କମଳା ଚୋପାରେ ଘରେ ବନାନ୍ତୁ ହୋମମେଡ଼ ନାଇଟ କ୍ରିମ ଓ ଟୋନର

ତ୍ୱଚାର ଦେଖା ରଖା କରିବା ପାଇଁ ଝିଅ ମାନେ ଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରନ୍ତି ।  କେତେ ଜଣ ବାହାରୁ ଦାମୀ ପ୍ରଡକ୍ଟ କିଣି ବ୍ୟବହାର କରନ୍ତି ତ କେତେ ଜଣ ଘରୋଇ ଜିନିଷରେ ହିଁ ତ୍ୱଚାର ଦେଖାରଖା କରନ୍ତି ।  ବିଶେଷ କରି ତ୍ୱଚାରେ ଟୋନର କିମ୍ବା କ୍ରିମ ଲଗାଇବାକୁ ତ ଜମା ବି ଭୁଲିବା କଥା ନୁହେଁ ।  ଯାହାକି ସ୍କିନକୁ ଗଭୀରରୁ ସଫା କରି ସେଥିରେ ଉଜ୍ଜ୍ୱଳତା ଆଣିବା ସହିତ ନରମ ମଧ୍ୟ ରଖିଥାଏ ।  ଏଗୁଡିକରେ କେମିକାଲ ଥିବା କାରଣରୁ ସାଇଡ ଇଫେକ୍ଟ ହେବାର ଅନେକ ଆଶଙ୍କା ରହିଥାଏ । ତେଣୁ ଆଜି ଆମେ ଆପଣଙ୍କୁ କମଳା ଚୋପାରେ କିପରି ଟୋନର ପ୍ରସ୍ତୁତ କରିବେ ସେ ବିଷୟରେ କହିବାକୁ ଯାଉଛୁ ।  ଭିଟାମିନ ସିରେ ଭରପୁର କମଳା ପରି ଏହାର ଚୋପାରେ ବି ଅନେକ ଫାଇଦା ଦାୟକ ଗୁଣ ସବୁ ରହିଛି ।  ଯାହା ଆପଣଙ୍କ ତ୍ୱଚାକୁ କୌଣସି କ୍ଷତି ନ ପହଞ୍ଚାଇ ଉଜ୍ଜ୍ୱଳତା ଆଣିବ ।

ଲେଖିରଖନ୍ତୁ ଆବଶ୍ୟକ ହେଉଥିବା ସାମଗ୍ରୀ;

୨ଟି କମଳାର ଚୋପା

ପାଣି- ୩ ଗ୍ଲାସ

ଡାଲଚିନି- ଖଣ୍ଡେ

ଲବଙ୍ଗ- ୪ ରୁ ୫ ଟି

ପୁଦିନା ପତ୍ର- ୮ ରୁ ୧୦ଟି

– ପ୍ରଥମେ ପ୍ୟାନରେ ପାଣି ନିଅନ୍ତୁ ଆଉ ସେଥିରେ କମଳା ଚୋପା ଗୁଡିକୁ ସିଝାଇ ଦିଅନ୍ତୁ

– ଏହା ପରେ ସେଥିରେ ବାକି ସାମଗ୍ରୀ ଦେଇ ରଙ୍ଗ ବଦଳିବା ପର୍ଯ୍ୟନ୍ତ ସିଝାନ୍ତୁ ।

-ପାଣି ଅଧା ହୋଇଗଲେ ଆଞ୍ଚରୁ ବାହାର କରି ଥଣ୍ଡା କରିଦିଅନ୍ତୁ ।

– ପ୍ରସ୍ତୁତ ହୋଇଗଲା ଆପଣଙ୍କ ହୋମମେଡ଼ ଟୋନର

-ଏହାକୁ ଥଣ୍ଡା କରି ସ୍ପ୍ରେ ବୋତଲରେ ଭର୍ତ୍ତି କରି ଫ୍ରିଜରେ ରଖି ଦିଅନ୍ତୁ ।

– ପ୍ରତିଦିନ ଫେସ ୱାସ କରିବା ପରେ ଲଗାଇ ଦିଅନ୍ତୁ ।

ଏହା ଦ୍ୱାରା ଡେଡ଼ ସେଲ ଗୁଡିକ ବାହାରିବା ସହିତ ତ୍ୱଚାରୁ ରଙ୍ଗ ହୀନତା ଦୂର ହୋଇ ଉଜ୍ଜ୍ୱଳ ଦେଖାଯିବ ।

ହୋମ ମେଡ଼ ନାଇଟ କ୍ରିମ:

ଦୁଇଟି କମଳା ଚୋପା

ଦହି- ଗୋଟେ ଚାମଚ

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମ କମଳା ଚୋପାକୁ ଏକଦମ ଟିକି ଟିକି କରି କାଟି ଦିଅନ୍ତୁ ।

– ଏହା ପରେ ରସ ବାହାର କରିନିଅନ୍ତୁ ।

– ବାହାରିଥିବା ରସରେ ଦହି ମିଶାଇ ଦିଅନ୍ତୁ

-ଆପଣଙ୍କ ନାଇଟ କ୍ରିମ ପ୍ରସ୍ତୁତ ହୋଇଗଲା

ଏହାକୁ ଆପଣ ଫ୍ରିଜରେ ରଖି ଯେତେବେଳେ ଦରକାର ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.