ଘରେ ବନାନ୍ତୁ ହ୍ୟାଣ୍ଡ ମାସ୍କ, ହାତ ଦେଖାଯିବ ସୁନ୍ଦର ଏବଂ ଉଜ୍ୱଳ

ଅଧିକାଂଶ ମହିଳା ଘରର ବିଭିନ୍ନ କାମ କରିବା ପରେ ନିଜ ହାତର ଯତ୍ନ ନେବାକୁ ଭୁଲିଯାଆନ୍ତି। ରୋଷେଇ ପାଇଁ ବାରମ୍ବାର ହାତ ଧୋଇବା, ବାସନକୁସନ ମାଜିବା, ସଫା ପାଇଁ ଡିଟରଜେଣ୍ଟ ଗୁଣ୍ଡ, ବାସନମଜା ସାବୁନ ଇତ୍ୟାଦି ବ୍ୟବହାର କରିବା ଯୋଗୁଁ ହାତ ରୁକ୍ଷ ହୋଇଯାଏ। ଆଉ ଅଧିକାଂଶ ମହିଳାମାନେ ନିଜ ହାତର ଯତ୍ନ ନେବାକୁ ଭୁଲିଯାଆନ୍ତି। ବଜାରର ମହଙ୍ଗା ସାମଗ୍ରୀ ବ୍ୟବହାର କରିବା ସମସ୍ତଙ୍କ ପାଖେ ସମ୍ଭବ ନଥାଏ। କିନ୍ତୁ ଏହା ବଦଳରେ ଆପଣ ଘରୋଇ ମାସ୍କ କରି ହାତର ରୁକ୍ଷପଣକୁ ଦୂର କରିପାରିବେ। ତେବେ କେମିତି ଆଉ କ’ଣ ବ୍ୟବହାର କରିବେ ଆସନ୍ତୁ ଜାଣିବା…

ମହୁ ଏବଂ ଗାଜର ମାସ୍କ:

ଏହି ହ୍ୟାଣ୍ଡ ମାସ୍କ ପ୍ରସ୍ତୁତ କରିବା ପାଇଁ ମହୁ, ଚିନି ଏବଂ ଗାଜରକୁ ପେଷ୍ଟ କରନ୍ତୁ। ଗାଜରକୁ ସିଝାଇ ଏହାକୁ ପେଷ୍ଟ କରିଦିଅନ୍ତୁ। ଏବେ ଏହି ପେଷ୍ଟରେ ମହୁ ମିଶାଇ ହାତରେ ଭଲଭାବେ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ ହାତରେ ଭଲଭାବେ ଲଗାଇ ଦିଅନ୍ତୁ। ଏହି ପେଷ୍ଟ ହାତରେ ଶୁଖିଯିବା ପରେ ଅଳ୍ପ ଉଷୁମ ପାଣିରେ ଏହାକୁ ଧୋଇଦିଅନ୍ତୁ। ହାତକୁ ଧୋଇବା ପରେ ଏହି ହାତରେ କ୍ରିମ ଲଗାନ୍ତୁ। ଏହି ମାସ୍କ ଲଗାଇବା ଦ୍ୱାରା ହାତର ଭାଙ୍ଗ ଏବଂ ରୁକ୍ଷପଣ ଦୂର ହୁଏ।

coconut oil

ନଡିଆ ତେଲ ମାସ୍କ:

ଏହି ହ୍ୟାଣ୍ଡ ମାସ୍କ ପ୍ରସ୍ତୁତ କରିବା ପାଇଁ ନଡିଆ ତେଲ, ସିୟା ବଟର ଏବଂ କଞ୍ଚା କ୍ଷୀର ଆବଶ୍ୟକ। ଏକ ପାତ୍ରରେ ନଡିଆ ତେଲ, କଞ୍ଚା ରାଶି ତେଲର କିଛି ବୁନ୍ଦା ଏବଂ ସିୟା ବଟରକୁ ଭଲଭାବେ ମିଶାନ୍ତୁ ଏବଂ ଏହାକୁ ହାତରେ ଲଗାନ୍ତୁ। ଏହି ମିଶ୍ରଣକୁ ହାତରେ ଲଗାଇବା ପରେ ଶୁଖିବାକୁ ଛାଡିଦିଅନ୍ତୁ। ଏହା ଶୁଖିଯିବା ପରେ ହାତକୁ ସାଧାରଣ ପାଣିରେ ଧୋଇଦିଅନ୍ତୁ। ହାତକୁ ଧୋଇବା ପରେ ମଶ୍ଚରାଇଜର ବ୍ୟବହାର କରନ୍ତୁ। ନଡିଆ ତେଲରେ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ରହିଥାଏ। ଏହା ହାତକୁ ଚମକ କରିବା ସହିତ ନମନୀୟ ମଧ୍ୟ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.