପାଇଁ ବ୍ୟକ୍ତିଟି ଆଗରେ ଏକ ଭ୍ରମ ସ୍ଥିତି ଉପୁଜିଥାଏ | ଯାହାଫଳରେ ସନ୍ଦେହ କରିବା ଭଳି ପରିସ୍ଥିତି ଆସିଥାଏ |ଯେଉଁ ବ୍ୟକ୍ତି ମାନଙ୍କର ଏହି ରାଶି ହୋଇଥାଏ ,ସେମାନେ ଏଥିପାଇଁ କେବେ କେବେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି |

ବୃଷ :

ବୃଷ ରାଶିର ସ୍ୱାମୀ ଅଟନ୍ତି ଶୁକ୍ର | ଏହାର ପାପ ଗ୍ରହ ରାହୁ ସହିତ ମିତ୍ରତା ଅଛି | ରାହୁର ଅଶୁଭ ସ୍ଥିତି ବୃଷ ରାଶିର ଜାତକକୁ ଭ୍ରମ ପ୍ରଦାନ କରେ | ଏମିତି ଲୋକ ନିଜର ପାର୍ଟନରଙ୍କର ଗତିବିଧି ଉପରେ ନଜର ରଖନ୍ତି | ଏ ରାଶିର ସ୍ୱଭାବ ଏମିତି ହୋଇଥାଏ କି ଏମାନଙ୍କ ଉପରେ ଅନ୍ୟ କେହି ବ୍ୟକ୍ତି ଆଖି ବୁଜି ଭରସା କରି ପାରିବେ | କିନ୍ତୁ ଏମାନେ ଏତେ ସହଜରେ କାହାରି ଉପରେ ବିଶ୍ୱାସ କରନ୍ତି ନାହିଁ | ଏ ଜାତକ ବହୁତ ଜିଜ୍ଞାସୁ ପ୍ରବୃତ୍ତିର ହୋଇଥାନ୍ତି | ନିଜର ପାର୍ଟନରଙ୍କ ଗତିବିଧି ଉପରେ ବହୁତ ନଜର ରଖନ୍ତି | ଏମାନଙ୍କୁ ବୁଝାଇବା ବହୁତ ମୁସ୍କିଲ ହୋଇଥାଏ | ଯେଉଁ ଲୋକମାନଙ୍କର ନାମ ଈ ,ଉ ,ଏ ,ଓ ,ବା ,ବୀ ,ବୂ ,ବେ, ବୋ ରୁ ଆରମ୍ଭ ହୋଇଥାଏ ସେମାନଙ୍କର ବୃଷ ରାଶି ହୋଇଥାଏ |

କର୍କଟ :

କର୍କଟ ରାଶିର ଲୋକମାନେ କୋମଳ ହୃଦୟର ହୋଇଥାନ୍ତି | ଏମାନେ ବହୁତ ଶୀଘ୍ର ଦୁଶ୍ଚିନ୍ତା ଭିତରେ ଫସି ଯାଆନ୍ତି | କର୍କଟ ରାଶିର ସ୍ୱାମୀ ଅଟନ୍ତି ଚନ୍ଦ୍ରମା ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରମାଙ୍କୁ ମନ -କାରକ ଗ୍ରହ କୁହାଯାଏ | କର୍କଟ ରାଶିର ଜାତକଙ୍କୁ ରିଲେସନସିପରେ ପାର୍ଟନରକୁ ସ୍ୱାଧୀନତା ଦେବା ବିଲକୁଲ ପସନ୍ଦ ନୁହେଁ | ଏ ରାଶିର ଝିଅମାନେ ନିଜର ପାର୍ଟନର ଉପରେ ସମ୍ପୂର୍ଣ ନଜର ରଖିଥାନ୍ତି ଏବଂ ସେମାନେ କୁଆଡେ ଯିବା ଆସିବା କରନ୍ତି, କାହା ସାଙ୍ଗରେ ଦେଖା କରନ୍ତି, ସବୁ ଲୋକଙ୍କ ଉପରେ ନଜର ରଖିଥାନ୍ତି |ଯେଉଁ ଲୋକମାନଙ୍କର ନାମ ହୀ ,ହୂ ,ହେ ,ହୋ ,ଡା ,ଡି ,ଡୁ ,ଡେ ,ଡୋ ,ବେ ରୁ ଆରମ୍ଭ ହୋଇଥାଏ ସେମାନଙ୍କର କର୍କଟ ରାଶି ହୁଏ |

ମୀନ ରାଶି :

ଯେଉଁ ଲୋକମାନଙ୍କର ମୀନ ରାଶି ହୋଇଥାଏ, ସେମାନଙ୍କର କୁଣ୍ଡଳୀରେ ଯଦି ଅଶୁଭ ଗ୍ରହମାନଙ୍କର ସଂଖ୍ୟା ଅଧିକ ହୋଇଥାଏ ତେବେ ଏହି ପ୍ରକାର ପରିସ୍ଥିତି ହୋଇଥାଏ | ଏହି ରାଶିର ସ୍ୱାମୀ ଅଟନ୍ତି ଗୁରୁ | ଗୁରୁ ଯେବେ ରାହୁ କିମ୍ବା କେତୁ ଦ୍ୱାରା ପୀଡିତ ହୁଅନ୍ତି ତେବେ ସନ୍ଦେହର ସ୍ଥିତି ଉପୁଜିଥାଏ | ସେହି କୁଣ୍ଡଳୀରେ ଯେତେବେଳେ ଶନି ଏବଂ ଚନ୍ଦ୍ରମାଙ୍କର ସଂଯୋଗ ହୋଇଥାଏ, ତେବେ ବିଷ ଯୋଗ ସୃଷ୍ଟି ହୋଇଥାଏ  ସେଥିପାଇଁ ଏମାନେ ନିଜର ପାର୍ଟନର ଉପରେ କେବେ କେବେ ସନ୍ଦେହ କରିଥାନ୍ତି |

ଏ ରାଶିର ମହିଳାମାନେ ନିଜର ପତି କିମ୍ବା ପାର୍ଟନରଙ୍କ ଉପରେ ସମ୍ପୂର୍ଣ ରୂପେ ଭରସା କରନ୍ତି ନାହିଁ | ବାସ୍ତବରେ ଏମାନଙ୍କର ସଂଦେହୀ ନଜର ଏମାନଙ୍କର ସ୍ୱଭାବର ଅଂଶ ହୋଇଥାଏ | କୁହାଯାଏ କି ଏ ଲୋକମାନେ ବହୁତ ଭାବ ପ୍ରବଣ ହୋଇଥାନ୍ତି | ଏମିତିରେ ନିଜର ପାର୍ଟନରଙ୍କ ଗତିବିଧି ଉପରେ ନଜର ରଖନ୍ତି ଏବଂ ତାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରି ଦିଅନ୍ତି | ଯେଉଁ ଲୋକମାନଙ୍କର ନାମ ଦୀ ,ଦୂ ,ଥ ,ଝ, ନ୍ୟ,ଦେ ,ଦୋ ,ଚା ,ଚି ଅକ୍ଷରରୁ ଆରମ୍ଭ ହୋଇଥାଏ, ଏମାନଙ୍କର ମୀନ ରାଶି ହିଁ ହୁଏ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.