ଘରର ପୂର୍ବ ଦିଗରେ ନିଶ୍ଚୟ ଲଗାନ୍ତୁ ବାଉଁଶ ଗଛ, ସବୁ କାର୍ଯ୍ୟରେ ମିଳିବ ସଫଳତା; ଜାଣନ୍ତୁ କ’ଣ କହୁଛି ବାସ୍ତୁ
ଘରର ସୁନ୍ଦରତାକୁ ବଢ଼ାଇବା ପାଇଁ ଲୋକେ ନିଜ ଘରେ ଇଣ୍ଡୋର୍ ପ୍ଲାଣ୍ଟ୍ ଲଗାଇ ଥାଆନ୍ତି। ଏହା ଦେଖିବାକୁ ଖୁବ୍ ସୁନ୍ଦର ଲାଗିଥାଏ ଏବଂ ଏଥିରୁ ପଜିଟିଭ୍ ଏନର୍ଜି ମଧ୍ୟ ସୃଷ୍ଟି ହୋଇଥାଏ। ଏହି ଗଛଗୁଡ଼ିକ ନା କେବଳ ଆମକୁ ପ୍ରଦୂଷଣରୁ ବଞ୍ଚାଇ ଥାଆନ୍ତି, ବରଂ ଭଲ ମାତ୍ରାରେ ଅକ୍ସିଜେନ ବି ଦେଇ ଥାଆନ୍ତି। ଆପଣ ଅନେକ ଲୋକଙ୍କୁ ଘରେ ବାଉଁଶ ଗଛ ଲଗାଇ ଥିବାର ଦେଖିଥିବେ। ଏହା ଘରର ସୁନ୍ଦରତାକୁ ବଢ଼ାଇବା ସହିତ ବାସ୍ତୁ ମୁତାବକ ବହୁତ ଶୁଭ ହୋଇଥାଏ। ଆସନ୍ତୁ ଜାଣିବା ବାଉଁଶ ଗଛ ଲଗାଇବାର କ’ଣ ରହିଛି ବାସ୍ତୁ ଲାଭ।
-ଜୀବନରେ ସକାରାତ୍ମକତା ଏବଂ ସୁଖ-ସମୃଦ୍ଧି ଆଣିବା ପାଇଁ ବାଉଁଶ ଗଛ ବେଶ୍ ଲାଭଦାୟକ ହୋଇଥାଏ। ବାଉଁଶ ଗଛକୁ ଘରେ କିମ୍ବା ଅଫିସ୍ରେ ରଖିବା ଦ୍ୱାରା ନେଗେଟିଭ୍ ଏନର୍ଜି ଦୂର ହୋଇ ଯାଇଥାଏ ଏବଂ ଉନ୍ନତିର ରାସ୍ତା ଖୋଲିଥାଏ।
-ବାଉଁଶ ଗଛକୁ ଦିଗ ଅନୁସାରେ ଉଚିତ ସ୍ଥାନରେ ରଖିବା ଉଚିତ। ଏହାଦ୍ୱାରା ଆପଣଙ୍କୁ ଚମତ୍କାରୀ ଲାଭ ମିଳି ପାରିବ। ଏଥି ସହିତ ଏହା ପରିବେଶକୁ ଶୁଦ୍ଧ ରଖିବାରେ ବି ସହାୟକ ହୋଇ ପାରିବ।
-ବାଉଁଶ ଗଛ ଭାଗ୍ୟକୁ ଚମକାଇବାରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଶ୍ୱାସ ରହିଛି କି, ଘରେ ବାଉଁଶ ଗଛ ରଖିଲେ ପରିବାର ଲୋକଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ।
-ଏହ ଗଛକୁ ପୂର୍ବ ଦିଗରେ ରଖିବା ଉଚିତ। ଏହାକୁ ଘରେ ରଖିଲେ ସୁଖ-ସମୃଦ୍ଧି ମାଡ଼ି ଆସିଥାଏ। କାରଣ, ବାଉଁଶ ଗଛ ବହୁତ ଶୁଭ ହୋଇଥାଏ।
-ପରିବାର ଲୋକେ ବସୁଥିବା ସ୍ଥାନରେ ବାଉଁଶ ଗଛ ଲଗାଇବା ଉଚିତ। ଏହାଦ୍ୱାରା ପରିବାର ସଦସ୍ୟଙ୍କର ପରସ୍ପର ସହିତ ସମ୍ବନ୍ଧ ବେଶ୍ ବଢ଼ିଆ ରହିବ।