ଆଜି ସନ୍ଧ୍ୟାରେ “ବେକଡ୍‌ ସ୍ପ୍ରିଙ୍ଗ ରୋଲ” ବନାନ୍ତୁ, ପିଲାଙ୍କୁ ମଜା ଆସିଯିବ

ଆଜି ତ ଶନିବାର । ଅଧିକାଂଶ ଲୋକେ ଏହି ବାରରେ ଆମିଷ ଖାଇବାକୁ ପସନ୍ଦ କରନ୍ତିନାହିଁ । ଯେହେତୁ ଏହା ଏକ ସପ୍ତାହାନ୍ତ ବାର ହୋଇଥିବାରୁ କିଛି ନୂଆ ନୂଆ ଟେଷ୍ଟି ଟେଷ୍ଟି ଖାଦ୍ୟ ପ୍ରସ୍ତୁତ କରି ଖାଇବା ଉଚିତ । ଆଜି ହିଁ ଘରେ ପ୍ରସ୍ତୁତ କରି ଖାଆନ୍ତୁ ବେକଡ଼ ସ୍ପ୍ରିଙ୍ଗ ରୋଲ । ଯାହାକି ଖୁବ ସ୍ୱାଦିଷ୍ଟ ହେବା ସହ କମ ତେଲ, କମ ମସଲାରେ ପ୍ରସ୍ତୁତ ହୋଇଯିବ । ପ୍ରଥମେ ଜାଣିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ:

୮ ଟି ସ୍ପ୍ରିଙ୍ଗ ରୋଲ ସିଟ

୮୦ ଗ୍ରାମ କଟାଯାଇଥିବା ବନ୍ଧା କୋବି

ଗୋଟେ ଗାଜର

୩୫ ଗ୍ରାମ ପିଆଜ

୩୦ ଗ୍ରାମ ଗଜା ମୁଗ

୨ଟି କଟାଯାଇଥିବା ରସୁଣ

ଗୋଟେ ଚାମଚ ସୋୟା ସସ

ଗୋଟେ ଚାମଚ ସୋରିଷ ତେଲ

ଗୋଟେ ଚାମଚ କର୍ଣ୍ଣ ଫ୍ଲୋର

ଗୋଟେ ଚାମଚ ଅଲିଭ ତେଲ

ପତଳା ଚାଓମିନ

ପାଣି

ପ୍ରସ୍ତୁତି ପ୍ରଣାଳୀ:

ଗାଜରର ଚୋପାକୁ ଛଡାଇ ଦିଅନ୍ତୁ । ଏବେ ଗାଜରକୁ ୪ ପିସରେ କାଟି ଛୋଟ ଛୋଟ ସ୍ଟ୍ରାଇପରେ ପରିଣତ କରନ୍ତୁ । ଯଦି ଚାହିଁବେ ଗ୍ରେଟରରେ କୋରୀ ଦେଇପାରିବେ ।

ବନ୍ଧା କୋବି, ପିଆଜ, ରସୁଣ ଆଦିକୁ ବି ଚୁନଚୁନ କରି କାଟି ଦିଅନ୍ତୁ । ଏବେ ଏକ ପ୍ୟାନରେ ପାଣି ଗରମ କରି ନୁଡ଼ଲସ ଗୁଡିକୁ ସିଝାଇ ଦିଅନ୍ତୁ । ଏବେ ଏଥିରୁ ପାଣି ନିଗାଡ଼ି ଦିଅନ୍ତୁ ।

ଏବେ ଚୁଲିରେ ପ୍ୟାନ ବସାଇ ସେଥିରେ ତେଲ ଗରମ କରନ୍ତୁ । ଏବେ ସେଥିରେ ରସୁଣ, ଗାଜର, ବନ୍ଧାକୋବି ଆଦି ଦିଅନ୍ତୁ । କିଛି ସମୟ ପାଇଁ ଘଣ୍ଟି ଏବେ ସେଥିରେ କଟାଯାଇଥିବା ପିଆଜକୁ ଦିଅନ୍ତୁ । ପରିବା ଗୁଡିକ ଟିକେ କଡ କଡ ହେବା ଯାଏଁ ଭାଜି ଦିଅନ୍ତୁ ।

ଏବେ ସେଥିରେ ସୋୟା ସସ ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ସେଥିରେ ଚାଓମିନ ଦେଇ ସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ୩୦ ସେକେଣ୍ଡ ପାଇଁ ଛାଡି ଦିଅନ୍ତୁ । ଏବେ ଗ୍ୟାସ ବନ୍ଦ କରି ସ୍ଟଫିଙ୍ଗ ଗୁଡିକୁ ଏକ ପ୍ଲେଟରେ କାଢି ଦିଅନ୍ତୁ । ଏବେ ସେଗୁଡିକୁ ଥଣ୍ଡା କରି ଦିଅନ୍ତୁ । ଥଣ୍ଡା ହୋଇଗଲେ ଗଜା ମୁଗ ଆଦିକୁ ମିଶାଇ ଦିଅନ୍ତୁ ।

ଏବେ କର୍ଣ୍ଣଫ୍ଲୋର ଓ ପାଣିର ଏକ ଘୋଳ ପ୍ରସ୍ତୁତ କରନ୍ତୁ । ଏବେ ସ୍ପ୍ରିଙ୍ଗ ରୋଲର ସିଟ ଗୁଡିକୁ ଗୋଟିଏ ଗୋଟିଏ କରି ନେଇ ସେଗୁଡିକୁ ଏକ ପେପରରେ ବୁଜି ଦିଅନ୍ତୁ । ଏବେ ରୋଲର ଦୁଇ କଡରେ ପେଷ୍ଟ ଦେଇ ବନ୍ଦ କରିଦିଅନ୍ତୁ । ଏବେ ତା ଭିତରେ ପ୍ରସ୍ତୁତ ହୋଇଥିବା ମସଲା ଗୁଡିକୁ ଭର୍ତ୍ତି କରନ୍ତୁ ଆଉ ଦୁଇ କଡ଼କୁ ବୁଜି ଦିଅନ୍ତୁ । ଏବେ ସେଗୁଡିକୁ ଏକ ହିଟ ଓଭାନରେ 375F/ 190C ରେ ସେକି ଦିଅନ୍ତୁ । ଏବେ ଏକ ବେକିଙ୍ଗ ଟ୍ରେ ଗରମ କରି ସ୍ପ୍ରିଙ୍ଗ ରୋଲ ଗୁଡିକୁ ସେକି ଦିଅନ୍ତୁ ।

Leave A Reply

Your email address will not be published.