ରୋଷେଇ କରିବାକୁ ଟାଇମ୍‌ ନାହିଁ କମ୍‌ ସମୟରେ ବନାନ୍ତୁ ଟମାଟୋ ରାଇସ୍‌, ଜାଣନ୍ତୁ କେମିତି

ଆଜିକାଲି ଲୋକ ବ୍ୟସ୍ତତା ଯୋଗୁଁ ଖାଇବା ପାଇଁ ଉପଯୁକ୍ତ ସମୟ ପାଉନାହାନ୍ତି। ଖାଦ୍ୟ ପ୍ରସ୍ତୁତ କରିବା ତ ଦୂରର କଥା। ତେଣୁ ଆପଣ କମ୍‌ ସମୟରେ ଚଟାପଟ ଖାଦ୍ୟ ତିଆରି କରିପାରିବେ। ଯାହା ଶରୀର ପାଇଁ ଫାଇଦାଯୁକ୍ତ ହୋଇଥାଏ। ତେବେ ସହଜରେ କେମିତି ଟମାଟୋ ରାଇସ କରିପାରିବେ ତେବେ ଆସନ୍ତୁ ଜାଣିବା…

ଆବଶ୍ୟକ ସାମଗ୍ରୀ : ଚାଉଳ, ତେଲ, ସୋରିଷ, ଜିରା, ଚଣା ଡାଲି, ମେଥି, ଡାଳଚିନି, ଲବଙ୍ଗ, ଭୃସଙ୍ଗ ପତ୍ର, କାଜୁ, ପିଆଜ, କଞ୍ଚାଲଙ୍କା, ଟମାଟର, ଅଦା ରସୁଣ ପେଷ୍ଟ, ହଳଦୀ, କାଶ୍ମୀର ଲାଲ ଗୁଣ୍ଡ, ଧନିଆ ପାଉଡର, ଲୁଣ, ପୁଦିନା, ଧନିଆ ପତ୍ର।

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଗ୍ୟାସରେ ପ୍ୟାନ୍‌ ରଖି ସେଥିରେ ତେଲ ଗରମ କରନ୍ତୁ। ତା’ ପରେ ସେଥିରେ ସୋରିଷ, ଜିରା, ମେଥି, ଡାଳଚିନି, ଲବଙ୍ଗ, ଭୃସଙ୍ଗ ପତ୍ର, କଞ୍ଚାଲଙ୍କା ଏବଂ ଚଣା ଡାଲି ପକାଇ ଅଳ୍ପ ଭାଜନ୍ତୁ। ତା’ ପରେ କାଜୁ ପକାଇ ଅଳ୍ପ ଭାଜନ୍ତୁ। ସେଥିରେ ପିଆଜ ପକାଇ ଅଳ୍ପ ସମୟ ଭାଜନ୍ତୁ।

ତା’ ପରେ ସେଥିରେ ଟମାଟର ପକାଇ ଅଳ୍ପ ଆଞ୍ଚରେ ରାନ୍ଧନ୍ତୁ। ସେଥିରେ ଅଦା ଓ ରସୁଣ ପେଷ୍ଟ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର ଏବଂ ଲୁଣ। ପୁଦିନା ପତ୍ର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଟମାଟର ଭଲ ଭାବେ ମିଶିଗଲେ ସେଥିରେ ଭାତ ପକାଇ ଦେଇ ଅଳ୍ପ ଆଞ୍ଚରେ ଧୀରେ ଧୀରେ ମିଶାନ୍ତୁ। ୫ ମିନିଟ ଯାଏ ଭଲଭାବେ ମିଶାଇବା ପରେ ଧନିଆପତ୍ର ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟମାଟୋ ରାଇସ। ତା’ ପରେ ଏବେ ଗରମ ଗରମା ପରଷନ୍ତୁ।

ତେବେ ଧ୍ୟାନରେ ରଖନ୍ତୁ, ଖାଇବା ପ୍ରସ୍ତୁତ କଲାବେଳେ ମଧ୍ୟମ ଆଞ୍ଚରେ ପ୍ରସ୍ତୁତ କରନ୍ତୁ। ତେବେ ଏଥିରେ ଆପଣ ନିଜ ମନ ପସନ୍ଦର ଜିନିଷ ମିଶାଇ ପାରିବେ।

Also Read : ସି ଫୁଡ ଖାଇବାକୁ ପସନ୍ଦ କରୁଥିବା ଲୋକେ ନିଶ୍ଚିତ ଟ୍ରାଏ କରନ୍ତୁ ଅମୃତସରୀ ଫିସ୍‌, ବନାଇବା ବହୁତ ସହଜ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.