ଏହି ଲୋକମାନେ ଆପଲ୍ ସାଇଡର୍ ଭିନେଗାର ପିଇବା ଉଚିତ୍ ନୁହେଁ, ଡାଇବେଟିସ୍ ବଢିବା ସହ ହାର୍ଟ ସମସ୍ୟା ମଧ୍ୟ ହୋଇପାରେ

ଆଜିକାଲି ଫିଟନେସ୍ ଫ୍ରିକ୍ସ ଡାଏଟ୍ ପାଇଁ ଲୋକମାନେ ବହୁତ କିଛି କରୁଛନ୍ତି । ତେବେ ସକାଳେ ଖାଲି ପେଟରେ ଅନେକ ଜିନିଷ ଖାଇବା ଏବଂ ପିଇବା ଦ୍ୱାରା ମେଟାବୋଲିଜିମ୍ ତ୍ୱରାନ୍ୱିତ ହୁଏ, ଯାହା ଓଜନ କମ୍ କରିବାରେ ବହୁତ ସାହାଯ୍ୟ କରିଥାଏ । ସେଥିପାଇଁ କିଛି ଲୋକ ଦିନର ଆରମ୍ଭରେ ଅର୍ଥାତ୍ ସକାଳେ ଖାଲି ପେଟରେ ଆପଲ୍ ସାଇଡର୍ ଭିନେଗାର ପିଇଥାନ୍ତି । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣି ଓଜନକୁ କମ୍ କରିଥାଏ । ଏହା ସହ ହାଇ ୟୁରିକ୍ ଏସିଡ୍, ଆର୍ଥ୍ରାଇଟିସ୍, ହାଇ କୋଲେଷ୍ଟ୍ରଲ୍ ଏବଂ ବିପି ଭଳି ସମସ୍ୟାରେ ଆପଲ୍ ସାଇଡର୍ ଭିନେଗାର ମଧ୍ୟ ଲାଭଦାୟକ ହୋଇଥାଏ । ତଥାପି, ଆପଲ୍ ସାଇଡର୍ ଭିନେଗାର ସମସ୍ତଙ୍କ ପାଇଁ ଉପଯୁକ୍ତ ହୋଇନଥାଏ । ତେବେ ଆପଲ୍ ସାଇଡର୍ ଭିନେଗାର ପିଇ କିଛି ଲୋକଙ୍କର କ୍ଷତି ମଧ୍ୟ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ କେଉଁ ଲୋକମାନେ ଆପଲ୍ ସାଇଡର୍ ଭିନେଗାର ପିଇବା ଉଚିତ୍ ନୁହେଁ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ କେବଳ ଡାକ୍ତର କିମ୍ବା ଡାଏଟିସିଆନଙ୍କ ପରାମର୍ଶ ପରେ ଆପଲ୍ ସାଇଡର୍ ଭିନେଗାର ପିଇବା ଉଚିତ୍ । ଯେଉଁମାନେ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ, ସେମାନେ ଡାକ୍ତରଙ୍କ ସହ କଥା ହେବା ପରେ ଆପଲ୍ ସାଇଡର୍ ଭିନେଗାର ପିଇବା ଉଚିତ୍ । ନଚେତ ଆଗକୁ ଯାଇ ବଡ଼ ସମସ୍ୟା ହୋଇପାରେ ।
ଜାଣନ୍ତୁ କିଏ ଆପଲ୍ ସାଇଡର୍ ଭିନେଗାର ପିଇବା ଉଚିତ୍ ନୁହେଁ :
ଡାଇବେଟିସ୍ ରୋଗୀ : ଡାଇବେଟିସ୍ ରୋଗୀମାନେ ଆପଲ୍ ଭିନେଗାର ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ଇନସୁଲିନ୍ ଲେବଲ୍କୁ ପ୍ରଭାବିତ କରିପାରେ । ଯାହାଫଳରେ ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣ କରିବାରେ ଅସୁବିଧା ହୋଇପାରେ । ଯଦି ଆପଣ ଆଣ୍ଟି ଡାଇବେଟିସ୍ ଔଷଧ ଖାଉଛନ୍ତି । ତେବେ ଆପଲ୍ ସାଇଡର୍ ଭିନେଗାର ପିଇବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ହାର୍ଟ ରୋଗୀ : ଯଦି ଆପଣ ହାର୍ଟ ସମ୍ବନ୍ଧୀୟ ସମସ୍ୟାର ଶିକାର ହେଉଛନ୍ତି ତେବେ ଆପଲ୍ ଭିନେଗାର ପିଇବା ଠାରୁ ଦୂରେଇ ରୁହନ୍ତୁ । ଆପଲ୍ ସାଇଡର୍ ଭିନେଗାରର ଡାଇୟୁରେଟିକ୍ ପ୍ରଭାବ ରହିଛି । ଯେଉଁ କାରଣରୁ ହାର୍ଟ ଆଟାକରେ ହାଇପୋକାଲେମିଆ ହୋଇପାରେ । ତେବେ ଆଣ୍ଟି ହାଇପରଟେନ୍ସିଭ୍ ଔଷଧ ସହିତ ଆପଲ୍ ସାଇଡର୍ ଭିନେଗାର ଖାଇବା ଉଚିତ୍ ନୁହେଁ । ଯଦି ଆପଣ ପିଉଛନ୍ତି, ତାହେଲେ ପୋଟାସିୟମ୍ ଲେବଲ ଯାଞ୍ଚ କରନ୍ତୁ ।
ଗର୍ଭବତୀ ମହିଳା : ଗର୍ଭାବସ୍ଥାରେ ଆପଲ୍ ସାଇଡର୍ ଭିନେଗାର ପିଇବା ଉଚିତ୍ ନୁହେଁ । ଏହା ଶିଶୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଏହି ପରିସ୍ଥିତିରେ ଆପଲ୍ ସାଇଡର୍ ଭିନେଗାର ପିଇବାକୁ ଡାକ୍ତରଙ୍କ ପରାମର୍ଶ ନିଆଯିବା ଉଚିତ । ଯଦିଓ ଏହା ବିଷୟରେ ଅଧିକ ଗବେଷଣା ହୋଇନାହିଁ, ତଥାପି ଡାକ୍ତରଙ୍କ ପରାମର୍ଶ ବିନା ପିଅନ୍ତୁ ନାହିଁ ।
ଅଷ୍ଟିଓପୋରୋସିସ୍ ରୋଗୀ : ଯେଉଁମାନେ ଅଷ୍ଟିଓପୋରୋସିସ୍ ରୋଗରେ ପୀଡିତ, ସେମାନେ ଆପଲ୍ ସାଇଡର୍ ଭିନେଗାର ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । କେତେବେଳେ ଏବଂ କେଉଁ ପରିମାଣରେ ଆପଣ ଆପଲ୍ ସାଇଡର୍ ଭିନେଗାର ପିଇବା ଉଚିତ୍ ସେ ବିଷୟରେ ଡାକ୍ତରଙ୍କୁ ପଚାରି ଜାଣିବା ଉଚିତ ।