ଘରେ ହେଉ ଅବା ଅଫିସରେ ସକାରାତ୍ମକ ଉର୍ଜା ପାଇଁ ଟେବୁଲ ଉପରେ ନିଶ୍ଚିତ ରଖନ୍ତୁ ଏହିସବୁ ଜିନିଷ

ମନି ପ୍ଲାଣ୍ଟ ଭଳି ଏମିତି କିଛି ଜିନିଷ ରହିଛି, ଯାହା ବହୁତ ଭାଗ୍ୟଶାଳୀ ହୋଇଥାଏ। ଏହିସବୁ ଜିନିଷକୁ ଆପଣ ନିଜ ଡେସ୍କରେ ରଖନ୍ତୁ। କିନ୍ତୁ କେବେ ବି ନିଜ ଟେବୁଲରେ ଏହି ଜିନିଷ ସହିତ ଅନ୍ୟ କେଉଁ ଜିନିଷକୁ ରଖନ୍ତୁ ନାହିଁ। ଏହି ଜିନିଷକୁ ଘରେ ରଖିବା ଦ୍ୱାରା କେବଳ ଖୁସି ବାତାବରଣ କିମ୍ବା ସକାରାତ୍ମକ ଶକ୍ତି ନୁହେଁ ବରଂ ଗୁଡ ଲକ୍‌ ମଧ୍ୟ ଆସିଥାଏ।

ଲାଫିଙ୍ଗ ବୁଦ୍ଧ:

ଯଦି ଆପଣଙ୍କ କାମ କରିବାର ଜାଗା ଏବଂ ଟେବୁଲକୁ ସବୁବେଳେ ଭଲ ରଖିବାକୁ ଚାହୁଁଛନ୍ତି, ତେବେ ଟେବୁଲ ଉପରେ ଲାଫିଙ୍ଗ ବୁଦ୍ଧ ରଖନ୍ତୁ। ଏହାକୁ ରଖିବା ଦ୍ୱାରା ପଜିଟିଭିଟ ରହିଥାଏ। ଲାଫିଙ୍ଗ ବୁଦ୍ଧ ସବୁବେଳେ ମିଡିଅମ ସାଇଜର ନିଅନ୍ତୁ। ଲାଫିଙ୍ଗି ବୁଦ୍ଧର ପେଟ ଯେତେ ଗୋଲ ହୋଇଥିବା ସେତେ ଭଲ। ସବୁବେଳେ ଲାଫିଙ୍ଗି ବୁଦ୍ଧର ପେଟକୁ ଆଉଁଷିବା ଦ୍ୱାରା ନିଜର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହାକୁ ଟେବୁଲର ଦକ୍ଷିଣ ପଶ୍ଚିମ କୋଣରେ ରଖିବା ଦ୍ୱାରା ଶୁଭ ହୋଇଥାଏ।

ଡ୍ରାଗନ:

ଫେଙ୍ଗଶୁଇରେ ଡ୍ରାଗନ ମଧ୍ୟ ଭାଗ୍ୟଶାଳୀ ବୋଲି କୁହାଯାଏ। ଏହାକୁ ବୁଦ୍ଧ ପାଖରେ କିମ୍ବା ଓଲଟା ଦିଗରେ ରଖନ୍ତୁ। ଡ୍ରାଗନକୁ ଶକ୍ତିର ପ୍ରତୀକ ବୋଲି କୁହାଯାଏ। ଫେଙ୍ଗଶୁଇ ଏବଂ ଚୀନର ପରମ୍ପରା ଅନୁଯାୟୀ ଫେଙ୍ଗଶୁଇ ବହୁତ ପବିତ୍ର। ଜୀବନରେ ଉନ୍ନତି ପାଇଁ ବହୁତ ଶୁଭ ହୋଇଥାଏ।

frog
Photo credit: Makaan.com

କଏନ୍‌ ଧରିଥିବା ବେଙ୍ଗ:

ମୁହଁରେ କଏନ ଧରିଥିବା ବେଙ୍ଗ ଧନ ଲାଭର ପ୍ରତୀକ ହୋଇଥାଏ। ଏହା ଏହା ସୁନେଲୀ ରଙ୍ଗର କିମ୍ବା ଚାଇନା ମାଟିରେ ତିଆରି ହୋଇଥାଏ। ଏହା ସମୃଦ୍ଧିର ପ୍ରତୀକ। ଏହାକୁ ଆପଣ ଡେସ୍କର ଏଣ୍ଟ୍ରି ଗେଟ୍‌ କିମ୍ବା ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ। ସବୁବେଳେ ଏହାର ମୁହଁ ଭିତରକୁ ରଖନ୍ତୁ।

ଧୂପକାଠି:

ସକାଳୁ ଅଗରବତୀ ଜଳାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଯାଏ। ନକାରାତ୍ମକ ଶକ୍ତି ଆପଣଙ୍କ ସମୃଦ୍ଧିରେ ବାଧା ଆଣିଥାଏ। ଅଗରବତୀ କିମ୍ବା ଧୂପ ଲଗାଇବା ଦ୍ୱାରା ଘର ହେଉ ଅବା ଅଫିସ ସୁଗନ୍ଧିତ ହୋଇଥାଏ। ଯାହାଦ୍ୱାରା ସକାରାତ୍ମକ ଶକ୍ତି ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.