ଆଜି ଡିନରରେ ବନାନ୍ତୁ “ସ୍ପାଇସି ଚିକେନ”, ନିଜେ ଖାଆନ୍ତୁ ଓ ଅନ୍ୟ ମାନଙ୍କୁ ଖୁଆନ୍ତୁ
ଆପଣ ନିଶ୍ଚିତ ରୂପେ ଚିକେନରେ ପ୍ରସ୍ତୁତ ହୋଇଥିବା ଅନେକ ଭେରାଇଟିର ଖାଦ୍ୟ ଖାଇଥିବେ । ଚିକେନ ବଟର ମସଲା, ଚିଲି ଚିକେନ, ଚିକେନ ଲଳିପପ ଏମିତି କେତେ କଣ । କିନ୍ତୁ ଥରେ ଘରେ “ଟେଷ୍ଟି ମସଲା ଚିକେନ” ଘରେ ବନାନ୍ତୁ ଓ ଟେଷ୍ଟ କରନ୍ତୁ । ଆଉ ସାଙ୍ଗସାଥି ମାନଙ୍କୁ ଖୁଆନ୍ତୁ । ତେବେ ଜାଣି ରଖନ୍ତୁ ପ୍ରସ୍ତୁତି ପ୍ରଣାଳୀ ।
ଆବଶ୍ୟକୀୟ ସାମଗ୍ରୀ:
ଚିକେନ- ଗୋଟେ କିଲୋ
୨୦ ପାଖୁଡା ରସୁଣ
୨ ଇଞ୍ଚ ଅଦା
ଗୋଟେ ଚାମଚ ଗରମ ମସଲା
ଗୋଟେ ଚାମଚ ହଳଦୀ ଗୁଣ୍ଡ
ଗୋଟେ କପ ଦହି
ଗୋଟେ ଚାମଚ ଲଙ୍କା ଗୁଣ୍ଡ
୬ ଟି ବଡ଼ ଅଳେଇଚ
୧୦ ଟି ଲବଙ୍ଗ
କିଛି ଡାଲଚିନି
ଗୋଲ ମରିଚ
ଗୋଟେ ଚାମଚ ଜିରା
୨ ଚାମଚ ଧନିଆ
୧୫ ଟି ବାଦାମ
କିଛି ତେଲ
୩ ଟି ବଡ ପିଆଜ ପତଳା କଟାଯାଇଥିବା
୩ ଚାମଚ ଟମାଟୋ ପିୟୁରୀ
ଦୁଇ ଚାମଚ ଲୁଣ
ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ । ଲଙ୍କା, ରସୁଣ, ଅଦାକୁ ପେଷି ଦିଅନ୍ତୁ । ଏହି ପେଷ୍ଟକୁ ଗରମ ମସଲା ସହ ମିଶାନ୍ତୁ । ଏଥିରେ ଲୁଣ, ହଳଦୀ, ଦହି, ଲଙ୍କା ଗୁଣ୍ଡ ମିଶାନ୍ତୁ । ଭଲ ଭାବରେ ମିଶାନ୍ତୁ । ଏବେ ଚିକେନରେ ଏହି ପେଷ୍ଟକୁ ଭଲ ଭାବରେ ମିଶାନ୍ତୁ । ଏବେ ଚୁଲିରେ ଏକ ପ୍ୟାନ ବସେଇ ଲବଙ୍ଗ, ଗୋଲ ମରିଚ, ଡାଲଚିନି, ଇଲାଇଚି, ବାଦାମ, ଜିରା, ଧନିଆକୁ ଭାଜନ୍ତୁ । ହାଲୁକା ସୁନେଲି ରଙ୍ଗର ହେବା ଯାଏଁ ଭାଜନ୍ତୁ । ଏବେ ଆଉ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ଗରମ ହୋଇଗଲେ ପିଆଜ କଟା, ରସୁଣ ପକାନ୍ତୁ । ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ଭଜା ପିଆଜ, ରସୁଣ ଭଜା ହୋଇଥିବା ଗୋଟା ମସଲା ସହିତ ପେଷ୍ଟ କରିଦଉଅନ୍ତୁ । ଏବେ ପ୍ୟାନରେ ତେଲ ଗରମ କରି ଚିକେନ ଖଣ୍ଡକୁ ପକାନ୍ତୁ । ଭାଜି ହୋଇଗଲେ କାଢି ଦିଅନ୍ତୁ । ଗରମ ତେଲରେ କରାଯାଇଥିବା ପେଷ୍ଟ ଦିଅନ୍ତୁ । 2 ରୁ 3 ମିନିଟ ପରେ ଚିକେନ ଖଣ୍ଡ, ଟମାଟୋ ପିୟୁରୀ, ଲଙ୍କା ଗୁଣ୍ଡ, ଲୁଣ ଦିଅନ୍ତୁ । ଅଧା କପ ଗରମ ପାଣି ଦେଇ ଭଲ ଭାବରେ ମିଶାନ୍ତୁ । ଚିକେନ ନରମ ହେବା ଯାଏଁ ଚୁଲିରେ ରଖନ୍ତୁ । ଏବେ ଧନିଆ ପତ୍ର ଦେଇ ସଜାନ୍ତୁ ।