ଏହି ସବୁ ଘରୋଇ ଉପଚାରରେ ଦୂର ହୋଇଯାଏ ଦାନ୍ତ ସମସ୍ୟା

ଦାନ୍ତର ସୁନ୍ଦରତା ମୁହଁର ସୁନ୍ଦରତାକୁ ବଢ଼ାଇଥାଏ।। କିନ୍ତୁ କିଛି ଅଛନ୍ତି ଯେଉଁମାନେ ଏହାକୁ ଅବହେଳା କରି ଦାନ୍ତକୁ ନେଇ ଖାମଖିଆଲି ମନୋଭାବ ପ୍ରଦର୍ଶନ କରିଥାନ୍ତି। ଏଥିପାଇଁ ପ୍ରଥମେ ଦାନ୍ତକୁ ସଫା କରିବା ପାଇଁ ବ୍ରଶକୁ ନେଇ ମୁଖ୍ୟ ଟିପ୍ସ ଜାଣିବା ଆବଶ୍ୟକ। ଦାନ୍ତକୁ ଚମକଦାର କରିବା ପାଇଁ ଏହାକୁ ସଫା କରିବା ନିହାତି ଜରୁରୀ। ଏହାଦ୍ୱାରା ଦାନ୍ତରେ ଉଜ୍ଜଳତା ଆସେ, ଦାନ୍ତ ସଫା ଦେଖାଯାଏ ।

ଦାନ୍ତରେ ପୀଡ଼ା କୌଣସି ବ୍ୟକ୍ତିଙ୍କୁ ମଧ୍ୟ ହୋଇପାରେ ଏବଂ ଅନେକ ଲୋକ ଆଜିକାଲି ଦାନ୍ତ ପୀଡ଼ା ଜନିତ ସମସ୍ୟାରେ ଚିନ୍ତିତ ରହୁଛନ୍ତି । ଯଦି ଆପଣଙ୍କୁ ମଧ୍ୟ ହଠତ୍ ଦାନ୍ତରେ ପୀଡ଼ା ଅନୁଭୂତ ହୁଏ, ତେବେ ଆପଣ ନିମ୍ନରେ ଦିଆଯାଇଥିବା ଉପାୟକୁ ଆପଣାନ୍ତୁ । ଏହି ଉପାୟ ଗୁଡିକର ସାହାଯ୍ୟରେ ଆପଣଙ୍କୁ ଦାନ୍ତ ପୀଡ଼ାରୁ ଉପଶମ ମିଳିପାରିବ ।

ହେଙ୍ଗୁର ସାହାଯ୍ୟରେ ଦାନ୍ତ ପୀଡ଼ାରୁ ଉପଶମ ମିଳିପାରିବ । ଦାନ୍ତରେ ପୀଡ଼ା ହେଲେ ଆପଣ ଅଳ୍ପ ହେଙ୍ଗୁ ପାଣିରେ ମିଶାଇ ଦିଅନ୍ତୁ ଏବଂ ତୁଳା ସାହାଯ୍ୟରେ ନିଜର ପୀଡ଼ା ହେଉଥିବା ଦାନ୍ତରେ ଲଗାନ୍ତୁ । ୧୦ ମିନିଟ ପର୍ଯ୍ୟନ୍ତ ଏହିପରି ତୁଳାକୁ ଦାନ୍ତ ଉପରେ ରଖନ୍ତୁ ପରେ ସଫା ପାଣିରେ କୁଳି କରି ଦିଅନ୍ତୁ ।

ଲବଙ୍ଗର ବ୍ୟବହାର ଫଳରେ ଦାନ୍ତ ପୀଡ଼ା ଦୂର ହୋଇ ଯାଇଥାଏ । ଆୟୁର୍ବେଦରେ ଲବଙ୍ଗର ବିଶେଷ ସ୍ଥାନ ରହିଛି । ଏହାର ପ୍ରୟୋଗରେ ବ୍ୟାକ୍ଟେରିଆ ଏବଂ କୀଟାଣୁ ସହଜରେ ମରି ଯାଇଥାଏ । ଏହି କାରଣରୁ ଆପଣଙ୍କ ଦାନ୍ତରେ ପୀଡ଼ା ହେଉଥିଲେ, ଆପଣ ଲବଙ୍ଗକୁ ପାଣିରେ ଗରମ କରି ସେହି ପାଣିକୁ ଦାନ୍ତରେ ଲଗାଇବା ଦ୍ୱାରା ଆପଣଙ୍କ ଦାନ୍ତର ପୀଡ଼ା ଦୂର ହୋଇଥାଏ । ଏହା ବ୍ୟତୀତ ଲବଙ୍ଗ ତେଲକୁ ମଧ୍ୟ ଆପଣ ଦାନ୍ତରେ ଲଗାଇ ପାରିବେ ।

ନିମ୍ବ ପତ୍ର ଚୋବାଇବା ଦ୍ୱାରା ଦାନ୍ତର ପୀଡ଼ାରୁ ମୁକ୍ତି ମିଲିଥାଏ । ଯଦି ଆପଣଙ୍କ ଦାନ୍ତରେ ପୀଡ଼ା ହେଉଥାଏ, ତେବେ ଆପଣ ନିମ୍ବ ପତ୍ର ଗୋଟିଏ ଚୋବାଇ ନିଅନ୍ତୁ କିମ୍ବା ନିମ୍ବ ପତ୍ରର ରସ ବାହାର କରି, ସେହି ରସକୁ ତୁଳାରେ ବୁଡାଇ ଦାନ୍ତରେ ଲଗାନ୍ତୁ ପୀଡ଼ାରୁ ଉପଶମ ମିଳିଯିବ ।

ପିଆଜ ଭଳି ରସୁଣ ମଧ୍ୟ ଦାନ୍ତ ପୀଡ଼ା ଦୂର କରିବାରେ ସହାୟକ ହୋଇଥାଏ । ରସୁଣରେ ଏଣ୍ଟିବାୟୋଟିକ ଗୁଣ ରହିଛି ଯାହା ଅନେକ ପ୍ରକାରର ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଯେତେବେଳେ ଆପଣଙ୍କୁ ଦାନ୍ତ ପୀଡ଼ା ହୋଇଥାଏ, ତେବେ ଆପଣ ରସୁଣକୁ ପେଷ୍ଟ କରି ପୀଡ଼ା ହେଉଥିବା ସ୍ଥାନରେ ଲଗାନ୍ତୁ ।

Leave A Reply

Your email address will not be published.