ଶରୀରରେ ପ୍ରୋଟିନର ଅଭାବ ହେଲେ ଦେଖାଯାଏ ଏହି ଲକ୍ଷଣ,  ସମୟ ପୂର୍ବରୁ ହୁଅନ୍ତୁ ସତର୍କ

ଅନେକ ସମୟରେ ମଣିଷ ଶରୀରରେ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ଦେଖାଯାଏ । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହି ରୋଗ ନହେବା ପାଇଁ ଶରୀରରେ ଯାହା ଆବଶ୍ୟକ ତାହା ହେଉଛି ପ୍ରୋଟିନ । ଯାହାକି ଆମ ଶରୀର ପାଇଁ ଏକ ଅତ୍ୟାବଶକ ପୋଷଣ । କାରଣ ଶରୀରେ ପ୍ରୋଟିନର ଅଭାବ ହେଲେ ହିଁ ମଣିଷ ଅନେକ ପ୍ରକାର ରୋଗର ଶିକାର ହୋଇଥାଏ । ଏକ ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର୍ ଯାହା ଶରୀରକୁ ଭଲ ପ୍ରୋଟିନ ଯୋଗାଇବ ।

କାରଣ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ ର ଅଭାବ ହେତୁ ଶରୀର ଦୁର୍ବଳ ହୋଇଯାଏ, ଯେଉଁ କାରଣରୁ ରୋଗ ଆମକୁ ଘେରି ରହିଥାଏ । ପ୍ରୋଟିନ୍ ଆମ ଖାଦ୍ୟର ଏକ ଅତ୍ୟାବଶ୍ୟକ ଅଂଶ, ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ସବୁଠୁ ବଡ କଥା ହେଉଛି ଯଦି ଆପଣଙ୍କ ଠାରେ ପ୍ରୋଟିନର ଅଭାବ ଅଛି ଆପଣ ଜାଣିବେ କେମିତି ତାକୁ ନେଇ ମଧ୍ୟ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ । କାରଣ ଶରୀରରେ ପ୍ରୋଟିନର ଅଭାବ ହେଲେ କୋଷଗୁଡିକ ଦୁର୍ବଳ ହୋଇଯାଏ ଯା

food
Picture Credit – Men’s Health

ହା ଶରୀରକୁ ଶକ୍ତି ଯୋଗାଇ ନଥାଏ।

ପ୍ରୋଟିନ ଅଭାବର ଲକ୍ଷଣ:

man
Picture Credit – inc.magazine

ବାରମ୍ବାର ଭୋକ ଲାଗିବା

ଯଦି ଆପଣ ଠିକ୍ ଭାବେ ନିଜର ଖାଦ୍ୟ ଖାଇବେ ନାହିଁ ତେବେ ପ୍ରୋଟିନ ଅଭାବରୁ ଆପଣକୁ ବାରମ୍ବାର ଭୋକ ଲାଗିଥାଏ। ଯାହା ଆପଣଙ୍କ ଶରୀରରେ ଚର୍ବି ମଧ୍ୟ ବଢ଼ାଇଥାଏ।
ବ୍ଲଡ ସୁଗର୍
ପ୍ରୋଟିନ ଆମ ଶରୀରରେ ବ୍ଲଡ ସୁଗର ଲେଭେଲ୍ ନିୟନ୍ତ୍ରଣ କରିଥାଏ। ତେଣୁ ଯଦି ଆପଣ ମଧୁମେହ ରୋଗୀ ତେବେ ଆପଣ ଠିକ୍ ଭାବେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ତେଣୁ ଆପଣ ସବୁଦିନେ ଡାଲି, ରାଜ୍ମା, ମାଛ, ଅଣ୍ଡା ଓ ଡ୍ରାଏ ଫ୍ରୁଟ୍ସ୍ ଖାଇପାରିବେ।
ଦୁର୍ବଳ ନଖ
ପ୍ରୋଟିନ ଆମ ମାଂସପେଶୀ, ଭଲ ତ୍ୱଚା ଓ ହର୍ମୋନ ତିଆରି କରିବାରେ ସାହାଯ୍ୟ କରିଥାଏ। ଆପଣଙ୍କ ସ୍କିନ, କେଶ ଓ ନଖ ଖାସକରି ଏହି ପ୍ରୋଟିନ ହିଁ ତିଆରି କରିଥାଏ। କିନ୍ତୁ ଯଦି ଠିକ୍ ଭାବେ ଆପଣ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଉ ନାହାନ୍ତି ତେବେ ଆପଣଙ୍କ କ୍ଷେତ୍ରରେ ଅନେକ ଅସୁବିଧା ଦେଖିବାକୁ ମିଳିଥାଏ। କେଶ ଉପୁଡ଼ିବା ଠାରୁ ଆରମ୍ଭ କରି ନଖ ମଧ୍ୟ ଜଲ୍ଦୀ ଛିଡ଼ିଯାଏ।

ଥକା ଲାଗିବା
ଯଦି ଆପଣଙ୍କ ପାଖରେ ପ୍ରୋଟିନର ମାତ୍ରା କମ୍ ରହିଛି ଆପଣଙ୍କୁ ବାରମ୍ବାର ଥକା ଲାଗିଥାଏ। ଖାଲି ଏତିକି ନୁହେଁ ପ୍ରୋଟିନ ଅଭାବ ଥିଲେ ଏହା ଆମ ସ୍କିନ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।
ତେଣୁ ଆପଣଙ୍କୁ ନିଜ ଶରୀରରେ ପ୍ରୋଟିନ ତିଆରି କରିବାକୁ ହେଲେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦରକାର।