ପିଲାମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ ଏହି ସ୍ଯାଣ୍ଡୱିଚ, ଆଜି ହିଁ ଘରେ କରନ୍ତୁ ଟ୍ରାଏ

ପିଲା ହୁଅନ୍ତୁ ଅବା ବଡ ସମସ୍ତେ ନୁଡଲ୍ସ ଖାଇବାକୁ ବେଶ ପସନ୍ଦ କରନ୍ତୁ। ଯଦି ଆପଣ ସନ୍ଧ୍ଯାରେ ସ୍ନାକ୍ସରେ କିଛି ନୂଆ ଟ୍ରାଏ କରିବାକୁ ଚାହୁଁଛନ୍ତି, ତେବେ ଏହି ନୁଡଲ୍ସ ସ୍ଯାଣ୍ଡୱିଚକୁ ବନାଇପାରିବେ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ ।

ଆବଶ୍ଯକ ସାମଗ୍ରୀ: ସିଝା ନୁଡୁଲ୍ସ, କ୍ଯାପସିକମ୍, ଜୁଆଣିପତ୍ର, କିମା ଅଦା, ତେଲ, ଲୁଣ ସ୍ବାଦନୁସାରେ, ୨ ଚାମଚ ଲହୁଣି, ସ୍ବିଟ୍ ଚିଲି ସସ୍, ୫ ବେ୍ରଡ ସ୍ଲାଇସ୍।

ପ୍ରସ୍ତୁତି ପ୍ରଣାଳୀ: ଏକ ପ୍ଯାନରେ ତେଲ ଗରମ କରି ଜୁଆଣି ପତ୍ର, ଅଦା, କ୍ଯାପସିକମ ଏବଂ ଲୁଣ ପକାଇ ଆଞ୍ଚରେ ୫ ମିନିଟ ଯାଏଁ ଭାଜି ଦିଅନ୍ତୁ। ଏବେ ସେଥିରେ ନୁଡୁଲ୍ସ ପକାଇ ୨ ମିନିଟ ଯାଏଁ ଭାଜିଦିଅନ୍ତୁ। ତା’ପରେ ଟାଙ୍ଗି ନୁଡଲ୍ସ ସ୍ଯାଣ୍ଡୱିଚର ଷ୍ଟଫି ତିଆରି ହୋଇଗଲା ପରେ ବ୍ରେଡ ସ୍ଲାଇସ ଉପରେ ବଟର ଏବଂ ସ୍ବିଟି ଚିଲି ସସ୍ ଦେଇ ଏହି ଷ୍ଟଫିକୁ ଦେଇ ଭଲଭାବେ ଗ୍ରିଲ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଟ୍ଯାଙ୍ଗି ନୁଡଲ୍ସ ସ୍ଯାଣ୍ଡୱିଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.