ନବରାତ୍ରୀ ପୂଜାରେ ପ୍ରସ୍ତୁତ କରନ୍ତୁ ଲାଉ ଲଚ୍ଛା
ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି। ନବରାତ୍ରୀ ପାଇଁ ଅନେକ ଲୋକ ନଅ ଦିନ ପାଇଁ ଉପବାସ ରଖି ମା ଦୁର୍ଗାଙ୍କ ଉପାସନା କରିଥାନ୍ତି। ଏମିତିରେ ପ୍ରତିଦିନ ଏକା ପ୍ରକାର ଫଳ ଆହାର କରିବା ଭଲ ଲାଗିନଥାଏ। ସେଥିପାଇଁ ପ୍ରତିଦିନ କିଛି ଅଲଗା ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ଏମିତିରେ ବ୍ରତ କରିବା ସମୟରେ ଲାଉରେ ପ୍ରସ୍ତୁତ ଲଚ୍ଛା ଖାଇପାରିବେ। ଲାଉ ଲଚ୍ଛା ଖାଇବାକୁ ମଧ୍ୟ ବେଶ ସ୍ୱାଦିଷ୍ଟ ଲାଗିଥାଏ। କିପରି ପ୍ରସ୍ତୁତ କରିବେ ଲାଉ ଲଚ୍ଛା ଆସନ୍ତୁ ଜାଣିବା …
ଆବଶ୍ୟକ ସାମଗ୍ରୀ :
ଲାଉ – ୧ଟା
ଚିନି- ୧ କପ୍
ଗୋଲାପ ଜଳ- ୨ ବଡ ଚାମଚ
ପ୍ରସ୍ତୁତି ପ୍ରଣାଳୀ :
ଲାଉ ଲଚ୍ଛା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଲାଉକୁ ଭଲ ଭାବେ ଧୋଇ ଚୋପା ଛଡାଇ ଦିଅନ୍ତୁ। ପରେ ଏହାକୁ କାଟି ଏହା ମଝିରେ ଥିବା ମଞ୍ଜି ଧଳାଅଂଶ କାଢିଦିଅନ୍ତୁ। ଏବେ ଏହାକୁ ଭଲ ଭାବେ ଗୁଣ୍ଡ ଗୁଣ୍ଡ କରି କାଟିଦିଅନ୍ତୁ। ଏବେ ଏଥିରୁ ଭଲ ଭାବେ ପାଣିରେ ଧୋଇଦିଅନ୍ତୁ।
ଏହାସହ ପଢ଼ନ୍ତୁ ; ସବୁବେଳେ ସାଧା ଖାଇ ହୋଇଗଲେଣି କି ବୋର, ତେବେ ଆଜି ପ୍ରସ୍ତୁତ କରନ୍ତୁ ଚିଲି ଇଡଲୀ
ଏବେ ପ୍ୟାନରେ ପାଣି ଏବଂ ଚିନି ପକାଇ ସିରା ପ୍ରସ୍ତୁତ କରନ୍ତୁ। ଚିନି ଭଲ ଭାବେ ପାଣିରେ ମିଶିଯିବା ପରେ ଲାଉକୁ ପକାଇ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବେ ଘାଣ୍ଟନ୍ତୁ। ଏଥିରୁ ଏବେ ସିରା ସବୁ ଲାଉ ଶୋଷି ନେବା ପରେ ଓହ୍ଲାଇ ଦିଅନ୍ତୁ। ଏହା ଥଣ୍ଡା ହେବା ପରେ ଏଥିରେ ଗୋଲାପ ଜଳ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଲାଉ ଲଚ୍ଛା। ଏହାକୁ ଆପଣ ଫ୍ରିଜ୍ରେ ରଖି ୯ ଦିନ ପର୍ଯ୍ୟନ୍ତ ମଧ୍ୟ ଖାଇପାରିବେ।