ବହୁତ କମ୍ ସମୟରେ ପ୍ରସ୍ତୁତ କରନ୍ତୁ କର୍ନ-ପନିର ରାଇସ, ଖାଇବାକୁ ବେଶ ସ୍ବାଦିଷ୍ଟ

ଭାରତୀୟ ଭୋଜନରେ ଭାତକୁ ନିଶ୍ଚିତ ଭାବେ ସାମିଲ କରାଯାଏ। ଭୋଜନକୁ ସ୍ପେଶାଲ କରିବା ପାଇଁ ଭାତକୁ ବଦଳାଇ ପୁଲାଓ ପ୍ରସ୍ତୁତ କରାଯାଏ। ତେଣୁ ଆଜି ଆମେ ଆପଣଙ୍କ ଶିଖାଇବୁ କେମିତି ପ୍ରସ୍ତୁତ କରନ୍ତି କର୍ନ-ପନୀର ରାଇସ, ତାହା ଆଜି ଆମେ ଶିଖାଇବୁ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ :

ଆବଶ୍ଯକ ସାମଗ୍ରୀ : ୧ କପ୍ ବାସୁମତୀ ଚାଉଳ, ଅଧା ଚାମଚ ଜିରା, ୩ଟି ଲବଙ୍ଗ, ୧ ଇଞ୍ଚ ଡାଚିନି, ୨ଟି ଶୁଖିଲା ଲଙ୍କା, ଚୁଟକି ହେଙ୍ଗୁ, ୧ କପ କର୍ନ, ଦେଢ କପ ପାଣି, ୧ ଚାମଚ ଗୋଲମରିଚ ପାଉଡର, ଅଧା କପ ପନିର, ସ୍ବାଦନୁସାରେ ଲୁଣ।

ପ୍ରସ୍ତୁତ ପ୍ରଣାଳୀ: ଚାଉଳକୁ ଧୋଇ ୨୦ ମିନିଟ ପର୍ଯ୍ଯନ୍ତ ଭିଜାଇ ଦିଅନ୍ତୁ। ଏବେ ପ୍ରେସର କୁକରରେ ତେଲ ଗରମ କରି ଜିରା, ଲବଙ୍ଗ, ଡାଳଚିନି, ଶୁଖିଲା ଲଙ୍କା, ହେଙ୍ଗୁ ପକାନ୍ତୁ। କର୍ନ ପକାଇ ୨ ମିନିଟ ପର୍ଯ୍ଯନ୍ତ ଭାଜନ୍ତୁ। ତା’ପରେ ଭିଜାଇ ଥିବା ଚାଉଳ ପକାଇ ପାଣି, ସ୍ବାଦନୁସାରେ ଲୁଣ, ଗୋଲମରିଚ ପାଉଡର ପକାଇ ଭଲ ଭାବେ ମିଶାଇ ପ୍ରେସର କୁକରରେ ୧ ସିଟି ପର୍ଯ୍ଯନ୍ତ ସିଝାନ୍ତୁ। ତା’ପରେ ଆଞ୍ଚରୁ ଓହ୍ଲାଇ ଅଳ୍ପ ଥଣ୍ଡା ହେବା ପରେ ସେଥିରେ ପନୀର ଖଣ୍ଡ ପକାଇ ଧିମା ଆଞ୍ଚରେ ବସନ୍ତା। ଏବେ ପ୍ରସ୍ତୁତ ହୋଇଗଲା କର୍ନ-ପନିର ରାଇସ। ଏହାକୁ ରାଇତା ସହିତ ଖାଆନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.