ଆଜିର ନନଭେଜ ଡ଼େ’କୁ କରନ୍ତୁ ଆଉ ଟିକେ ସ୍ପେଶାଲ, ଘରେ ପ୍ରସ୍ତୁତ କରି ଟ୍ରାଏ କରନ୍ତୁ “ଏଗ ବିରିୟାନୀ”

ଦେଶରେ ଜାରି ହୋଇଥିବା ଲକ ଡାଉନ ଧୀରେ ଧୀରେ କୋହଳ ହେବାକୁ ଲାଗିଲାଣି । କିନ୍ତୁ ତଥାପି ଲୋକେ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରୁନାହାନ୍ତି ଅଥବା ସମସ୍ତଙ୍କ ମନରେ ଏକ ପ୍ରକାର ଭୟ ରହିଛି । ଏହା ବଦଳରେ ଆପଣ ଘରେ କିଛି ସ୍ପେଶାଲ ପ୍ରସ୍ତୁତ କରି ଖାଇ ପାରିବେ ଓ ଅନ୍ୟ ମାନଙ୍କୁ ବି ଖୁଆଇ ପାରିବେ । ଆପଣଙ୍କୁ କିଛିଟା ବାହାର ଖାଦ୍ୟର ମଜା ଦେବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ “ଅଣ୍ଡା ବିରିୟାନୀ” । ଏହାକୁ ପ୍ରସ୍ତୁତ କରିବା ଖୁବ ସହଜ ହେବା ସହ ଖୁବ ସ୍ୱାଦିଷ୍ଟ ମଧ୍ୟ ।

ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– ଅଣ୍ଡା ୬ରୁ ୭ ଟି

– ଅଦା, ରସୁଣ ପେଷ୍ଟ ୨ ଚାମଚ

– ଛୋଟ କଟା ଯାଇଥିବା ପିଆଜ

– ଲବଙ୍ଗ ୪ ରୁ ୫ ଟି

– ଗୋଲ ମରିଚ ଗୁଣ୍ଡ ଅଧା ଚାମଚ

– ତେଜପତ୍ର -୨ଟି

– ଡାଲଚିନି କିଛି

egg biriyani

 

-ବିରିୟାନୀ ମସଲା

-ବିରିୟାନୀ ଚାଉଳ

– ଲଙ୍କା ଗୁଣ୍ଡ

– ଗରମ ମସଲା

– ଲୁଣ

– ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପ୍ୟାନରେ ୩ କପ ପାଣି ଦିଅନ୍ତୁ । ଏବେ ସେଥିରେ କିଛି ଲୁଣ ଦେଇ ଅଣ୍ଡା ସିଝାଇ ଦିଅନ୍ତୁ । ଏବେ ଅନ୍ୟ ଏକ ପ୍ୟାନରେ କିଛି ତେଲ ଦିଅନ୍ତୁ । ଏବେ ସେଥିରେ ସିଝା ଅଣ୍ଡା ପକେଇ ସାମାନ୍ୟ ଲୁଣ ଓ ଲଙ୍କା ଗୁଣ୍ଡ ପକାଇ ଫ୍ରାଏ କରନ୍ତୁ । ବାସୁମତି ଚାଉଳକୁ ଏକ ଘଣ୍ଟା ବତୁରାଈ ଦିଅନ୍ତୁ । ଏବେ ପାଣି ଗଡ଼ାଇ କୁକରରେ ଦିଅନ୍ତୁ । ଏବେ ସେଥିରେ ହାଲୁକା ଲୁଣ, ଲବଙ୍ଗ, ଗୁଜୁରାତି ଓ ତେଜପତ୍ର ଆଦି ଦିଅନ୍ତୁ । ଏବେ ସେଥିରେ ଘିଅ ଦିଅନ୍ତୁ । ଏବେ ସେଥିରେ ପାଣି ଦେଇ ସିଟି ଦେଇ ଦିଅନ୍ତୁ ।

ଏବେ ଗ୍ୟାସରେ କଡ଼ାଇ ବସାଇ ତେଲ ଦିଅନ୍ତୁ | ଏବେ ସେଥିରେ ଜିରା ଦିଅନ୍ତୁ । ଗରମ ହୋଇଗଲେ ଏବେ ସେଥିରେ ଅଦା- ରସୁଣ ପେଷ୍ଟ, ତେଜପତ୍ର, ଡାଲଚିନି, ଲବଙ୍ଗ ଦିଅନ୍ତୁ । ଏବେ ସେଥିରେ କଟା ଯାଇଥିବା ପିଆଜ ଦେଇ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ | ଏବେ ସେଥିରେ ୨ ଚାମଚ ବିରିୟାନୀ ମସଲା, ଗରମ ମସଲା, ଲଙ୍କା ଗୁଣ୍ଡ, ଲୁଣ ଆଦି ଦିଅନ୍ତୁ । ଏବେ ଭଜା ଅଣ୍ଡା ସେଥିରେ ମିଶାନ୍ତୁ । ଧୀରେ ଧୀରେ ଗୋଳାଇ ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅଣ୍ଡା ବିରିୟାନୀ । ଏବେ ଏହା ଉପରେ ଧନିଆ ପତ୍ର, ପିଆଜ, ଲେମ୍ବୁ ଆଦି ଦେଇ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.