ସନ୍ଧ୍ୟା ଚା’ର ସ୍ୱାଦ ବଢାଇବ କ୍ରିସପୀ ଆଳୁ ବ୍ରେଡ୍‌ ରୋଲ୍ସ, ପିଲାଙ୍କୁ ଆସିବ ପସନ୍ଦ

ସନ୍ଧ୍ୟା ସମୟରେ ଚା’ ସହିତ କ୍ରିପସୀ ଆଳୁ ବ୍ରେଡ ରୋଲ କେବେ ଟ୍ରାଏ କରିଛନ୍ତି କି ? ଏହାକୁ ଖାଇଲେ ଆପଣଙ୍କ ଚା’ର ସ୍ୱାଦ ଦୁଇଗୁଣା ବଢିଯାଏ। ଏହା ଅତି ସହଜରେ ମଧ୍ୟ ତିଆରି ହୋଇଯାଏ। ଆପଣ ଘରକୁ ଆସିଥିବା ଅତିଥିଙ୍କୁ ଖୁବଶୀଘ୍ର ତିଆରି ମଧ୍ୟକରି ଦେଇପାରିବେ। ତେବେ ଏହାକୁ କେମିତି କରିବେ ପ୍ରସ୍ତୁତ ଜାଣନ୍ତୁ :

ଆବଶ୍ୟକ ସାମଗ୍ରୀ : ବ୍ରେଡ(ପାଉଁରୁଟି), ସିଝା ଆଳୁ, ପିଆଜ, ଲଙ୍କା ପାଉଡର, ପାନମଧୁରୀ, ଧନିଆପତ୍ର, କଞ୍ଚାଲଙ୍କା କଟା, ତେଲ, ଲୁଣ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମ ଆଳୁକୁ ଭଲଭାବେ ଧୋଇ ସିଝାଇ ଦିଅନ୍ତୁ। ଆଳୁ ସିଝି ଗଲେ ଚୋପା ଛଡାଇ ଭଲଭାବେ ଚକଟି ଦିଅନ୍ତି। ଏହାକୁ ଏକ ଜାଗାରେ ରଖିରେ ସେଥିରେ ଲଙ୍କା ପାଉଡର, ପାନମଧୁରୀ, ଜୀରା, ଧନିଆପତ୍ର କଟା, କଞ୍ଚାଲଙ୍କା ଏବଂ ଲୁଣ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ବ୍ରେଡକୁ ସ୍ଲାଇସ୍‌ କରି ତା’ କଡରୁ କାଟିଦିଅନ୍ତୁ। ଆଉ ଏହାକୁ ଆଳୁ ଚକଟାରେ ମିଶାଇ ଦିଅନ୍ତୁ। ଏବେ ଆଳୁ ଚକଟାରୁ ଅଳ୍ପ ହାତରେ ନେଇ ବ୍ରେଡରେ ଥୋଇ ବଲ୍‌ ଭଳି ଆକାରରେ କରନ୍ତୁ। କଢେଇରେ ତେଲ ଗରମ କରି ଏହି ବଲ୍‌କୁ ଭଲଭାବେ ସୁନେଲୀ ରଙ୍ଗ ପର୍ଯ୍ୟନ୍ତ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କ୍ରିସପୀ ଆଳୁ ବ୍ରେଡ ରୋଲ୍ସ। ଏହାକୁ ଆପଣ ପୁଦିନା କିମ୍ବା ଟମାଟୋ କ୍ୟାଚଅପ୍‌ ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.