କେବେ ଟ୍ରାଏ କରିଛନ୍ତି କି ପମ୍ପକିନ୍‌ ଫ୍ରାଏଜ୍‌, ଆଜି ଘରେ କରନ୍ତୁ ପ୍ରସ୍ତୁତ

କଖାରୁ ହେଉ ଅବା କଖାରୁ ମଞ୍ଜି କିମ୍ବା କଖାରୁ ଚୋପା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ ହୋଇଥାଏ। କଖାରୁ ସ୍ୱାସ୍ଥ୍ୟ ପାଇଁ ଲାଭ ଦେଇଥାଏ। ହୃଦୟକୁ ସୁସ୍ଥ ରଖିଥାଏ । ରକ୍ତ ସର୍କରା ସ୍ତରକୁ କମ୍‌ କରିଥାଏ। ତେଣୁ ଲୋକେ କଖାରୁରେ ତରକାରୀ, ପରଠା କରି ଖାଇବାକୁ ପସନ୍ଦ କରିଥାନ୍ତି। ଏହାର ମଞ୍ଜି ମଧ୍ୟ ବେଶ୍‌ ଉପକାରୀ।

କଖାରୁ ଏମିତି ଏକ ପରିବା ଯାହାକୁ ଖାଇବା ପାଇଁ କେବଳ ଡାଲମାରେ ବ୍ୟବହାର କରାଯାଏ। ଏହାଛଡା କୌଣସି ଘାଣ୍ଟ ତରକାରୀ ହେଲେ ଏହାକୁ ବ୍ୟବହାର କରାଯାଏ। କଖାରୁକୁ ଭାଜି ମଧ୍ୟ କିଛି ଲୋକେ ଖାଇଥାନ୍ତି। କଖାରୁ ମଞ୍ଜିକୁ ଆପଣ ସୁପ୍‌ରେ ମଧ୍ୟ ମିଶାଇ ଖାଇ ପାରିବେ। ଏହାଦ୍ୱାରା ନା କେବଳ ସୁପ୍‌ର ସ୍ୱାଦ ବଢ଼ିଥାଏ, ବରଂ ସ୍ୱାସ୍ଥ୍ୟକୁ ମଧ୍ୟ ଅନେକ ଫାଇଦା ମିଳି ପାରିଥାଏ। କଖାରୁ ମଞ୍ଜିକୁ ଆପଣ ସାଲାଡରେ ବି ପକାଇ ଖାଇ ପାରିବେ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରିବ।

ଯଦି ଆପଣଙ୍କୁ କଖାରୁ ଏମିତି ଖାଇବାକୁ ପସନ୍ଦ ନୁହେଁ, ତେବେ ଆପଣ ଏହାକୁ ଭିନ୍ନ ଉପାୟରେ କରି ଖାଇପାରିବେ। କଖାରୁ ନାମ ଶୁଣିଲେ ପିଲାମାନେ ନାକ ଟେକନ୍ତି। କିନ୍ତୁ ଏହାକୁ ଆପଣ ଫ୍ରେଞ୍ଚ ଫ୍ରାଏଜ୍‌ କରି ଖାଇବାକୁ ଦେଇପାରିବେ । ତେବେ ଆପଣ କେମିତି କରିବେ ପମ୍ପକିନ୍‌ ଫ୍ରାଏଜ ଜାଣନ୍ତୁ :

ଆବଶ୍ୟକୀୟ ସାମଗ୍ରୀ : କଖାରୁ, ଡାଳଚିନି ପାଉଡର, ଧନିଆ ପାଉଡର, ଜିରା ପାଉଡର, ରସୁଣ ପାଉଡର, ଗୋଲମରିଚ ପାଉଡର, ଜୁଆଣି ପାଉଡଣ, କଶ୍ମୀର ଲାଲ ମିଚ୍ଚ ପାଉଡର, ହଳଦୀ, ଲୁଣ, ଛାଣିବା ପାଇଁ ତେଲ ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଖାରୁକୁ ନେଇ ଚୋପା ଛଡାଇ ଦିଅନ୍ତୁ। ତା’ ପରେ ଏହାକୁ ଆଳୁ ଭଳି ଲମ୍ବା ଲମ୍ବା ପତଳା ପତଳା କାଟିଦିଅନ୍ତୁ। ଏହାକୁ କିଛି ସମୟ ପାଇଁ ଗରମ ପାଣିରେ ପକାଇ ଧୋଇଦିଅନ୍ତୁ। ଏହାକୁ ଏବେ କାଢି ଟିସୁ ପେପରରେ ଭଲଭାବେ ପୋଛିଦିଅନ୍ତୁ ।

ଏହା ପରେ ଏକ କଢେଇରେ ତେଲ ଗରମ କରନ୍ତୁ। ଏବେ ଏହାକୁ ଛାଣିଦିଅନ୍ତୁ। ଏବେ ଏହାକୁ ଏକ ପ୍ଲେଟରେ କାଢି ରଖନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ସମସ୍ତ ମସଲା ପକାଇ ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ । ଏହାକୁ ଏବେ କଖାରୁ ଫ୍ରାଏଜ ଉପରେ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ଟମାଟୋ କ୍ୟାଚଅପ୍‌ ସହିତ ଗରମ ଗରମ ସର୍ଭ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.