୧୦ଟି ସିଗାରେଟ୍‌ ପିଇବା ଭଳି ମାରାତ୍ମକ ହୋଇଥାଏ ଗର୍ଭାବସ୍ଥାରେ ଏପରି ଶୋଇବା, ପଢ଼ନ୍ତୁ କ’ଣ କହୁଛି ରିସର୍ଚ୍ଚ

ଏକ ଅଧ୍ୟୟନରୁ ଗର୍ଭାବସ୍ଥା ମହିଳାଙ୍କୁ ନେଇ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ରିସର୍ଚ୍ଚରୁ ଜଣାପଡିଛି ଯେ ଗର୍ଭାବସ୍ଥାର ଶେଷ ସପ୍ତାହରେ ଗର୍ଭବତୀ ମହିଳା ପେଟ ଆଡକୁ କରି ଶୋଇବା, ୧୦ଟି ସିଗାରେଟ୍‌ ପିଇବା ଭଳି ଭୟଙ୍କର ହୋଇଥାଏ। ଏହି ଅଧ୍ୟୟନ ଅକଲାଣ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଛି।

pregnantt1ଅକଲାଣ୍ଡ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକଙ୍କ ଅନୁଯାୟୀ, ଯେଉଁ ମହିଳା ନିଜ ଗର୍ଭାବସ୍ଥାର ତୃତୀୟ ମାସରେ ଗୋଟେ ଆଡକୁ ମୁହଁ କରି ଶୋଇବା ବଦଳରେ ପିଠି ପଟ କରି ଶୋଇଥାନ୍ତି ସେମାନଙ୍କ ଜନ୍ମିତ ଶିଶୁର ଓଜନ କମ୍‌ ହେବାର ସମ୍ଭାବନା ତିନି ଗୁଣ ପର୍ଯ୍ୟନ୍ତ ବଢ଼ିଯାଇଥାଏ। ବୈଜ୍ଞାନିକଙ୍କ ଧାରଣା ଯେ ଗର୍ଭାବସ୍ଥାର ଶେଷ ଦିନରେ ପିଠି ଆଡକୁ ଶୋଇବା ଦ୍ୱାରା ଶିଶୁ ମଧ୍ୟକୁ ରକ୍ତ ପ୍ରଭାବିତ କମ୍‌ ହୋଇଯାଇଥାଏ। ପିଠି ପଟିଆ ଶୋଇବା ଦ୍ୱାରା ମାଆର ବଢ଼ୁଥିବା ଗର୍ଭର ଆକାର ବଢ଼ିବା ବଦଳରେ ଗର୍ଭ ନାଳ ସଂକୁଚିତ ହୋଇଯାଏ।

pregnanntରିସର୍ଚ୍ଚରମାନେ ଏହା ମଧ୍ୟ ଜଣାଇଛନ୍ତି ଯେ କୌଣସି ବି ରୋଗ ଠାରୁ ରକ୍ଷା ପାଇବାକୁ ହେଲେ ଗର୍ଭବତୀ ମହିଳାଙ୍କୁ ନିୟମିତ ରୂପରେ ବ୍ୟାୟାମ କରିବା ଜରୁରୀ। ବ୍ୟାୟାମ ଦ୍ୱାରା ବ୍ଲଡ ସୁଗାର ନିୟନ୍ତ୍ରିତ ରହିବା ସହିତ ଉଭୟ ମାଆ ଏବଂ ଶିଶୁଙ୍କ ଠାରେ ଟାଇପ-୨ ଡାଇବେଟିସ୍‌ ଭଳି ରୋଗ ହେବାର ଭୟ କମିଯାଇଥାଏ। ଏହାସହିତ ଜଣାଯାଇଛି ଯେ ଗର୍ଭାବସ୍ଥା ସମୟରେ ଅଧିକରୁ ଅଧିକ ସକ୍ରିୟ ବା ଫୂର୍ତ୍ତି ରହିବା ଜରୁରୀ। ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଜଙ୍କ୍‌ ଫୁଡ୍‌ ଖାଇବା ଠାରୁ ଦୂରେଇ ରହିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.