ଲାଇଫ୍ ଷ୍ଟାଇଲ୍

ସଂଧ୍ୟାରେ ଘରେ ବସି ନିଅନ୍ତୁ ବାଦାମ ଚିକ୍କୀର ମଜା, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଶୀତ ଦିନେ ଅଧିକାଂଶ ଲୋକମାନେ ଚିକ୍କୀ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। ଏହାକୁ ଅନେକ ସ୍ଥାନରେ ଗଜବ ମଧ୍ୟ କୁହାଯାଇଥାଏ। ଗୁଡ଼ ଏବଂ ବାଦାମରେ ପ୍ରସ୍ତୁତ ହେଉଥିବା ଚିକ୍କୀ ଖାଇବାକୁ ମୁସ୍ ମୁସ୍ ଲାଗିବା ସହ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ। ଏହି ଜିନିଷ ଖାଇବା ପାଇଁ ହେଲେ ଆପଣ ପ୍ରାୟତଃ ବଜାରରୁ କିଣି ଆଣିଥାନ୍ତି । ହେଲେ ଆପଣ କିନ୍ତୁ ଏହି ମନ ପସନ୍ଦର ଜିନିଷ ଘରେ ପ୍ରସ୍ତୁତ କରିପାରିବେ, ଅତି ସହଜ ଉପାୟରେ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଗୁଡ଼-ବାଦାମର ଏହି ମଜାଦାର ଚିକ୍କୀ।

ଆବଶ୍ୟକୀୟ ସାମଗ୍ରୀ :

ବାଦାମ ଦାନା- ୧୫୦ ଗ୍ରାମ
ଗୁଡ଼- ୨୦୦ ଗ୍ରାମ
ଘିଅ- ୨ ବଡ଼ ଚାମଚ

ପ୍ରସ୍ତୁତି ପ୍ରଣାଳୀ :

ପ୍ୟାନ୍ ରେ ଏକ ଛୋଟ ଚାମଚ ଘିଅ ଗରମ କରନ୍ତୁ। ଏହାପରେ ସେଥିରେ ଗୁଡ଼ ପକାନ୍ତୁ ଏବଂ ଅଳ୍ପ ଆଞ୍ଚରେ ରଖି ଗୁଡ଼କୁ ତରଳାନ୍ତୁ। ଏବେ ସେଥିରେ ବାଦାମ ଦାନା ପକାଇ ମିଶାନ୍ତୁ। ଏଥର ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ପରେ ଏକ ପ୍ଲେଟରେ ଘିଅ ମାରି ପ୍ରସ୍ତୁତ ହୋଇଥିବା ଏହି ମିଶ୍ରଣକୁ ସେଥିରେ ରଖନ୍ତୁ। ପାତ୍ରରେ ମିଶ୍ରଣ ସେଟ୍ ହେବା ଯାଏ ଅପେକ୍ଷା କରନ୍ତୁ । ପରେ ଆପଣ ଏକ ଛୁରୀ ସାହାଯ୍ୟରେ ନିଜ ମନ ପସନ୍ଦର ସେପ୍ ଦେଇ କାଟନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ବାଦାମ ଚିକ୍କୀ । ନିଜେ ଖାଆନ୍ତୁ ଓ ଅନ୍ୟକୁ ଖାଇବାକୁ ଦିଅନ୍ତୁ ମଜାଦାର ବାଦାମ ଚିକ୍କୀ ।

KNews Bureau

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

54 seconds ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

9 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

12 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

19 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

44 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

53 mins ago