ସ୍କିନରେ ଏହି ସମସ୍ୟା ଥିଲେ ଖେଳନ୍ତୁ ନାହିଁ ହୋଲି, ହୋଇପାରେ ବଡ଼ ସମସ୍ୟା

ରଙ୍ଗର ପର୍ବ ହୋଲି। ଛୋଟରୁ ଆରମ୍ଭ କରି ବଡ ଏବଂ ସବୁ ଧର୍ମର ଲୋକ ଏହି ପର୍ବକୁ ପାଳନ କରିଥାନ୍ତି। ବର୍ତ୍ତମାନ ଯୁଗ ବଦଳିବା ସହ ବଦଳିଛି ଫଗୁ ବା ରଙ୍ଗ। ସାଧାରଣତଃ ହୋଲିରେ ବ୍ୟବହାର ହୋଇଥିବା ରଙ୍ଗ ଆପଣଙ୍କ ମନପସନ୍ଦ ପୋଷାକକୁ ଖରାପ କରି ଦେଇଥାଏ। ଯାହା ଆପଣଙ୍କ ହୋଲିର ମଜାକୁ ଖରାପ କରି ଦେଇଥାଏ ।

ଏହି ଦିନ ପରିବେଶ ରଙ୍ଗୀନ ହୋଇଯାଏ। କିନ୍ତୁ ବେଳେ ଅସାବଧାନତାବଶତଃ ହୋଲିରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପରସ୍ପରକୁ ରଙ୍ଗ ଲଗାଇବା ବେଳେ ଲୋକେ ଡ୍ରେସ୍‌, କେଶ ଓ ତ୍ୱଚାର ଯତ୍ନ ନେବାକୁ ଭୁଲିଯାଇଥାନ୍ତି। ଫଳରେ ରଙ୍ଗରେ ଥିବ କେମିକାଲ ସଂସ୍ପର୍ଶରେ ଆସି ତ୍ୱଚା ଓ କେଶ ଖରାପ ହୋଇଥାଏ। ଏହା ଦ୍ୱାରା ଆଲର୍ଜି ମଧ୍ୟ ହୁଏ।

holi

ଫଙ୍ଗଲ ଇନଫେକସନ: ଯଦି କାହାକୁ ଫଙ୍ଗଲ ଇନଫେକସନ ସମସ୍ୟା ରହିଛି ତେବେ ତ୍ୱଚାରେ ଜ୍ୱଳନ ହେବା ସହ କୁଣ୍ଡେଇଇବା ସମସ୍ୟା ହୋଇଥାଏ। ମୁହଁ ନାଲି ପଡ଼ିଯାଏ। ତେଣୁ ଏମାନେ ହୋଲି ରଙ୍ଗ ଠାରୁ ଦୂରେଇ ରହିବା ଉଚିତ।

ଦାଦ ବା ସିଙ୍ଗଲ୍ସ : ଯେବେ କୌଣସି ବ୍ୟକ୍ତିଙ୍କର ଏହି ସମସ୍ୟା ରହିଛି ତେବେ ହୋଲି ଖେଳିବା ଅନୁଚିତ। ଏହାକାରଣରୁ ଦାଦ ହର୍ପିଜ ଜୋଷ୍ଟର ସଂକ୍ରମଣ ସମସ୍ୟା ହୋଇପାରେ। ଏକ୍ଜିମା ଲକ୍ଷଣ ମଧ୍ୟ ଦେଖାଦେଇପାରେ।

ସୋରାୟସିସ: ଏହି ସମସ୍ୟା ଥିଲେ ମଧ୍ୟ ବ୍ୟକ୍ତିଙ୍କୁ ହୋଲି ରଙ୍ଗରୁ ଦୂରେଇ ରହିବା ଉଚିତ। ଏହାଦ୍ୱାରା କୁଣ୍ଡେଇବା ସମସ୍ୟା ହୋଇଥାଏ।

ଆଗକୁ ପଢ଼ନ୍ତୁ: କୋଲେଷ୍ଟ୍ରଲକୁ କମାଇବା ପାଇଁ ଡାଏଟ୍‌ ରେ ସାମିଲ କରନ୍ତୁ ଡ୍ରାଏ ଫ୍ରୁଟ୍ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.