ରାତିରେ କେବେ ବି ଖାଆନ୍ତୁ ନାହିଁ ଏହି ଡାଲି, ଶରୀରକୁ ପହଞ୍ଚାଇ ଥାଏ ଅନେକ କ୍ଷତି

ଡାଲି ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆପଣ କେବଳ ଏଥିରୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପାଇବେ ନାହିଁ ବରଂ ଅନେକ ରୋଗ ମଧ୍ୟ ଆପଣଙ୍କ ପାଖ ମାଡେନାହିଁ । ତଥାପି ଏପରି କିଛି ଡାଲି ମଧ୍ୟ ଅଛି, ଯାହାର ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ବିଶେଷକରି ରାତିରେ ଏହିପରି ଡାଲି ଖାଇବା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ। ବାସ୍ତବରେ, ଏହିପରି ଡାଲି ହଜମ କରିବା କଷ୍ଟକର, ତେଣୁ ରାତିରେ ଏହିପରି ଡାଲିରୁ ଦୁରେଇ ରଖିବା ଉଚିତ। ଏହି ଡାଲିରେ ବିରି ଡାଲ ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଆସନ୍ତୁ ଜାଣିବା କାହିଁକି ଏହି ବିରିଡାଲି ରାତିରେ ଖାଇବା ଉଚିତ ନୁହେଁ ଏବଂ ଏହା ଆପଣଙ୍କ ପାଇଁ କି ପ୍ରକାର କ୍ଷତି ଘଟାଇପାରେ।

କୋଷ୍ଠକାଠିନ୍ୟ ବୃଦ୍ଧି କରିପାରେ

ବିରି ଡାଲ ହଜମ କରିବା ଟିକେ କଷ୍ଟକର। ତେଣୁ ଏହାକୁ ଅଧିକ ଖାଇବାକୁ ପରାମର୍ଶ ଦିଆଯାଇନଥାଏ । ଯଦି ଆପଣ ଏହାକୁ ଅଧିକ ସେବନ କରିବେ ତେବେ ସମସ୍ୟାରେ ପଡିପାରନ୍ତି । ବିଶେଷକରି ଯଦି ଆପଣ ରାତିରେ ଏହି ଡାଲି ଖାଆନ୍ତି, ତେବେ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପାରେ । ଏମିତି ଲୋକଙ୍କୁ ଏହି ଡାଲିଠାରୁ ନିଜକୁ ଦୂରେଇ ରଖିବାକୁ ପଡିବ ।

ୟୁରିକ୍ ଏସିଡ୍ ହେବାର ଆଶଙ୍କା

ବିରି ଡାଲି ୟୁରିକ୍ ଏସିଡ୍ ବୃଦ୍ଧି କରିଥାଏ। ତାହା ହେଉଛି ଯେଉଁମାନଙ୍କର ୟୁରିକ୍ ଏସିଡ୍ ସମସ୍ୟା ଅଛି ସେମାନେ ଏହି ଡାଲି ଠାରୁ ଦୂରରେ ରହିବା ଉଚିତ୍ । ନଚେତ୍ ଆପଣଙ୍କର ସମସ୍ୟା ବଢ଼ିଯିବ ଏବଂ ହାତ ଏବଂ ପାଦରେ ଯନ୍ତ୍ରଣା ଆରମ୍ଭ ହେବ।

କିଡନୀ ଷ୍ଟୋନ ଆଶଙ୍କା

ବିରି ଡାଲି କିଡନୀରେ ଷ୍ଟୋନ୍ ସୃଷ୍ଟି କରିପାରେ । ଅର୍ଥାତ କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଏହି ଡାଲିରୁ ଦୂରରେ ରହିବାକୁ ପଡିବ । ନଚେତ ଆପଣଙ୍କ କିଡନୀରେ ସମସ୍ୟା ସୃଷ୍ଟି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.