ଲାଇଫ୍ ଷ୍ଟାଇଲ୍

ଥଣ୍ଡା ଦିନେ ଆପଣଙ୍କ ତ୍ୱଚାକୁ ଯୁବା ରଖିବ ଡାଳିମ୍ବ ଚୋପା, ଜାଣନ୍ତୁ କିପରି କରିବେ ବ୍ୟବହାର

ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ ଡାଳିମ୍ବ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହାର ଚୋପା ମଧ୍ୟ ତ୍ୱଚାକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ। ଡାଳିମ୍ବ ଚୋପାରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଇଂଫ୍ଲୋମେଟ୍ରି ଭଳି ତତ୍ତ୍ୱ ରହିଥାଏ, ଯାହା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାରୁ ରକ୍ଷା କରିଥାଏ। ଏଥିସହ ତ୍ୱଚାରେ ସୁନ୍ଦରତା ଆଣିବା ପାଇଁ ଆପଣ ଡାଳିମ୍ବ ଚୋପା ବ୍ୟବହାର କରିପାରିବେ। ଡାଳିମ୍ବ ଚୋପା ତ୍ୱଚାରେ ଦେଖାଯାଉଥିବା ସଂକ୍ରମଣରୁ ରକ୍ଷା କରିବାରେ ମଧ୍ୟ ଲାଭକାରୀ ହୋଇଥାଏ। ସେହିଭଳି ଥଣ୍ଡା ଦିନେ ଯଦି ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ ତେବେ ଆପଣ ଏହି ଚୋପାର ପେଷ୍ଟ ପ୍ରସ୍ତୁତ କରି ଲଗାଇପାରିବେ। ଏହାଦ୍ୱାରା ମୁହଁରୁ ଦାଗ ଦୂର ହୋଇଥାଏ। ଡାଳିମ୍ବ ଚୋପାକୁ ସନସ୍କ୍ରିନ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଏହା ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିଥାଏ। ଯାହାଫଳରେ ସନ୍‌ ବର୍ଣ୍ଣ ଭଳି ସମସ୍ୟାରୁ ରକ୍ଷା ମିଳିଥାଏ।

ଡାଳିମ୍ବ ଚୋପାରେ ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଡାଳିମ୍ବ ଚୋପାକୁ ଶୁଖାଇ ଦିଅନ୍ତୁ। ଏହା ଭଲଭାବେ ଶୁଖିଯିବା ପରେ ଗ୍ରାଇଣ୍ଡ କରିଦିଅନ୍ତୁ। ଏହାପରେ ଏଥିରେ ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ମହୁ ମିଶାଇ ପେଷ୍ଟକୁ ମୁହଁରେ ଲଗାନ୍ତୁ। ପ୍ୟାକ୍‌ କୁ ଲଗାଇ କିଛି ସମୟ ରଖିବା ପରେ ହାଲୁକା ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ବ୍ୟୁଟି ଟ୍ରିଟମେଣ୍ଟର ଆବଶ୍ୟକତା ପଡିନଥାଏ। ସେହିଭଳି ଯେଉଁ ମହିଳାମାନେ ଅନିୟମିତ ପିରିୟଡସ୍‌ ର ଶିକାର ହେଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ଗୁଣ୍ଡ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହି ସମସ୍ୟା ଦୂର କରିବା ପାଇଁ ଆପଣ ଏକ ଚାମଚ ଡାଳିମ୍ବ ଚୋପା ଗୁଣ୍ଡକୁ ପାଣିରେ ମିଶାଇ ସେବନ କରନ୍ତୁ। ଦେଖିବେ ସମସ୍ୟା କିଛି ଦିନ ଭିତରେ ଠିକ୍‌ ହୋଇଯିବ।

ଡାଳିମ୍ବ ଚୋପାକୁ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ। ଏହାପରେ ସେଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ସପ୍ତାହରେ ଅତି କମରେ ୩ ଦିନ ଲଗାନ୍ତୁ। ଏହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାର ଲୋଚାପଣ ଦୂର ହୋଇଯାଇଥାଏ। ସେହିଭଳି ମୁହଁରୁ ଦୁର୍ଗନ୍ଧ ବାହାରୁଥିଲେ ଡାଳିମ୍ବ ଚୋପାର ଗୁଣ୍ଡକୁ ଏକ ଗ୍ଲାସ ପାଣିରେ ମିଶାଇ ସେବନ କରନ୍ତୁ। ଏପରି କରିବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ଦୂର ହୋଇଯାଇଥାଏ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

5 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

37 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

40 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

46 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

55 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

55 mins ago