ଗର୍ଭାବସ୍ଥାରେ ଜପ କରନ୍ତୁ ଏହି ମନ୍ତ୍ର, ଶିଶୁ ଉପରେ ପଡିବ ସକରାତ୍ମକ ପ୍ରଭାବ

ମା ହେବାର ସ୍ୱପ୍ନ ସବୁ ବିବାହିତ ମହିଳାଙ୍କର ଥାଏ। ଗର୍ଭାବସ୍ଥା ସମୟରେ ମହିଳା ମାନେ ନିଜର ବିଶେଷ ଯତ୍ନ ନିଅନ୍ତି। ତେବେ ଗର୍ଭବତୀ ମହିଳା ଯଦି ପ୍ରତିଦିନ ଗୋଟିଏ ଖାସ୍ ମନ୍ତ୍ର ଜପ କରିବେ ତେବେ ହେବାକୁ ଯାଉଥିବା ସନ୍ତାନ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ। ଏହି ମନ୍ତ୍ର ଜପ କରିବା ଦ୍ବାରା ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ ଏବଂ ପ୍ରସବ ସହଜରେ ହୋଇପାରେ। ଗର୍ଭଧାରଣ ସମୟରେ ମହିଳା ଯେତେବେଳେ ବି ଏହି ମନ୍ତ୍ର ଜପ କଲେ ଶୁଭ ହୋଇଥାଏ।

ମନ୍ତ୍ର :

‘‘ରକ୍ଷ ରକ୍ଷ ଗଣାଧ୍ୟକ୍ଷଃ ରକ୍ଷ ତ୍ରୈଲୋକ୍ୟ ନାୟକଃ।

ଭକ୍ତ ନାଭୟଂ କର୍ତ୍ତା ତ୍ରାତାଭବ ଭବାର୍ଣ୍ଣବାତ୍।।

ମନ୍ତ୍ର ଜପ କରିବାର ନିୟମ :

ଏହି ମନ୍ତ୍ର ଭଗବାନ ଶ୍ରୀଗଣେଶଙ୍କ ପ୍ରତିମା କିମ୍ବା ଫଟୋ ସାମ୍ନାରେ ବସି ଜପ କରିବା ଉଚିତ୍।
ମନ୍ତ୍ର ଜପ କରିବା ପରେ ଭଗବାନ ଶ୍ରୀ ଗଣେଶଙ୍କୁ ମୋଦକ କିମ୍ବା ମୋତିଚୁର ଲଡ଼ୁ ଭୋଗ କରନ୍ତୁ।
ଏହା ପରେ ମହିଳା ଅଳ୍ପ ପ୍ରସାଦ ଗ୍ରହଣ କରନ୍ତୁ ଏବଂ ବାକି ପ୍ରସାଦ ପରିବାରର ଅନ୍ୟ ସଦସ୍ୟଙ୍କୁ ବାଣ୍ଟି ଦିଅନ୍ତୁ।
ଯଦି ସମ୍ଭବ ହୁଏତ ତ ତେବେ ୟାଠାରୁ ଅଧିକ ଜପ ମଧ୍ୟ କରି ପାରିବେ। ଗର୍ଭବତୀ ମହିଳାଙ୍କ ଡେଲିଭରି ସମୟ ପାଖେଇ ଆସିଲେ ମାଳା ସଂଖ୍ୟା ବୃଦ୍ଧି କରିପାରିବେ। ଏହା ଦ୍ବାରା ସହଜରେ ପ୍ରସବ ହୋଇପାରେ।
ଗର୍ଭଧାରଣ ସମୟରେ ଯଦି ସୂର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣ ଆସିଥାଏ ତେବେ ଏହି ଦିନ ଏହି ମନ୍ତ୍ର ଜପ କରନ୍ତୁ।
ମନ୍ତ୍ରକୁ ଏକାନ୍ତ ସ୍ଥାନ ଅର୍ଥାତ୍ କୋଠରୀରେ ବସି ଜପ କଲେ ଭଲ ଫଳ ମିଳିଥାଏ, କାରଣ ଏହା ଦ୍ବାରା ଏକାଗ୍ରତା ବଜାୟ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.