ଘରେ ବନାଇ ଚାଖନ୍ତୁ “ବେକ୍‌ଡ ଚିକେନ”, ଆଜିର ସନ୍ଧ୍ୟା ଜମିଯିବ

ଚିକେନରେ ତ ଆପଣ ବିଭିନ୍ନ ପ୍ରକାର ଆଇଟମ କରି ନିଶ୍ଚିତ ରୂପେ ଖାଇଥିବେ । ଚି଼ଲ୍ଲୀ ଚିକେନ, ଚିକେନ କବାବ, ଚିକେନ ପକୋଡା ଆଦିର ସ୍ୱାଦ ଖୁବ ନିଆରା । ଆଜିର ବୁଧବାରରେ ଆମେ ଆପଣଙ୍କୁ କହିରଖୁଛୁ ଯୁସି ବେକଡ଼ ଚିକେନ ବିଷୟରେ | ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟୀ ହେବା ସହ ପାଟିକୁ ବି ଖୁବ ସ୍ୱାଦିଷ୍ଟ ଲାଗିଥାଏ । ତେବେ ପ୍ରଥମେ ଲେଖିରଖନ୍ତୁ ଏହା ପାଇଁ ଆବଶ୍ୟକ ସାମଗ୍ରୀ ବିଷୟରେ:

୧. ୮ ପିସ ଲେଗ ପିସ ଚିକେନ

୨.୨ ଚାମଚ ଆଭକାଡୋ ତେଲ

୩. ୨ ଚାମଚ ରସୁଣ ବଟା

୪. ୨ ଚାମଚ ପିଆଜ ବଟା

୫. ଦେଢ଼ ଚାମଚ ପାପରିକା

୬. ଗୋଟେ ଚାମଚ ଲୁଣ

୭ . ଅଧା ଚାମଚ ଗୋଲମରିଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ନିଜ ଓଭାନକୁ ୪୨୫ ଫରେନହିଟରେ ଗରମ କରି ନିଅନ୍ତୁ ।

ଏକ ଛୋଟ ପାତ୍ରରେ ଉପରେ ଦିଆଜିଥିବା ସମସ୍ତ ଜିନିଷ ଗୁଡିକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଏବେ ସେଥିରେ କିଛି ତେଲ ମିଶାନ୍ତୁ । ନିଜ ହାତରେ ଚିକେନର ସବୁ ପାଖରେ ମସଲା ମାରି ଦିଅନ୍ତୁ ।

ଏବେ ଚିକେନ ପିସକୁ ବେକିଙ୍ଗ ସିଟ ଉପରେ ରଖି ସେକି ଦିଅନ୍ତୁ । ଏବେ କିଛି ଗୁଣ୍ଡ ମସଲାକୁ ଛିଂଚି ଦିଅନ୍ତୁ ।

୩୫ ରୁ ୪୦ ମିନିଟ ଯାଏଁ ସେକି ଦିଅନ୍ତୁ । ଯେପର୍ଯ୍ୟନ୍ତ ଭିତରର ତାପମାତ୍ରା ୧୬୦ ଡିଗ୍ରୀ ଫରେନହିଟ ପହଞ୍ଚି ନଯିବ । ଚାହିଁଲେ ଅଧିକ ସମୟ ଯାଏଁ ସେକି ପାରିବେ । ଏବେ ଖାଇବା ପୂର୍ବରୁ ୫ ମିନିଟ ଯାଏଁ ଛାଡ଼ି ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.