କମ୍ ଉଚ୍ଚତା ବ୍ୟକ୍ତିଙ୍କୁ ହୋଇପାରେ ଡାଇବେଟିଜ୍ ସହ ଏହି ସବୁ ରୋଗ
କମ୍ ଉଚ୍ଚତା ବ୍ୟକ୍ତିଙ୍କୁ ସମାଜରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏବେ ଏକ ନୂଆ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଯେଉଁମାନଙ୍କ ଉଚ୍ଚତା କମ୍, ସେମାନଙ୍କୁ ଡାଇବେଟିଜ୍ ହେବାର ଆଶଙ୍କା ଅଧିକ। ଏହାସହିତ ଅନ୍ୟ କେତେକ ରୋଗ ହେବାର ମଧ୍ୟ ଭୟ ରହିଥାଏ। ତା’ହେଲେ ଆସନ୍ତୁ ଜାଣିବା, କ’ଣ କହୁଛି ରିସର୍ଚ୍ଚ। ଉକ୍ତ ଗବେଷଣାରୁ ଜଣାପଡ଼ିଛି, ଲମ୍ବା ଲୋକଙ୍କ ତୁଳନାରେ ଗେଡ଼ା ଲୋକଙ୍କୁ ଟାଇପ୍-୨ ଡାଇବେଟିଜ୍ ହେବାର ସମ୍ଭାବନା ରହିଛି। ଅଧ୍ୟୟନ ଅନୁସାରେ, ଯଦି ଜଣଙ୍କ ଉଚ୍ଚତା ସାଧାରଣ ଉଚ୍ଚତାଠାରୁ ୧୦ ସେଣ୍ଟିମିଟରରୁ ଅଧିକ ବଢ଼ିଯାଇଛି, ତା’ହେଲେ ତାଙ୍କୁ ଡାଇବେଟିଜ୍ ହେବାର ଆଶଙ୍କା ୩୦ ପ୍ରତିଶତ କମ୍ ଥାଏ।
ତେବେ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଏହା ଅଲଗା ଅଲଗା ପ୍ରତିଶତ ହୋଇଥାଏ। ଉଚ୍ଚତା ଅଧିକ ଥିଲେ, ମହିଳାଙ୍କ କ୍ଷେତ୍ରରେ ୩୩ ପ୍ରତିଶତ ଏବଂ ପୁରୁଷଙ୍କ କ୍ଷେତ୍ରରେ ଏହା ୪୧ ପ୍ରତିଶତ ପଯ୍ୟର୍ନ୍ତ କମ୍ ହୋଇଯାଇଥାଏ। ସେହିଭଳି ଲମ୍ବା ଲୋକଙ୍କ ଲିଭରର ଫ୍ୟାଟ୍ କଣ୍ଟେଣ୍ଟ୍ କମ୍ ଉଚ୍ଚତା ବ୍ୟକ୍ତିଙ୍କ ତୁଳନାରେ କମ୍ ହୋଇଥାଏ। ଗେଡ଼ା ଲୋକଙ୍କଠାରେ ଇନସୁଲିନ୍ କମ୍ ଉତ୍ପନ୍ନ ହୋଇଥାଏ ଏବଂ ଫ୍ୟାଟ୍ ସଂଗ୍ରହ କରିବାର ପ୍ରବୃତ୍ତି ମଧ୍ୟ ଦେଖାଯାଇଥାଏ, ଯେଉଁଥିପାଇଁ କମ୍ ଉଚ୍ଚତା ଲୋକଙ୍କୁ ହୃଦୟଜନିତ ରୋଗ ହେବାର ଆଶଙ୍କା ରହିଥାଏ। ଲମ୍ବା ଗୋଡ଼ ଦେଖିବାକୁ ଯେତେ ଆକର୍ଷକ ଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଶରୀର ତୁଳନାରେ ଯେଉଁ ପୁରୁଷ ଓ ମହିଳାଙ୍କ ଗୋଡ଼ ଅଧିକ ଲମ୍ବା ହୋଇଥାଏ, ତାଙ୍କୁ ଡାଇବେଟିଜ୍ ହେବାର ସମ୍ଭାବନା କମ୍ ଥାଏ।