ଯଦି ଆପଣ କାହାକୁ ସରପ୍ରାଇଜ ଦେବାକୁ ଯାଉଛନ୍ତି କିମ୍ବା କିଛି ମିଠା କରି ଖାଇବାକୁ ଚାହୁଁଛନ୍ତି ତେବେ ଆଜି ଏହି ସହଜ ତଥା ସରଳ ରେସିପି ଟି ବନାନ୍ତୁ, ନିଜେ ଖାଆନ୍ତୁ ଆଉ ସମସ୍ତଙ୍କୁ ଖୁଆନ୍ତୁ । ଯେଉଁ ରେସିପିଟି ଆଜି ଆପଣ ଶିଖିବାକୁ ଯାଉଛନ୍ତି ତା ନାଁ ହେଉଛି “ଛେନା ମୁରକି” । ଯାହାକୁ ଆପଣ ଖୁବ କମ ସମୟ ଭିତରେ କମ ଜିନିଷ ବ୍ୟବହାର କରି ପ୍ରସ୍ତୁତ କରିପାରିବେ । ତେବେ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡିକୁ ଲେଖିରଖନ୍ତୁ ।
ଆବଶ୍ୟକୀୟ ସାମଗ୍ରୀ:
ପନିର- ୨୫୦ ଗ୍ରାମ
ଚିନି- ଗୋଟେ କପ
ଗୁଜୁରାତି ପାଉଡର- ଗୋଟେ ଚାମଚ
ଗୋଲାପ ଜଳ- ଗୋଟେ ଚାମଚ
ପ୍ରସ୍ତୁତି ପ୍ରଣାଳୀ:
ଛେନା ମୁରକି ବନେଇବା ପାଇଁ ପ୍ରଥମେ ପନିର ନିଅନ୍ତୁ । ତାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏବେ ଗୋଟେ କଡେଇ ନିଅନ୍ତୁ । ମାଧ୍ୟମ ଆଁଚରେ ଗରମ କରିବା ପାଇଁ ଗ୍ୟାସ ଉପରେ ରଖନ୍ତୁ । ଏବେ ଏକ କଡେଇରେ ଗୋଟେ କପ ପାଣି ନିଅନ୍ତୁ, ସେଥିରେ ଚିନି ଦିଅନ୍ତୁ । କିଛି ସମୟ ପରେ ଚିନି ପାଣିରେ ମିଳେଇ ରସ ପ୍ରସ୍ତୁତ ହୋଇଯିବ । ଏହାକୁ ସେଯାଏଁ ଗ୍ୟାସରେ ରଖନ୍ତୁ ଯେ ପର୍ଯ୍ୟନ୍ତ ରସଟି ବହଳିଆ ନ ହେବ । ରସ ପ୍ରସ୍ତୁତ ହୋଇଗଲେ ସେଥିରେ ଆଗରୁ କଟା ହୋଇ ରଖାଯାଇଥିବା ଖଣ୍ଡ ଖଣ୍ଡ ପନିରକୁ ପକାଇ ଦିଅନ୍ତୁ । ଧିମା ଆଞ୍ଚରେ ଧୀରେ ଧୀରେ ଚଟୁ ଚଲାନ୍ତୁ । ଏବେ ଏଥିରେ ଗୁଜୁରାତି ଗୁଣ୍ଡ ପକେଇ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ରସ ଆଉ ଟିକେ ମୋଟା ହୋଇ ଆସିଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଏବେ ସେଥିରେ ଗୋଟେ ଚାମଚ ଗୁଲାବ ଜଳ ଦିଅନ୍ତୁ । ଆପଣଙ୍କ ସ୍ୱାଦିଷ୍ଟ ଛେନା ମୁରକି ପ୍ରସ୍ତୁତ ହୋଇଗଲା । ଏବେ ଏହାକୁ ସମସ୍ତଙ୍କ ପାଇଁ ବାଢି ଦିଅନ୍ତୁ ।