ଏହି ପରିବାରେ ରହିଛି ଚିର ଯୌବନର ରହସ୍ୟ, ଖାଇବା ଦ୍ୱାରା ଦ୍ରୁତ ଗତିରେ କମିଥାଏ ଓଜନ

ପ୍ରତ୍ୟେକ ପନିପରିବାରେ ଔଷଧିୟ ଗୁଣ ରହିଛି । ଏହି ସବୁ ବିଷୟରେ ଜାଣି ତାହାର ବ୍ୟବହାର କଲେ ଆମେ ବହୁତ କିଛି ଲାଭ ପାଇ ପାରିବା । ଆପଣଙ୍କ ମଧ୍ୟରୁ ବହୁତ କଖାରୁ ଖାଇବାକୁ ନାକ ଟେକୁଥିବେ । ହେଲେ କଖାରୁରେ ଥିବା ଔଷଧିୟ ଗୁଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶରୀରରେ ଅନେକ ଫାଇଦା ପହଞ୍ଚାଇଥାଏ କଖାରୁ । ଆମେ ସାଧାରଣତଃ ବଜାରରେ ସବୁଜ, ନାରଂଗୀ ଓ ଧଳା ରଂଗର କଖାରୁ ଦେଖିଥାଉ ।

ହେଲେ ଆପଣ ଜାଣନ୍ତି କି ସାରା ବିଶ୍ୱରେ ପ୍ରାୟ ୧୫୦ ପ୍ରଜାତିର କଖାରୁ ରହିଛି । ଏଥିରେ ମିନେରାଲ ଓ ଭିଟାମିନ ଭରପୁର ଭାବେ ଥାଏ । ଯାହାକି ଆଖିରୁ ଆରମ୍ଭ କରି ହାର୍ଟର ଯତ୍ନ ନେଇଥାଏ । ଶରୀରରେ ପ୍ରତିରୋଧ ଶକ୍ତି ବଢ଼ାଇବା ସହ ଯୌବନ ଧରି ରଖିବାରେ କଖାରୁ ବହୁତ ଲାଭକାରୀ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ସବୁ ଫାଇଦା ରହିଛି କଖାରୁରେ ।

ଯୌବନ ବଜାୟ ରଖିଥାଏ

କଖାରୁରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରରେ ଥିବା ଯୋଗୁ ଏହା ଆମ ଚର୍ମର ଖୁବ ସୁରକ୍ଷା କରିଥାଏ । ଏଥିରେ ଥିବା ମାଗ୍ନେସିୟମ, ଆଇରନ୍‌, ଜିଙ୍କ, ମାଙ୍ଗାନିଜ ଓ ଆଣ୍ଟିଅକ୍ସିଡାଣ୍ଟ ତ୍ୱଚ୍ଚାର କୋଷିକାକୁ ନଷ୍ଟ ହେବାରୁ ରକ୍ଷା କରିଥାଏ । କଖାରୁରେ ଥିବା ବିଟା କେରୋଟିନ ଯାହା ଚର୍ମକୁ ଯୁବସୁଲଭ ରଖିଥାଏ । ଫଳରେ ଆପଣଙ୍କ ଯୌବନ ଏତେ ଶୀଘ୍ର କମି ନଥାଏ ।

କୋଲେଷ୍ଟରାଳ କରିଥାଏ ହ୍ରାସ

ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ । ଯାହାକୁ ଖାଇବା ପରେ ଦୀର୍ଘ ସମୟ ଯାଏ ଆପଣଙ୍କୁ ଭୋକ ଲାଗି ନଥାଏ । ଆପଣଙ୍କ ଶରୀରରେ ବ୍ୟାଡ କୋଲେଷ୍ଟରାଲ ଜମା ହୋଇ ନଥାଏ । ଏହା ଶରୀରରେ ବ୍ଲଡ ସୁଗାରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ଆଖିର ପାଓ୍ଵାର ବଢ଼ାଇଥାଏ

ଏହା ଭିଟାମିନ ଏ ର ଭଲ ସ୍ରୋତ ହୋଇଥିବାରୁ ଆଖିର ପାଓ୍ଵାର ବଢ଼ାଇଥାଏ । ଏହା ଆଖିର ଅନେକ ରୋଗ ମଧ୍ୟ ଭଲ କରିଥାଏ । ସ୍ୱାସ୍ଥ୍ୟବିତଙ୍କ ଅନୁସାରେ, ମୋତିଆ ବିନ୍ଦୁ ଆଶଙ୍କାକୁ କମ କରିଥାଏ କଖାରୁ । ଏହା ଏକ ଭଲ ରୋଗ ପ୍ରତିରୋଧକ ଭାବେ କାମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.