ଶୀତ ଦିନରେ ଥଣ୍ଡାକୁ କରନ୍ତୁ ବାଏ ବାଏ, ସନ୍ଧ୍ୟାରେ ମାତ୍ର ୫ମିନିଟରେ ତିଆରି କରି ପିଅନ୍ତୁ ହଟ୍ ‘ପାଲକ ଗାର୍ଲିକ ସୁପ୍’

ସୁପ୍ ପିଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି କାରଣ ଏହା ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ ଓ ଶରୀରକୁ ବଳ ଯୋଗାଇଥାଏ । ତେଣୁ ଅନେକ ଲୋକ ନିଜ ମନ ପସନ୍ଦ ଅନୁଯାୟୀ ଭେଜ୍ ଓ ନନଭେଜ୍ ସୁପ୍ ପିଇଥାନ୍ତି। ଯାହାକି ମାର୍କେଟରେ ମିଳିଥାଏ କିନ୍ତୁ ଆପଣ ଘରେ କେବେ ସୁପ୍ କରି ପିଛନ୍ତି କି ? ଯଦି ନୁହେଁ ତେବେ ବର୍ତ୍ତମାନ ‘ପାଲକ ଗାର୍ଲିକ ସୁପ୍’ ପ୍ରସ୍ତୁତ କରି ପିଅନ୍ତୁ।
ଶୀତ ଦିନରେ ସୁପ୍ ପିଇବାର ମଜା କିନ୍ତୁ ନିଆରା। ଆପଣମାନେ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଯାଇଥିବେ ନିଶ୍ଚତ। ପ୍ରଥମେ ରେଷ୍ଟୁରାଣ୍ଟକୁ ଯିବା ବେଳେ ଆପେ ସୁପ୍ ଅର୍ଡର କରି ପିଇଥାଉ। କିନ୍ତୁ ଆପଣ ଘରେ ଏପରି ସୁପ୍ ପ୍ରସ୍ତୁତ କରି ପିଇପାରିବେ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରି ପିଇବେ ‘ପାଲକ ଗାର୍ଲିକ ସୁପ୍’।
ଆବଶ୍ୟକ ସାମଗ୍ରୀ:
-୨ କପ୍ ପାଳକ କଟା ହୋଇଥିବା
-୧/୪ କପ୍ ପିଆଜ କଟା ହୋଇଥିବା
-୧୦ ରୁ ୧୨ ରସୁଣ (ଛୋଟ ଛୋଟ କଟା ହୋଇଥିବା)
-୧ ବଡ ଚାମଚ କର୍ନଫ୍ଲୋର
-୧/୪ ଚାମଚ ଜିରା ପାଉଡର
-୧ ଟି ତେଜ ପତ୍ର
-୨ କପ୍ ପାଣି
-ଗୋଲମରିଚ ଗୁଣ୍ଡ (ସ୍ୱାଦନୁସାରେ)
-ସ୍ୱାଦନୁସାରେ ଲୁଣ
-୧ ବଡ ଚାମଚ ଅଲିଭ ଅଏଲ କିମ୍ବା ବଟର
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପ୍ୟାନ୍ରେ ବଟର ଗରମ କରି ସେଥିରେ ତେଜ ପତ୍ର ପକାଇ ଫ୍ରାଏ କରନ୍ତୁ। ତା’ ପରେ ସେଥିରେ ରସୁଣ ପକାଇ ହାଲକ୍ା ଭାବେ ଭାଜିଦିଅନ୍ତୁ। ଏବେ ଏଥିରେ ପିଆଜକୁ ପକାଇ ଅଳ୍ପ ସମୟ ପାଇଁ ଫ୍ରାଏ କରିଦିଅନ୍ତୁ। ତା’ ପରେ ପାଳକ, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ତା’ ପରେ କର୍ନଫ୍ଲୋର ପକାଇବା ପରେ ଅଳ୍ପ ପାଣି ଦେଇ ଭଲ ଭାବେ ମିଶାନ୍ତୁ। ୪ ରୁ ୫ ମିନିଟ୍ ପର୍ଯ୍ୟନ୍ତ ପାଳକ ସିଝିଗଲା ପରେ ସେଥିରେ ଜିରା ପାଉଡର ପକାଇ ଦିଅନ୍ତୁ। ଏହି ମିଶ୍ରଣକୁ ଏବେ କାଢି ଥଣ୍ଡାହେବା ପାଇଁ ରଖିଦିଅନ୍ତୁ। ଏଥିରୁ ତେଜପତ୍ର ବାହାର କରିଦେବା ପରେ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ଗ୍ରାଇଣ୍ଡିଂ କରିବା ପରେ ଯଦି ମୋଟା ହୋଇଥାଏ, ତେବେ ଅଳ୍ପ ପାଣି ଦିଅନ୍ତୁ। ଏବେ ସୁପ୍କୁ ଗରମ କରିବା ପାଇଁ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଗରମ କରିନିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ହେଲଦି ଏବଂ ଟେଷ୍ଟି ପାଲକ ଗାର୍ଲିକ ସୁପ୍।