ଗର୍ଭବତୀ ମହିଳାଙ୍କ ରୁମରେ ରଖନ୍ତୁ ଏହି ୭ ଜିନିଷ, ଛୁଆ ହେବ ଗୁଣବାନ

ମା’ ହେବା ସବୁ ମହିଳାଙ୍କର ସ୍ବପ୍ନ ଥାଏ। ଏହା ଏକ ଅଲଗା ପ୍ରକାରର ଅନୁଭୂତି ହୋଇଥାଏ। ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ ସ୍ବତନ୍ତ୍ର ଭାବରେ ନିଆଯାଇଥାଏ। ଏମିତିରେ ବାସ୍ତୁରେ କୁହାଯାଇଥିବା କିଛି ସହଜ ବସ୍ତୁ ଏହି କାର୍ଯ୍ଯରେ ବହୁତ ସାହାଯ୍ୟକାରୀ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କୌଣସି ସ୍ବତନ୍ତ୍ର ଦ୍ରବ୍ୟ ଗର୍ଭବତୀ ମହିଳାଙ୍କ ରୁମରେ ରଖାଯାଏ ତେବେ ମା’ ଏବଂ ଶିଶୁ ଦୁହିଁଙ୍କର ସ୍ବାସ୍ଥ୍ୟ ଠିକ ରହିଥାଏ। ଏହା ସହିତ ଛୁଆ ଗୁଣବାନ ହୋଇଥାଏ।

ରୁମରେ ନିଶ୍ଚିତ ରଖନ୍ତୁ ଏହି ଜିନିଷ

-ମୟୁର ପୁଚ୍ଛ ଭଗବାନ କୃଷ୍ଣଙ୍କର ବହୁତ ପ୍ରିୟ। ଏମିତିରେ ଘରର ପୂଜା ଘରେ କିମ୍ବା ଗର୍ଭବତୀ ମହିଳାଙ୍କର ରୁମରେ ମୟୁର ପୁଚ୍ଛ ରଖିଲେ ମା’ ଆଉ ଛୁଆ ଦୁହିଁଙ୍କ ପାଇଁ ବହୁତ ଭଲ ବୋଲି ଧରାଯାଏ।

-ହଳଦିଆ ଚାଉଳକୁ ଶୁଭ ସଂକେତ ବୋଲି ଧରାଯାଏ। ଏମିତିରେ ଗର୍ଭବତୀ ମହିଳାଙ୍କର ରୁମରେ ହଳଦିଆ ଚାଉଳ ରଖିବା ଦ୍ବାରା କୌଣସି ପ୍ରକାରର ନକାରାତ୍ମକ ପ୍ରଭାବ ଆସି ନଥାଏ।

-ଗର୍ଭବତୀ ମହିଳାଙ୍କ ରୁମରେ ଭଗବାନ କୃଷ୍ଣ ଏବଂ ଦେବୀ ଯଶୋଦାଙ୍କ ଫଟୋ ଲଗାଇବା ଉଚିତ। ଫଟୋକୁ ଏମିତି ଭାବରେ ଲଗାନ୍ତୁ ଯେପରି ମହିଳା ସକାଳୁ ଉଠି ପ୍ରଥମେ ଦର୍ଶନ କରିପାରିବେ।

-ଗୋଳାପୀ ରଙ୍ଗକୁ ଖୁସି ଏବଂ ଆନନ୍ଦର ପ୍ରତିକ ବୋଲି କୁହାଯାଏ। ଏମିତିରେ ଗର୍ଭବତୀ ମହିଳାଙ୍କ ରୁମରେ ଏହି ରଙ୍ଗର କିଛି ବଡ ଫଟୋ ଲଗାନ୍ତୁ କିମ୍ବା କୌଣସି ଶୋ ପିସ ରଖିବା ଭଲ ହୋଇଥାଏ।

-କେତେକ ଥର ଘରର ଭୁଲ ବାସ୍ତୁ ମଧ୍ୟ ମା’ ଏଂ ଛୁଆଙ୍କ ପାଇଁ ସମସ୍ୟାର କାରଣ ହୋଇଯାଇଥାଏ। ଏଥିପାଇଁ ମା’ର ରୁମରେ ବାସ୍ତୁ ଦେବତାଙ୍କର ମୂର୍ତ୍ତୀକୁ ନିଶ୍ଚିତ ରଖିବା ଉଚିତ।

-ତମ୍ବା ଖରାପ ନଜର ଏବଂ ନକରାତ୍ମକକୁ ଦୂର କରି ସକାରାତ୍ମକକୁ ବଢ଼ାଇଥାଏ। ତମ୍ବାର ବସ୍ତୁକୁ ଗର୍ଭବତୀ ମହିଳାଙ୍କର ରୁମରେ ରଖିବା ଦ୍ବାରା ସେଠାରେ ସକାରାତ୍ମକ ଶକ୍ତି ଲାଗି ରହିଥାଏ।

-ଧଳା ରଙ୍ଗ ଶାନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟର ପ୍ରତିକ ବୋଲି କୁହାଯାଏ। ଧଳା ରଙ୍ଗର କୌଣସି ଫଟୋ କିମ୍ବା ମୂର୍ତ୍ତୀକୁ ଗର୍ଭବତୀ ମହିଳାଙ୍କ ରୁମରେ ନିଶ୍ଚିତ ରଖନ୍ତୁ।

Leave A Reply

Your email address will not be published.