ମାଣବସା ଗୁରୁବାରରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ମିଠା “ତୋସା”, ବଜାର ଟେଷ୍ଟ ଭୁଲିଯିବେ

ଆପଣତ ବଜାରରୁ ଭିନ୍ନ ଭିନ୍ନ ରକମର ମିଠା କିଣି ଖାଉଥିବେ । କିନ୍ତୁ କେବେ ଘରେ ବନେଇବା ପାଇଁ ଟ୍ରାଏ କରିଛନ୍ତିକି । ଯଦି କରିନାହାନ୍ତି ତେବେ ଆମେ ଆପଣଙ୍କ ପାଇଁ ଏକ ମିଠାର ରେସିପି ନେଇ ଆସିଛୁ । ଯାହାକୁ ବନେଇବା ଖୁବ ସହଜ । ଆଉ ଆପଣ ଘର ତିଆରି ମିଠାରେ ମଜା ବି ନେଇପାରିବେ । ତେବେ ଲେଖିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୨୫୦  ଗ୍ରାମ ମଇଦା

ଅଧା କପ ଦହି

ଅଧା ଚାମଚ ଖାଇବା ସୋଡ଼ା

ଅଧା ଚାମଚ ଲୁଣ

ଅଧା କପ ତେଲ

ଅଢେଇ ଗିନା ଚିନି

୩  କପ ପାଣି

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପାତ୍ରରେ ମଇଦା, ସୋଡା଼, ଲୁଣ, ତେଲ, ଦହି ଆଦିକୁ ଭଲ ଭାବରେ ଗୋଳାଇ ଏକ ଚକଟା ପ୍ରସ୍ତୁତ କରନ୍ତୁ ।

କିଛି ସମୟ ଛାଡିବା ପରେ ଲମ୍ବା ଲମ୍ବା ରୋଲ ଆକାରର ବନେଇ ଦିଅନ୍ତୁ ।

ଏବେ କଡେଇରେ ତେଲ ଗରମ କରି ଏହି ରୋଲ ଗୁଡିକୁ ଛାଣି ଦିଅନ୍ତୁ । ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ ।

ଏବେ ଅନ୍ୟ ଏକ ଜାଗାରେ ୩  କପ ପାଣି ଓ ଚିନି ଦେଇ ଫୁଟାଇ ଦିଅନ୍ତୁ । ଏହି ଶିରପଟି ବହଳିଆ ହେବା ଯାଏଁ ବସାନ୍ତୁ ।

ଏବେ ଛଣା ଯାଇଥିବା ରୋଲ ଗୁଡିକୁ ଏହି ଶିରପରେ ବୁଡାଇ ଦିଅନ୍ତୁ ।

ଏବେ ଚୁଲାରୁ ବାହାର କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ଏବେ ରେଡି ହୋଇଗଲା ଆପଣଙ୍କ ପ୍ରିୟ ମିଠା “ତୋସା” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.