ଆବଶ୍ୟକୀୟ ସାମଗ୍ରୀ
- ୧ କପ ପୋହା
- ୩ଟି ସିଝା ଆଳୁ
- ଅଧା କପ ବାଦାମ
- କଞ୍ଚାଲଙ୍କା ୨/୩ଟି
- ହଳଦୀ ଗୁଣ୍ଡ
- ଲଙ୍କା ଗୁଣ୍ଡ
- ଚାଟ ମସଲା
- ଧନିଆପତ୍ର
- ତେଲ ଓ ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପୋହା ବା ଚୁଡାକୁ ଧୋଇ ଦଶ ମିନିଟ ପର୍ଯ୍ୟନ୍ତ ଭିଜାଇ ରଖି ତାପରେ ସେଥିରୁ ପାଣି ନିଗାଡ଼ି ଦିଅନ୍ତୁ । ଏହାପରେ ବାଦାମକୁ ଭାଜି କୁଟୀ ଦିଅନ୍ତୁ ବର୍ତ୍ତମାନ ଏଥିରେ ସିଝା ଆଳୁ ପକାଇ ଚକଟି ଦିଅନ୍ତୁ । ତାପରେ ସେଥିରେ କଞ୍ଚାଲଙ୍କା, ଲୁଣ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଚାଟ ମସଲା, ଧନିଆ ପତ୍ର ଓ ଭିଜା ଚୁଡା ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ଛୋଟ ଛୋଟ ଗୁଳା କରିଦିଅନ୍ତୁ । ଏବେ ଏକ କଡେଇରେ ତେଲ ଗରମ କରି ସେଥିରେ ସେହି ଗୁଳା ଗୁଡିକ ପକାଇ ଛାଣି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ପୋହା କଟଲେଟ ଏହାକୁ ଆପଣ ଚଟଣି ସହିତ ଗରମ ଗରମ ମଜା ନିଅନ୍ତୁ ।