କେଶ ଝଡିବା ଏବଂ ଧଳା କେଶରୁ ମୁକ୍ତି ଦେବ ଏହି ପରିବାର ଚୋପାର ପାଣି, ଆଜି ହିଁ ଟ୍ରାଏ କରନ୍ତୁ

କେଶ ଧଳା ହେବା, ଦୁର୍ବଳ ହେବା ଆଜିକାଲି ସାଧାରଣ ସମସ୍ଯା ହୋଇଗଲାଣି। ଏଏହି ସମସ୍ଯାରୁ ରକ୍ଷା ପାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାନ୍ତି। କିନ୍ତୁ ଏହାର କୌଣସି ପ୍ରଭାବ ପଡୁନାହିଁ। ଏମିତିରେ କେଶ ଧଳା ହୋଇଯିବା ଏବଂ ନୂଆ କେଶ ଉଠିବାକୁ ନେଇ ଆପଣ ଆଳୁ ଚୋପାର ବ୍ଯବହାର କରିପାରିବେ। ଏହାକରିବା ଦ୍ବାରା କେଶ ପ୍ରାକୃତିକ ଭାବେ କଳା ହେବା ସହିତ ଝଡିବା କମିଯାଏ।

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆଳୁରୁ ଚୋପା ଛଡାଇଦିଅନ୍ତୁ। ଏହି ଚୋପାକୁ ଥଣ୍ଡା ପାଣିରେ ପକାଇ ସିଝାଇ ଦିଅନ୍ତୁ। ୧୦ ମିନିଟ ସିଝିଗଲା ପରେ ପାଣିକୁ ଭଲଭାବେ ଥଣ୍ଡା କରିଦିଅନ୍ତୁ। ଏହି ପାଣିକୁ ଏକ ଜାରରେ ବନ୍ଦ କରି ରଖନ୍ତୁ।

ଲଗାଇବାର ଉପାୟ: ଆଳୁ ଚୋପାର ଏହି ପାଣିକୁ କେଶ ମୂଳରେ ଧୀରେ ଧୀରେ ୫ ମିନିଟ୍ ଯାଏଁ ମସାଜ କରନ୍ତୁ ଏବଂ କିଛି ସମୟ ପାଇଁ ଛାଡି ଦିଅନ୍ତୁ। ଏହି ଆଳୁ ପାଣିକୁ ୩୦ ମିନିଟ ପର୍ଯ୍ଯନ୍ତ କେଶରେ ଲଗାଇ ଏପରି ଛାଡିଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

Leave A Reply

Your email address will not be published.