ଲାଇଫ୍ ଷ୍ଟାଇଲ୍

ଆଜି ହିଁ ଘରେ ବନାଇ ଟ୍ରାଏ କରନ୍ତୁ “ମସରୁମ ମଞ୍ଚୁରିଆନ”, ହାତ ଚାଟି ଚାଟି ଭାତ ଖାଇବେ

ମଞ୍ଚୁରିଆନ ଖାଇବାକୁ କାହାକୁ ବା ଭଲ ନ ଲାଗେ । ନାଁ ଶୁଣୁ ଶୁଣୁ ହିଁ ପାଟିରୁ ଲାଲ ବାହାରି ଆସେ । ଆଉ ଯଦି ସେହି ମଞ୍ଚୁରିଆନ ଯଦି ଛତୁରେ ତିଆରି ହୋଇଥିବ ତା ହେଲେ ତ କଥା ସରିଲା । ହାତ ଚାଟି ଚାଟି ଭାତ ଖାଇବା କଥା । ତେବେ ଆପଣ ମାନେ ହୋଟେଲ କିମ୍ବା ରେଶତୃରାନ୍ତରୁ ମସରୁମ ମନଚୁରିଆନ ମଗେଇ ଖାଇଥିବେ । କିନ୍ତୁ କେବେ ଘରେ କରିବାକୁ ଟ୍ରାଏ କରିଛନ୍ତିକି । ତେବେ ଆସନ୍ତୁ ଆଜି ଘରେ ବନେଇବା । ନିଜେ ଖାଇବା ଓ ସମସ୍ତଙ୍କୁ ଖୁଆଇବା । ପ୍ରଥମେ ଲେଖି ରଖନ୍ତୁ ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ:
ଛତୁ- ୨୦୦ ଗ୍ରାମ

ମଇଦା – ଦୁଇଟି ବଡ ଚାମଚ

କର୍ଣ୍ଣଫ୍ଲୋର- ୩ ବଡ ଚାମଚ

ଅଦା-ରସୁଣ- କଞ୍ଚା ଲଙ୍କା ପେଷ୍ଟ- ଗୋଟେ ଚାମଚ

ପାଣି- ଅଧା କପ

ସ୍ବଦାନୁସାରେ ଲୁଣ

ଛାଣିବା ପାଇଁ ତେଲ

ସସ ପାଇଁ- ପିଆଜ, କଞ୍ଚା ଲଙ୍କା, ସିମ୍ଳା ଲଙ୍କା, ରସୁଣ, ୩ ଟି ଲବଙ୍ଗ, ଅଦା କିମା, ଲଙ୍କା ଗୁଣ୍ଡ, ଛୋଟ ଚାମଚ ସୋୟା ସସ, ଲଙ୍କା ସସ, ଚାଇନା ସ୍ଲଟ, ଟମାଟୋ ସସ, ଗୋଟେ ଚାମଚ ବ୍ରାଉନ ସୁଗାର

ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

– ଗୋଟେ ପାତ୍ରରେ ଛାଣିବା ପାଇଁ ତେଲ ଗରମ କରନ୍ତୁ ।

– ଏବେ ଏକ ଛୋଟ ପାତ୍ରରେ ମଇଦା, କର୍ଣଫ୍ଲୋର, ଲୁଣ, ଅଦା ରସୁଣ, ଲଙ୍କା ପେଷ୍ଟକୁ ମିଶାନ୍ତୁ । ପାଣି ଦେଇ ଏକ ଚିକ୍କଣ ପେଷ୍ଟ ତିଆରି କରନ୍ତୁ ।

– ଏବେ ଧୁଆ ଯାଇଥିବା ମଶରୁମକୁ ଘୋଳରେ ମିଶାନ୍ତୁ । ଧ୍ୟାନରେ ରଖିବେ ଯେମିତି କୋଟିଙ୍ଗ ଠିକ ଭାବରେ ଲାଗୁଥିବ । ଏବେ ପ୍ରତି ଛତୁକୁ ତେଲରେ ଛାଣି ଦିଅନ୍ତୁ । ଆଞ୍ଚକୁ ମଧ୍ୟମରେ ରଖନ୍ତୁ । ଗୋଲଡେନ ବ୍ରାଉନ ରଙ୍ଗର ହେବା ଯାଏଁ ଛାଣି ଦିଅନ୍ତୁ ।

– ଏବେ ଆଉ ଏକ କଡେଇରେ ରାଶି ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ରସୁଣକୁ ଭାଜନ୍ତୁ । କଞ୍ଚା ଲଙ୍କା ଓ ଅଦା ଖଣ୍ଡ ଦିଅନ୍ତୁ । କିଛି ସେକେଣ୍ଡ ପାଇଁ ଭାଜନ୍ତୁ ।

– ଏବେ ସେଥିରେ ପିଆଜ ଭାଜନ୍ତୁ । ୨ ମିନିଟ ପରେ କଟା ଯାଇଥିବା ସିମଲା ଲଙ୍କା ଦିଅନ୍ତୁ । ଏବେ ଏଥିରେ ବ୍ରାଉନ ସୁଗାର, ସୋୟା ସସ, ଟମାଟୋ କେଚପ, କଞ୍ଚା ଲଙ୍କା ଓ ଚାଇନା ସଲଟ ଦିଅନ୍ତୁ । ଭଲ ଭାବରେ ମିଶାଇ ଦିଅନ୍ତୁ । ଅଳ୍ପ କିଛି ପାଣି ଦେଇ ଛାଡି ଦିଅନ୍ତୁ ।

– ଏବେ ସେଥିରେ ଫ୍ରାଏ କରାଯାଇଥିବା ମଶରୁମ ବଲ ଗୁଡିକୁ ପକାନ୍ତୁ । କିଛି ସମୟ ଘୋଡେଇ ରଖିବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପିଆଜ ଓ ଧନିଆ ପତ୍ର ଦେଇ ସଜାନ୍ତୁ ।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

32 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

41 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

53 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago