ଏହିସବୁ କାରଣରୁ ମହିଳାଙ୍କର ପିରିୟଡ୍ସରେ ହୁଏ ବିଳମ୍ବ, ଜଲଦି ଜାଣନ୍ତୁ କାରଣ

ବଦଳୁଥିବା ଲାଇଫଷ୍ଟାଇଲରେ ମହିଳାଙ୍କ ଉପରେ ଚିନ୍ତା ଏତେ ଅଧିକ ରହିଯାଉଛି ଯେ ଯାହାର ପରିଣାମ ପିରିୟଡସ୍‌ ଉପରେ ପଡୁଛି।

ବଦଳୁଥିବା ଲାଇଫଷ୍ଟାଇଲରେ ମହିଳାଙ୍କ ଉପରେ ଚିନ୍ତା ଏତେ ଅଧିକ ରହିଯାଉଛି ଯେ ଯାହାର ପରିଣାମ ପିରିୟଡସ୍‌ ଉପରେ ପଡୁଛି। ଏକ୍ସପର୍ଟଙ୍କ କହିବାକଥା ଯେ ଏହାଦ୍ୱାରା ମହିଳାଙ୍କ ଠାରେ ଆର୍ଲି ମେନପୋଜର ଭୟ ଅଧିକ ରହିଥାଏ। ପିରିୟଡସରେ ଲାଇଟ୍‌ ବ୍ଲିଡିଙ୍ଗ୍‌ ଅନେକ କାରଣ ହୋଇପାରେ ଏବଂ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବାକୁ ଯାଉଛୁ। ଆସନ୍ତୁ ଜାଣିବା କେଉଁ କେଉଁ କାରଣ ପାଇଁ ହୋଇଥାଏ ଆପଣଙ୍କ ମାସିକ ଧର୍ମରେ ବିଳମ୍ବ।

ଯେତେବେଳେ କୌଣସି ମହିଳା ଗର୍ଭବତୀ ହୋଇଥାନ୍ତି ସେତେବେଳେ ଯୋନିରୁ ହାଲକା ରକ୍ତ ବାହାରିଥାଏ, କିନ୍ତୁ ରକ୍ତସ୍ରାବ ଖୋଲିକି ହୋଇନଥାଏ। ଏହି ପ୍ରତ୍ୟାରୋପଣ ରକ୍ତସ୍ରାବ କହନ୍ତି। ଏମିତିରେ ଯଦି ୧-୨ ମାସ ଭିତରେ ହେଉଛି ତ ତାହେଲେ ଆପଣଙ୍କ ପ୍ରେଗନାନ୍ସୀ ଟେଷ୍ଟ କରିବା ଉଚିତ।

peiodsଓଜନ ଏକଦମ କମିବା ଏବଂ ବଢ଼ିବାର ପ୍ରଭାର ମଧ୍ୟ ମାସିକ ଧର୍ମ ଉପରେ ପଡିଥାଏ। ଓଜନ କମ୍‌ ଏବଂ ବଢ଼ିବା ଦ୍ୱାରା ହର୍ମୋନର ବାଲାନ୍ସ ବିଗିଡିଯାଇଥାଏ। ଯେଉଁ କାରଣରୁ ପିରିୟଡ୍ସରେ ବ୍ଲିଡିଙ୍ଗ କମ୍‌ ହୋଇଯାଇଥାଏ।

ଯେଉଁ ମହିଳା ଲଗାତର ଏକ୍ସରସାଇଜ କିମ୍ବା ଓ୍ଵାର୍କଆଉଟ କରୁଛନ୍ତି, ସେମାନଙ୍କର ପିରିୟଡସ୍‌ ଭଲଭାବରେ ହୋଇନଥାଏ। ଏହାବ୍ୟତୀତ ଯେଉଁ ମହିଳା ଅଧିକ ଏନର୍ଜି ଡ୍ରିଙ୍କ୍‌ ପିଇଥାନ୍ତି, ସେମାନଙ୍କର ବି ପିରିୟଡ୍ସ ଭଲରେ ନହେବା ଭଳି ସମସ୍ୟା ହୋଇଥାଏ।

ବର୍ଦ୍ଧିତ ବୟସ କାରଣରୁ ମଧ୍ୟ ପିରିୟଡ୍ସ ଡେଟ ଏବଂ ରକ୍ତସ୍ରାବରେ କମ୍‌ ହେବାର କାରଣ ହୋଇପାରେ, ଯାହାକୁ ପ୍ରି-ମେନପୋଜ ମଧ୍ୟ କୁହାଯାଏ।

periodsଅଧିକ ଚିନ୍ତା କରିବା ଦ୍ୱାରା ମସ୍ତିଷ୍କ ମାସିକ ଧର୍ମ ବା ଋତୁଚକ୍ର ହର୍ମୋନକୁ ବଦଳାଇ ଦେଇଥାଏ। ଯେଉଁ କାରଣରୁ ପିରିୟଡ୍‌ ଖୋଲିକି ଆସନଥାଏ। କେବଳ ଏତିକି ନୁହେଁ, ଲଗାତର ଷ୍ଟ୍ରେସରେ ରହିବା ଦ୍ୱାରା ମେନପୋଜ ଏବଂ ପିରିୟଡ୍ସରେ ଅନିୟମିତତା ମଧ୍ୟ ହୋଇପାରେ। ଆଉ ଯେତେବେଳେ ଚିନ୍ତା କମ୍‌ ହୋଇଯାଏ ସେତେବେଳେ ପିରିୟଡ୍‌ ପୁଣି ଥରେ ଠିକଠାକ୍‌ ହୋଇଯାଏ।

ପିଲାଜନ୍ମ କରିବାର ତୁରନ୍ତ ପରେ ଏବଂ ସ୍ତନପାନ କରିବା କାରଣରୁ ମଧ୍ୟ ମହିଳାଙ୍କର ପିରିୟଡ୍ସ ଭଲରେ ହୋଇନଥାଏ। ସ୍ତନରେ କ୍ଷୀର ଉତ୍ପାଦନ କରୁଥିବା ହର୍ମୋନ, ଅଣ୍ଡୋତ୍ସର୍ଗକୁ ରୋକିଥାଏ। ଏହି କାରଣରୁ ପିରିୟଡ ଅନିୟମିତ ହୋଇଯା ଏବଂ ଭଲରେ ଖୋଲିକି ହୋଇନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.