ସପୁରୀ କେବଳ ସ୍ୱାସ୍ଥ୍ୟ ପାଇଁ ଉପକାରୀତା ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ବି ଲାଭଦାୟକ

ବାଡି ବଗିଚାର ରସାଳ ଫଳ ହେଉଛି ସପୁରୀ । ତେବେ ସପୁରୀ କେବଳ ସୁସ୍ୱାଦୁ ନୁହେଁ ଔଷଧୀୟ ଗୁଣ ପାଇଁ ଏହାକୁ ସବୁଠାରୁ ଉପକାରୀ ଫଳ ମଧ୍ୟ କୁହାଯାଏ । ସପୁରୀରେ ଭିଟାମିନ୍ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍ – ସି ପ୍ରଚୁର ପରିମାଣର ଅଛି । ତେବେ ସପୁରୀ ପାଟିକୁ ସ୍ୱାଦ ଲାଗିବା ସହ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଉପକାରୀ। ଏହାକୁ ଖାଇବା ଦ୍ୱାରା ଅନେକ ରୋଗ ଦୂର ହେବା ସହ ତ୍ୱଚାରେ ଚମକ ମଧ୍ୟ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଅନେକ ଉପକାରିତା ସଂପର୍କରେ…

ସପୁରୀକୁ ଦୈନିକ ସକାଳେ ଜଳଖିଆ ସହ ମିଶାଇ ଖାଇବା ଦ୍ୱାରା ପେଟ ଭର୍ତ୍ତି ରହିଥାଏ । ଏଥିରେ ଅତ୍ୟଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ଏହା ଶରୀରକୁ ସତେଜ ରଖିଥାଏ। ସପୁରୀ ମଧ୍ୟରେ ବ୍ରୋମେଲେନ ନାମକ ଏକ ଏନଜାଇମ ରହିଛି । ଏହା ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଅନେକ ସମୟରେ ଭୋଜିମାନଙ୍କରେ ଅଧିକ ମସଲାଯୁକ୍ତ ଖାଇବା ଖିଆଯାଇଥାଏ । ଏହି ସମୟରେ ଅଳ୍ପ କିଛି ସପୁରୀରେ କଳାଲୁଣ ଏବଂ ଗୋଲମରିଚ ଗୁଣ୍ଡ ପକାଇ ଖାଇଲେ ଏହା ହଜମ କରିବାରେ ସାହାଯ୍ୟ କରିଥାଏ ।

ମଧୁମେୟ ପାଇଁ ସପୁରି ଉପଯୋଗୀ । ୧୦୦ଗ୍ରାମ୍ ସପୁରି ରସ ସହ ଅଁଳା ମଂଜି, ଜାମୁ ମଂଜିକୁ ୧୦ଗ୍ରାମ୍ ଲେଖାଏଁ ଭଲ ଭାବରେ ଗୁଣ୍ଡ କରି ମିଶାଇ ଦିନକୁ ଦୁଇ ଥର ପିଇଲେ ମଧୁମେୟ ରୋଗ ଭଲ ହୋଇଥାଏ ।

ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ପେଟରେ କୃମି ସମସ୍ୟା ଦେଖାଦେଇଥାଏ। ଏହା ବହୁତ ଯନ୍ତ୍ରଣା ଦାୟକ ରହିଥାଏ । ଦୈନିକ କିଛି ଖଣ୍ଡ ସପୁରୀ ଖାଇବା ଦ୍ୱାର କୃମି କମ ହେବା ସହ ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।

ପ୍ରତିଦିନ ଦୁଇରୁ ତିନି ଖଣ୍ଡ ସପୁରୀ ଖାଇବା ଦ୍ୱାର ଶ୍ୱାସ ଏବଂ କଫ ଜନିତ ସମସ୍ୟା ଦୂର ହୋଇଥାଏ। ଏହା ଦ୍ୱାର ଫୁସଫୁସ ମଧ୍ୟ ସଫା ରହିଥାଏ । ଦୈନିକ ଏକ ଗ୍ଲାସ ସପୁରୀ ରସ ପିଇବା ଦ୍ୱାରା କିଡ଼ନୀ ଷ୍ଟୋନ ଯନ୍ତ୍ରଣାର ଉପସମ ମିଳିଥାଏ ।

ଯଦି ଆପଣ ଚର୍ମ ସମ୍ବନ୍ଧୀୟ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି, ତେବେ ସପୁରୀ ଖାଆନ୍ତୁ କିମ୍ବା ଏହାର ରସ ପିଅନ୍ତୁ। ବ୍ରଣ ସହିତ ଏହା ଦ୍ୱାରା ସୃଷ୍ଟି ହୋଇଥିବା ଦାଗକୁ ମଧ୍ୟ ହ୍ରାସ କରିଥାଏ। ସପୁରୀ ରସରେ ଥିବା ପୋଷକ ତତ୍ତ୍ୱ ଚର୍ମରୁ ମୃତ କୋଷଗୁଡ଼ିକୁ ହ୍ରାସ କରିଥାଏ, ଯାହା ଚର୍ମକୁ ଚମକାଇଥାଏ।

ସପୁରୀ ଯେ ଖାଲି ସ୍ୱାସ୍ଥ୍ୟ ପାଇଁ ଉପକାରୀ ତାହା ନୁହଁ ଏହା ଦ୍ୱାରା ତ୍ୱଚାର ଚମକ ମଧ୍ୟ ଫେରିଆସିଥାଏ । ସପୁରୀ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ଚର୍ମରେ ଥିବା କର୍କଟ ଜନିତ ଜୀବାଣୁକୁ ନଷ୍ଟ କରିଥାଏ। ଏହା ଦ୍ୱାରା ଦାନ୍ତର ମାଢ଼ି ଶକ୍ତ ମଧ୍ୟ ହୋଇଥାଏ । ସପୁରୀରେ ଥିବା ଆଷ୍ଟିଜେଣ୍ଟ କେଶ ଝଡ଼ିବା ବନ୍ଦ କରିବା ସହ ମାଂସପେଶୀକୁ ଶକ୍ତ ରଖିଥାଏ

 

Leave A Reply

Your email address will not be published.