ଶରୀରର ଏହି ଅଙ୍ଗରେ ରକ୍ତ ଜମାଟ ବାନ୍ଧିଲେ ହୋଇପାରେ ମୃତ୍ୟୁ

ମନୁଷ୍ୟ ଶରୀର ପ୍ରତ୍ୟେକଟି ଅଙ୍ଗ ହୋଇଥାଏ ଖୁବ ଗୁରୁତ୍ୱପୂର୍ଣ୍ଣ। ତେଣୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅଜାଣତରେ ଆମେ ଏମିତି କିଛି କରିଦେଉ ଯାହା ଦ୍ୱାରା ଶରୀର ଅସୁସ୍ଥ ହୋଇ ଯାଏ। ତେବେ ଏଥିପାଇଁ କିଛି ମାତ୍ରାରେ ଆମର ଦୈନନ୍ଦିନ ଜୀବନଶୈଳୀ ମଧ୍ୟ ଦାୟୀ । ସେହିପରି ଏକ ସମସ୍ୟା ହେଉଛି ରକ୍ତ ଜମାଟ, ଯାହା ମନୁୁଷ୍ୟ ପାଇଁ ଖୁବ ଘାତକ।

ଶରୀର ଭିତରେ ଏଭଳି ସମସ୍ୟା କାରଣରୁ ମନୁଷ୍ୟ ଜୀବନ ବିପଦରେ ମଧ୍ୟ ପଡିଥାଏ। ସାଧାରଣତଃ ଶରୀର ମଧ୍ୟରେ ଥିବା ଯେକୌଣସି ଅଙ୍ଗରେ ରକ୍ତ ଜମାଟ ବାନ୍ଧିଥାଏ। ଶ୍ୱସନ – ତନ୍ତ୍ର ସହ ଯୋଡ଼ି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ମଧ୍ୟ ରକ୍ତ ଜମାଟ ବାନ୍ଧିଥାଏ। ଫୁସଫୁସରେ ରକ୍ତ ଜମାଟ ବାନ୍ଧିବା ଦ୍ୱାରା ବ୍ୟକ୍ତିର ପ୍ରଥମେ ନିଶ୍ୱାସ ନେବାରେ ସମସ୍ୟା ଦେଖାଯାଏ। ପରେ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ। ହାର୍ଟବିଟ ବଢ଼ିବା ସହ ହାଲକା ଜ୍ୱର ଅନୁଭବ ହୁଏ। ଶେଷରେ କାଶରେ ରକ୍ତ ପଡିଥାଏ। ପରେ ରୋଗୀର ମୃତ୍ୟୁ ହୋଇଯାଇଥାଏ।

ମସ୍ତିଷ୍କ:

ଶରୀରରେ ରକ୍ତ ପ୍ରବାହ ଠିକ ଭାବେ ନହେଲେ ରକ୍ତଜମାଟ ବାନ୍ଧିବାର ସମସ୍ୟା ଦେଖାଦିଏ। ମସ୍ତିଷ୍କରେ ମଧ୍ୟ ଏହା କାରଣରୁ ବ୍ଲଡ କ୍ଲଟ ହୋଇଯାଏ।ଏହାଦ୍ୱରା ବ୍ୟକ୍ତିର ବ୍ରେନ ଷ୍ଟ୍ରୋକ ଭଳି ସମସ୍ୟା ଦେଖାଦିଏ। ଏହା ପାଇଁ ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଠିକ ଭାବେ ଚାଲି ନ ପାରିବା , ଅନ୍ଧାରୁଆ ଦେଖାଯିବା ଭଳି ସମସ୍ୟା ଦେଖାଦିଏ । ତେଣୁ ତୁରନ୍ତ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ।

ହୃଦୟ ଧମନୀ:

ହାର୍ଟ ବା ହୃଦୟରେ ଥିବା ରକ୍ତବାହିକା ଧମନୀ ଶରୀରର ସମସ୍ତ ଅଙ୍ଗକୁ ରକ୍ତ ପହଞ୍ଚାଇଥାଏ। ଅନେକବାର ବ୍ଲଡ ବେସେଲ୍ସରେ କ୍ଲଟ ବା ଜମାଟ ବାନ୍ଧିବା ଦ୍ୱାରା ରକ୍ତ ପ୍ରବାହ ଠିକ ଭାବେ ହୋଇନଥାଏ। ଏହାଦ୍ୱାରା ହାର୍ଟକୁ ଠିକ ମାତ୍ରାରେ ଅମ୍ଳ ଜାନ ପହଞ୍ଚି ପାରି ନଥାଏ। ଏହାପାଇଁ ଛାତିରେ ପୀଡ଼ା ଅନୁଭବ ହୁଏ।

ଆଖରେ ଯନ୍ତ୍ରଣା:

ଅନେକ ଥର ଆଖିରେ ମଧ୍ୟ ବ୍ଲଡ କ୍ଲଟିଂ ବା ରକ୍ତ ଜାମାଟ ବାନ୍ଧିଯାଏ। ଯାହାପାଇଁ ଆଖିକୁ ଦେଖାଯାଏ ନାହିଁ। ଆଖିରେ ପୀଡ଼ା ଅନୁଭବ ହୁଏ। ଶେଷରେ ଦୃଷ୍ଟି ଶକ୍ତି ଚାଲିଯାଇଥାଏ।

ଅନ୍ୟାନ୍ୟ ବିପଦ:

ଯଦି କେହି ବ୍ୟକ୍ତି ଗମ୍ଭୀର ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଥିବେ କିମ୍ବା କ୍ୟାନସର ଭଳି ସମସ୍ୟାରୁ ମୁକ୍ତ ହୋଇ ଘରେ ବେଡ ରେଷ୍ଟ କରୁଥିବେ ତେବେ ତାଙ୍କ ପାଖରେ ରକ୍ତ ଜମାଟ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। କୌଣସି କାମ ନ କଲେ ମଧ୍ୟ ରକ୍ତ ଶରୀର ମଧ୍ୟରେ ଠିକ ଭାବେ ପ୍ରବାହିତ ହୋଇନଥାଏ।

You might also like