ଆଳୁ କମାଇବ ପେଟର ଚର୍ବି, ଜାଣନ୍ତୁ ଖାଇବାର ଉପାୟ

ପ୍ରାୟତଃ ଲୋକ ନିଜର ଓଜନ ବଢିବାକୁ ନେଇ ଚିନ୍ତିତ ଥାଆନ୍ତି। ଏମିତିକି ପେଟର ଚର୍ବି ହ୍ରାସ କରିବା ପାଇଁ ଓ ନିଜର ମୋଟାପଣ କମାଇବାକୁ ଅନେକ ପଦ୍ଧତି ଆପଣାଇ ଥାଆନ୍ତି । ସେଥିପାଇଁ ଅନେକ ଲୋକ ଆଳୁକୁ ମଧ୍ୟ ଖାଇବାରେ ମିଶାନ୍ତି ନାହିଁ। କାରଣ ଅନେକ ଭାବନ୍ତି ଆଳୁ ଖାଇବା ଦ୍ଵାରା ଓଜନ ବଢ଼ିଥାଏ ପୁଣି ପେଟର ଚର୍ବି ମଧ୍ୟ ବଢ଼ିଥାଏ କିନ୍ତୁ ଏହା ଏକ ମିଥ। ଓଜନ କମାଇବା ପାଇଁ ଆପଣ ଆଳୁକୁ ଖାଇପରିବେ କିନ୍ତୁ ଏହାକୁ କିପରି ଖାଇବାକୁ ହୁଏ ତାହା ଜାଣିବା ଉଚିତ୍ ।

ଜଣେ ସଠିକ୍ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାକୁ ପଡିବ । ଏଥିପାଇଁ ଖାଦ୍ୟର ଏକ ଡ଼ାଇଟ ଚାଟ କରିବା ମଧ୍ୟ ଆବଶ୍ୟକ, ଯେଉଁଥିରେ ଆପଣ ନିଜର ଖାଦ୍ୟକୁ କମାଇବା ସହିତ ପ୍ରୋଟିନ ଯୁକ୍ତ ଖାଦ୍ୟ ଆଡ଼ କରିବେ । ତେଣୁ ବର୍ତ୍ତମାନ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ହେବେ ଯେ ଆପଣ ଖୁବ୍ ପସନ୍ଦ କରୁଥିବା ଖାଦ୍ୟ ଆଳୁକୁ ଆପଣ ଓଜନ ହ୍ରାସ କରିବାରେ ବ୍ୟବହାର କରିପାରିବେ। ଯାହାକି ଦାଇଟିସିଆନ୍ କହିଛନ୍ତି। ଆଳୁ ଶରୀର ପ୍ରତି ବହୁତ ଲାଭଦାୟକ । କିନ୍ତୁ ଯଦି କାହାର ମଧୁମେହ ଅଛି ତେବେ ସେମାନେ ଆଳୁ ଖାଇବା ଅନୁଚିତ୍ ।

ହେଲେ ଯାହାର ମଧୁମେହ ନାହିଁ ସେମାନେ ଓଜନ କମାଇବା ପାଇଁ ଆଳୁ ଖାଇପାରିବେ ।

ଆଳୁରେ ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଅନେକ ପୋଷକ ତତ୍ତ୍ୱ ରହିଛି। ଆଳୁ କେବଳ ପେଟର ଚର୍ବିକୁ ହ୍ରାସ କରେ ନାହିଁ, ହଜମ କରିବାରେ ମଧ୍ୟ ସାହାଯ୍ୟ କରେ ଏବଂ କର୍କଟ ଭଳି ରୋଗର ଆଶଙ୍କା ଦୂର କରେ । ଓଜନ ହ୍ରାସ ପାଇଁ ଆଳୁ ମଧ୍ୟ ଏକ ଉତ୍ତମ ଖାଦ୍ୟ କାରଣ ଏଥିରେ କ୍ୟାଲୋରୀରେ କମ୍ ରହିଥାଏ। କିନ୍ତୁ ଓଜନ ହ୍ରାସ କରିବା ପାଇଁ ଆଳୁ କିପରି ଖାଇବେ ତାହା ଜାଣିବା ଜରୁରୀ ।

ଆସନ୍ତୁ ଜାଣିବା ଆଳୁର ସ୍ୱାସ୍ଥ୍ୟ ପ୍ରତି ଥିବା ଉପକାରିତା ଏବଂ ଆଳୁ ଖାଇବାର ସଠିକ୍ ଉପାୟ ଯାହା ଓଜନ କମାଇବ।

 

potato
Picture Credit – Men’s Health

ଆଳୁରେ ହୁଏତ ମିଠା ଅଂଶ ରହିଛି କିନ୍ତୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଆଳୁରେ କଦଳୀ ଅପେକ୍ଷା ଅଧିକ ପୋଟାସିୟମ ଥାଏ । ଆଳୁରେ କ୍ୟାଲୋରୀ କମ୍ ଥାଏ । ଜଣେ ଆଳୁର କୌଣସି ଖାଦ୍ୟ ଖାଇ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ରହିପାରିବ । ବେଶି କିଛି ଖାଇବାକୁ ପଡ଼ିବ ନାଇ ଯାହାକି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ମୋଟା ଲୋକମାନେ ମଧ୍ୟ ଆଳୁ ଖାଇପରିବେ କିନ୍ତୁ ଅନ୍ୟ କୌଣସି ଜିନିଷ ଅଧିକ ମାତ୍ରାରେ ଖାଇବା ଉଚିତ୍ ନୁହେଁ।

 

ଆଳୁରେ ଥିବା ଭିଟାମିନ ବାରମ୍ବାର ଭୋକୋକୁ ରୋକିଥାଏ। ଇନସୁଲିନକୁ ନିୟନ୍ତ୍ରଣ କରିଥାଏ। ଆଳୁ ଖାଇବା ଦ୍ଵାରା ଭଲ ଭାବେ ନିଦ ହୋଇଥାଏ। ଡାଏଟିସିଆନଙ୍କ କହିବାନୁସାରେ, ପ୍ରତିଦିନ ଗୋଟେ ପ୍ଲେଟ୍ ଆଳୁ ଖାଇବା ଦରକାର। କିନ୍ତୁ ଆଳୁ ଖାଇବା ସମୟରେ, ଆପଣଙ୍କ ଡାଏଟରେ ଅନ୍ୟ କୌଣସିକ ଖାଦ୍ୟ ମିଶାନ୍ତୁ ନାହିଁ। ଆଳୁକୁ ଅନେକ ଉପାୟରେ ଖାଇ ପାରିବେ । ସବୁଠୁ ଭଲ ଉପାୟ ହେଉଛି ଆପଣ ଆଳୁକୁ ସିଝାଇ ଓ ଭାଜି ଖାଇପାରିବେ । କିନ୍ତୁ ଆପଣ ଆଳୁକୁ ଖାଇବା ପୂର୍ବରୁ ଏହାକୁ ୨୪ ଘଣ୍ଟା ଫ୍ରିଜରେ ରଖନ୍ତୁ ।

ଯଦି ଆପଣ ଚାହାଁନ୍ତି, ଆପଣ ଆଳୁରେ ଅଳ୍ପ ପରିମାଣର ଲୁଣ ମିଶାଇ ପାରିବେ । କିନ୍ତୁ ଅଧିକ ଲୁଣ ଖାଆନ୍ତୁ ନାହିଁ । ଆଳୁ ଡାଏଟ୍ ସମୟରେ ଆପଣ କ୍ଷୀର କିମ୍ବା ଚିନି ବିନା କଳା ଚା, ହର୍ବାଲ୍ ଚା,ବ୍ଲାକ କଫି ପିଇପାରିବେ। ଆଲୁରେ ଅଧିକ ମସଲା ମିଶାନ୍ତୁ ନାହିଁ।ଏଖକୁ ସାଧାରଣ ଭାବେ ସିଝାଇ ଓ ଭଜା କରି ଖାଆନ୍ତୁ। ଏହା ସହିତ ଆପଣ ଆଳୁ ବ୍ରେଡ୍ ଖିପରିବେ। ଏହା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ। ଏହା ସହିତ ଆପଣ ଏକ୍ସାର୍ସାଇଜ୍ ମଧ୍ୟ କରନ୍ତୁ।