ଭାରି ସୁଆଦିଆ ସ୍ୱାଦିଷ୍ଟ ଚି଼ଜି ପିଜ୍ଜା ପରଠା, ଘରେ କରନ୍ତୁ ପ୍ରସ୍ତୁତ

ଆଜିକାଲିର ପିଲା ଘର ଖାଇବା ଅପେକ୍ଷା ବାହାର ଖାଇବା କହିବାକୁ ବେଶୀ ପସନ୍ଦ କରନ୍ତି । ପିଜ୍ଜା କଥା କହିଲେ ତ କଥା ସରିଲା । ଯୋଉ ବୟସର ପିଲା ହୋଇଥିଲେ ବି ଆଗ ପାଟିରୁ ଲାଲ ବୋହି ପଡିବ । କିନ୍ତୁ ବାହାରେ ପିଜ୍ଜା ଦର ବହୁ ଅଧିକ ହୋଇଥିବାରୁ ସବୁବେଳେ ତାହା କିଣି ଖାଇବା ସେତେଟା ସମ୍ଭବ ହୋଇନଥାଏ । ବାପା ମା ମାନେ ମଧ୍ୟ ପିଜ୍ଜା କିଣିଦେବାକୁ ସଂକୋଚ କରିଥାନ୍ତି । ଏମିତିରେ ବି ବାହାର ଖାଦ୍ୟ ସ୍ୱାସ୍ଥ୍ୟ ପକ୍ଷେ ସେତେଟା ଭଲ ହୋଇନଥାଏ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ନିଜ ଘରେ ଅତି କମ ଖର୍ଚ୍ଚରେ ମଧ୍ୟ ଆପଣ ଅତ୍ୟନ୍ତ ସ୍ୱାଦିଷ୍ଟ ପିଜ୍ଜା ଭଳି ପରଠା ବନାଇ ପାରିବେ । ଏହା କେବଳ ସ୍ୱାଦିଷ୍ଟ ନୁହେଁ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଅତ୍ୟନ୍ତ ହିତକାରୀ ।

ଆବଶ୍ୟକ ସାମଗ୍ରୀ:

  • ୪୦୦ ଗ୍ରାମ ଅଟା
  • ଆବଶ୍ୟକ ଅନୁଯାୟୀ ତେଲ
  • ୨ ବଡ ଚାମଚ ଚିନି
  • ୨ ବଡ ଚାମଚ ଇଷ୍ଟ ପାଉଡର
  • ୧୦୦ ଗ୍ରାମ ମଜେର୍ଲ ଚିଜ
  • ଗୋଟେ ବନ୍ଧା କୋବି
  • ଶିମଲା ଲଙ୍କା
  • ବେବି କର୍ଣ
  • ବଡ ଖଣ୍ଡେ ଅଦା
  • ଲଙ୍କା
  • ଗୋଲମରିଚ ଗୁଣ୍ଡ
  • ଧନିଆ ପତ୍ର
  • ସ୍ୱାଦ ଅନୁସାରେ ଲୁଣ

ଚି଼ଜି ପିଜ୍ଜା ପରଠା ବନାଇବାର ବିଧି:

ପ୍ରଥମେ କିଛି ଅଟା ନିଅନ୍ତୁ । ଏବେ ଅଟାରେ ଲୁଣ,ଚିନି,ଇଷ୍ଟ ପାଉଡର,ତେଲ ମିଶାଇ ଭଲ ଭଲ ଭାବେ ହାତରେ ଘଷି ଦିଅନ୍ତୁ । ତାପରେ ଏଥିରେ ନଖ ଉଷୁମ ପାଣିରେ ଭଲ ଭାବେ ଚକଟି ଦିଅନ୍ତୁ । ତାପରେ ଚକଟା ହୋଇଥିବା ଅଟା ଉପରେ କିଛି ତେଲ ଲଗାଇ ଦିଅନ୍ତୁ । ଏହା କୁ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଏକ ଓଦା କପଡା ଘୋଡାଇ ରଖନ୍ତୁ । ଏବେ ଅନ୍ୟ ଏକ ପାତ୍ର ରେ କଟା ହୋଇଥିବା ବନ୍ଧା କୋବି,ସିମଲା ଲଙ୍କା,ବେବି କର୍ଣ,ମଜେରଳା ଚିଜ,ଧନିଆ ପତ୍ର,କଞ୍ଚା ଲଙ୍କା,ଅଦା, ଗୋଲ ମରିଚ ଗୁଣ୍ଡ ଓ ଲୁଣ ଦେଇ ଭଲରେ ଗୋଳାଇ ରଖନ୍ତୁ । ଏବେ ପରଠାରେ ଦେବା ପାଇଁ ଆପଣଙ୍କ ପେଷ୍ଟଟି ପୁରା ପ୍ରସ୍ତୁତ ହୋଇଯାଇଛି । ପୂର୍ବରୁ ଚକଟା ହୋଇଥିବା ଅଟାର ଗୁଳା ବନାନ୍ତୁ । ସେଥିରେ ମିଶ୍ରଣକୁ ପୁର ଆକାରରେ ଦିଅନ୍ତୁ । ଅତି ସାବଧାନତାର ସହ ଏହାକୁ ବେଲି ଦିଅନ୍ତୁ । ଏବେ ତାୱାରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ସେଥିରେ ପରଠା ଗୁଡିକୁ ଗୋଟେ ପରେ ଗୋଟେ କରି ସେକି ଦିଅନ୍ତୁ । ସେପର୍ଯ୍ୟନ୍ତ ସେକାନ୍ତୁ ଯେ ପର୍ଯ୍ୟନ୍ତ ପରଠାର ଦୁଇ ପଟ ସୁନେଲି ରଙ୍ଗର ନହୋଇଛି । ପରେ ଗରମ ଗରମ ଏହି ଚିଜ ପରଠାକୁ ସସ କିମ୍ବା ଚଟଣି ସହ ପରସନ୍ତୁ । ଦେଖିବେ ଆପଣ ବନଉଥିବା ସାଧା ପରଠା ଅପେକ୍ଷା ଏହା ଆହୁରି କେତେ ଅଧିକ ସ୍ୱାଦିଷ୍ଟ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.