ପିଲାଙ୍କୁ ଟିଫିନରେ ଦିଅନ୍ତୁ ସ୍ୱାଦିଷ୍ଟ “ମିକ୍ସ ଭେଜିଟେବଲ ପରଟା”, ଜାଣି ରଖନ୍ତୁ କେମିତି କରିବେ ପ୍ରସ୍ତୁତ

ଘରେ କିଛି ପନିପରିବା ବଳି ଯାଇଛିକି ? ଖାଇ ଖାଇ ବିରକ୍ତ ହୋଇଗଲେଣି ଆଉ ସେଗୁଡିକୁ କଣ କରିବେ ଜାଣି ପାରୁନାହାନ୍ତି କି ? ଜମା ଚିନ୍ତା କରନ୍ତୁନି । ଏହି ସବୁ ପନିପରିବାରେ ଆପଣ ଏକ ସ୍ୱାଦିଷ୍ଟ ପରଟା ବନାଇ ତାର ମଜା ନେଇପାରିବେ । ଘରେ ବଳି ପଡ଼ିଥିଵା ଗାଜର, ବନ୍ଧା କୋବି, ଫୁଲ କୋବି ଆଦିରେ ଆପଣ ଏକ ସ୍ୱାଦିଷ୍ଟ ଭେଜ ପରଟା ପ୍ରସ୍ତୁତ କରି ତାହାର ମଜା ନେଇପାରିବେ । ତେବେ ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ:

ଆବଶ୍ୟକ ସାମଗ୍ରୀ:

ଅଟା- ୨ କପ

ତେଲ – ୨ ଟେବଲ ସ୍ପୁନ

ଲୁଣ ସ୍ୱାଦ ଅନୁସାରେ

୨ ବଡ଼ ଚାମଚ ଜିରା

ଦୁଇ ଛୋଟ ଚାମଚ ପାନମଧୁରୀ

ଗୋଟେ ଚାମଚ ହଳଦୀ

ଛୋଟ କଟା ଯାଇଥିବା ପନିପରିବା ୨ କପ

ଅଦା- ଖଣ୍ଡେ

 

mix paratha

 

ରସୁଣ- ସ୍ୱାଦ ଅନୁସାରେ

କଞ୍ଚା ଲଙ୍କା- ୨ ରୁ ୪ ଟି

ଧନିଆ ଗୁଣ୍ଡ- ଛୋଟ ଚାମଚ

ଜିରା ଗୁଣ୍ଡ – ଛୋଟ ଚାମଚ

ଆମଚୁର ପାଉଡର – ଛୋଟ ଚାମଚ

ଆଳୁ ସିଝା – ଗୋଟେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଅଟାରେ କିଛି ତେଲ, ଲୁଣ ଆଦି ଦେଇ ନରମ କରି ଚକଟି ଦିଅନ୍ତୁ । ଧ୍ୟାନ ଦେବେ ଯେମିତି ଅଟା ନରମ ହେବ । ଅଟା ଚକଟିବା ବେଳେ ଉଷୁମ ପାଣିର ବ୍ୟବହାର କରିବା ସର୍ବୋତ୍ତମ । ପ୍ରଥମେ ଆଳୁ ସିଝାଇ ଦିଅନ୍ତୁ । ସିଝିଲା ପରେ ହାତରେ ଚକଟି ଦିଅନ୍ତୁ । ଏକ ପ୍ୟାନରେ ତେଲ ଗରମ କରନ୍ତୁ । ଏବେ ସେଥିରେ ପାନମଧୁରୀ/ଜିରା ପକାନ୍ତୁ । ଏବେ ସେଥିରେ କଟା ଯାଇଥିବା ପରିବା ଦିଅନ୍ତୁ । ଅଦା, ରସୁଣ ପେଷ୍ଟ ଦେଇ ଧିମା ଆଁଚରେ ବସାନ୍ତୁ ।

ଏବେ ସେଥିରେ ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଲୁଣ ଧନିଆ ପତ୍ର ଦେଇ ହାଇ ଆଁଚରେ ବସାନ୍ତୁ । ଯଦି ମିଶ୍ରଣ ମିଶ୍ରଣ ବାନ୍ଧି ନହେଉଛି ତେବେ ସେଥିରେ ସିଝା ଆଳୁ ଦେଇ ଚକଟି ଦିଅନ୍ତୁ । ମିଶ୍ରଣ ଟିକୁ ଥଣ୍ଡା କରିବା ପରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ଏହା ସହ ଅଟା ଗୁଳା ବନାଇ ଦିଅନ୍ତୁ । ଏବେ ମିଶ୍ରଣକୁ ଅଟା ଭିତରେ ଦେଇ ପରଟା ଆକାରରେ ବେଲି ଦିଅନ୍ତୁ । ଏବେ ତାୱାରେ ପ୍ରସ୍ତୁତ ହୋଇଥିବା ପରଠାକୁ ଦେଇ ତେଲ ଦିଅନ୍ତୁ | ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.