ଲାଇଫ୍ ଷ୍ଟାଇଲ୍

ବୃଦ୍ଧା ଏବଂ ଗର୍ଭବତୀ ମହିଳାଙ୍କ ସହ ଏହି ସବୁ ରାଶିର ବ୍ୟକ୍ତି ଭୁଲରେ ବି ପିନ୍ଧନ୍ତୁ ନାହିଁ ସୁନା, ହୋଇପାରେ ସମସ୍ୟା

ଧାର୍ମିକ ମାନ୍ୟତା ଅନୁସାରେ, ୯ ଗ୍ରହ ମଧ୍ୟରୁ ବୃହସ୍ପତି ଗ୍ରହ ସ୍ୱର୍ଣ୍ଣ ଧାତୁ ଉପରେ ନିଜର ପ୍ରଭାବ ରଖିଥାଏ। ଏହି ଧାତୁକୁ ଧାରଣ କରିବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ବହୁତ ଜରୁରୀ ହୋଇଥାଏ। ଏହାଛଡ଼ା କିଛି ରାଶିଙ୍କ ପାଇଁ ସୁନା ପରିଧାନ କରିବା ସମସ୍ୟାର କାରଣ ହୋଇଥାଏ। ଆସନ୍ତୁ ଜାଣିବା ସେ ବିଷୟରେ।

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୃଷ, ମିଥୁନ, କନ୍ୟା ଏବଂ କୁମ୍ଭ ରାଶିର ବ୍ୟକ୍ତି ସୁନା ପିନ୍ଧିଲେ ସମସ୍ୟା ସୃଷ୍ଟି ହୋଇପାରେ। ସେହିପରି ତୁଳା ଏବଂ ମକର ରାଶିର ଲୋକେ ମଧ୍ୟ ସୁନା ପିନ୍ଧିବାଠାରୁ ଦୂରେଇ ରହିବା ଉଚିତ।

୨. ଯେଉଁ ଲୋକଙ୍କଠାରେ ପେଟ ରୋଗ କିମ୍ବା ସେମାନଙ୍କୁ ମୋଟାପଣର ସମସ୍ୟା ଅଛି, ସେମାନେ ସୁନା ପିନ୍ଧିବା ଉଚିତ ନୁହେଁ। ଯେଉଁ ଲୋକଙ୍କୁ ରାଗ ଆସିଥାଏ ଏବଂ ଯାହାର ଜନ୍ମ କୁଣ୍ଡଳୀରେ ଗୁରୁ ଖରାପ ସ୍ଥିତିରେ ଅଛି, ସେମାନଙ୍କୁ ବି ସୁନା ପିନ୍ଧିବା ଉଚିତ ନୁହେଁ।

୩. ଲୁହା, କୋଇଲା, ବିଲ୍ଡିଂ ମ୍ୟାଟେରିୟଲ କିମ୍ବା ଶନିଙ୍କ ସହ ଜଡ଼ିତ କୌଣସି ବ୍ୟବସାୟ କରୁଥିବା ବ୍ୟକ୍ତି ସୁନା ପିନ୍ଧନ୍ତୁ ନାହିଁ। ସେହିପରି ବୃଦ୍ଧା ଏବଂ ଗର୍ଭବତୀ ମହିଳା ସୁନା ପିନ୍ଧନ୍ତୁ ନାହିଁ।

୪. ଶାସ୍ତ୍ର ଅନୁସାରେ, ଅଣ୍ଟା ତଳ ଅଙ୍ଗରେ ସୁନା ଧାରଣ କରିବା ଅଶୁଭ ହୋଇଥାଏ। କିନ୍ତୁ କିଛି ମହିଳା ପାଦରେ ପାଉଁଜି ରୂପେ ସୁନା ପିନ୍ଧିଥାନ୍ତି, ଯାହା ସମ୍ପୂର୍ଣ୍ଣ ବାରଣ। ଏହାଦ୍ୱାରା ସମୃଦ୍ଧି ହୋଇ ନ ଥାଏ।

୫. ସୁନା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ। ତେଣୁ ସିନ୍ଧୁକ କିମ୍ବା ବାକ୍ସରେ ସୁନା ସହିତ ଅନ୍ୟ କୌଣସି ଜିନିଷ ରଖିବା ଉଚିତ ନୁହେଁ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago