ଶୀତ ଦିନିଆ ସକାଳେ ଗରମ ଗରମ ଖାଆନ୍ତୁ ଟେଷ୍ଟି ‘ସାଉଥ ଇଣ୍ଡିଆନ ଉପମା’

ସବୁଦିନ ଗୋଟିଏ ପ୍ରକାର ଜଳଖିଆ ଖାଇ ଯେ କେହି ବିରକ୍ତ ହୋଇ ଯାଇଥିବେ । ବିଶେଷ କରି ଛୁଟି ଦିନ ମାନଙ୍କରେ ବିଶେଷ କରି କିଛି ନୂଆ ଖାଇବାକୁ ଇଚ୍ଛା ହୋଇଥାଏ । ତେଣୁ କରି ଆଜିର ଛୁଟି ଦିନରେ ଏକ ନୂଆ ପ୍ରକାର ଜଳଖିଆ ପ୍ରସ୍ତୁତ କରି ଖାଆନ୍ତୁ ଓ ନିଜ ପରିବାର ଲୋକଙ୍କୁ ଖୁଆନ୍ତୁ । ଆଉ ଆପଣଙ୍କୁ ଏହା ପ୍ରସ୍ତୁତ କରିବା ପାଇଁ ବେଶୀ ପରିଶ୍ରମ କରିବାକୁ ମଧ୍ୟ ପଡିବ ନାହିଁ ।

upama

ଆବଶ୍ୟକୀୟ ସାମଗ୍ରୀ:

୧.ସୁଜି ଗୋଟେ କପ
୨. ବୁଟ ଡାଲି
୩.ପିଆଜ- କଟାଯାଇଥିବା ୧ କପ
୪.ଗାଜର – ଅଧା କପ
୫.କଞ୍ଚା ଲଙ୍କା- ୨ଟା
୬.ଜିରା
୭. ଭୃଷୁଙ୍ଗା ପତ୍ର
୮.ଅଦା
୯. ସୋରିଷ- ୧ ଚାମଚ
୧୦. ତେଲ
୧୧. ସ୍ୱାଦ ଅନୁଯାୟୀ ଲୁଣ

ଏହା ସହ ପଢନ୍ତୁ: ଶୀତ ଦିନିଆ ପରିବାରେ ଭରପୁର ମାତ୍ରାରେ ଥାଏ ଏହି ସବୁ ତଥ୍ୟ, ଏହାକୁ ନିଶ୍ଚିତ ରୂପେ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଡେଇରେ ଗୋଟେ ଚାମଚ ତେଲ ଦିଅନ୍ତୁ । ଏଥିରେ ଜିରା ଦିଅନ୍ତୁ । ପରେ ସୋରିଷ ଓ ପିଆଜ ଦେଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ ଭୃଷୁଙ୍ଗା ପତ୍ର ଦିଅନ୍ତୁ । ଏବେ ସେଥିରେ ଅଦା କଟା ଓ କଞ୍ଚା ଲଙ୍କା ଦିଅନ୍ତୁ । ଏବେ ସେଥିରେ ଗାଜର ଓ ଲୁଣ ଦିଅନ୍ତୁ । ଏବେ ସେଥିରେ ହାଲ୍କା ପାଣି ଦେଇ ଧିମା ଆଞ୍ଚରେ ପରିବା ସିଝିବା ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ । ଏବେ ଏଥିରେ ଚଣା ଡାଲି ଓ ସୁଜି ଦିଅନ୍ତୁ | କିନ୍ତୁ ଧ୍ୟାନ ଦେବେ ଯେପରି ସୁଜି ବିଣ୍ଡା ନ ବାନ୍ଧିଯାଏ । ଆପଣ ଚାହିଁବେ ତ ଏଥିରେ ବିରି ଡାଲି କିମ୍ବା ମଟର ମଧ୍ୟ ପକାଇ ପାରିବେ । ସୁଜି ସମ୍ପୂର୍ଣ ରୂପେ ମିଶିଗଲା ପରେ ଗରମ ଗରମ ପରସନ୍ତୁ । ଏହା ସହ ଚଟଣି କିମ୍ବା କୌଣସି ତରକାରୀ ଦେଇ ଖାଇଲେ ଏହାର ସ୍ୱାଦ ଆହୁରି ବଢ଼ିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like