ପ୍ଲାଷ୍ଟିକ ପାତ୍ରରୁ ଦାଗ ଛଡାଇବା ଏବେ ଖୁବ ସହଜ, ଜାଣନ୍ତୁ ସହଜ ଟିପ୍ସ

ପିଲାଙ୍କ ଟିଫିନ ବକ୍ସ ହେଉ କିମ୍ବା ଘରେ ଖାଦ୍ୟ ବାଢ଼ିବା ପାଇଁ ପାତ୍ର, ପ୍ଲାଷ୍ଟିକର ବ୍ୟବହାର ଅଳ୍ପ ବହୁତ ଭାବେ ହେଉଥିବାର ଦେଖିବାକୁ ମିଳୁଛି। ହେଲେ ଏହି ପାତ୍ରରେ ଯଦି କୌଣସି ଦାଗ ଛାଡେଇବା ପାଇଁ ଆପଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା ପାଇଁ କିଛି ଟିପ୍ସ କହିବୁ । ଯାହାଦ୍ୱାରା ଆପଣ ସହଜରେ ଦାଗ ଛଡାଇ ପାରିବେ । ଏହାକୁ ଆପଣ ଭଲ ଭାବେ ବ୍ୟବହାର କରିପାରିବେ ।

ଗରମ ଖାଦ୍ୟକୁ ଯଦି ଆମେ ଏହି ପାତ୍ରରେ ରଖିବା ତେବେ କିଛି ସମୟ ପରେ ଏଥିରେ ଖାଦ୍ୟର ମହକ ରହିବା ସହ ଦାଗ ମଧ୍ୟ ରହିଯାଏ । ଯଦ୍ୱାରା ଏହାକୁ ବ୍ୟବହାର କରିବାକୁ ଇଚ୍ଛା ହୋଇନଥାଏ । ତେବେ ଏହି ଭଳି ଦାଗ ଓ ବାସ୍ନାରୁ ମୁକ୍ତି ପାଇଁ ମାନନ୍ତୁ ଏହି ସହଜ ଘରୋଇ ଟିପ୍ସ ।

– ସିରକାର ବ୍ୟବହାର କରି ଆପଣ ଏଭଳି ପାତ୍ରରୁ ବାସ୍ନା ସହ ଦାଗକୁ ହଟାଇପାରିବେ । ପ୍ଲାଷ୍ଟିକ ପାତ୍ରରେ ସିରକା ପକାଇ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ପରେ ଏହାକୁ ଭଲ ଭାବେ ଧୋଇଦିଅନ୍ତୁ । ଏହାଦ୍ୱାରା ପାତ୍ରଟି ଭଲ ଭାବେ ସଫା ହୋଇଯିବ ।

09876
pc: smooth

– ଦାଗ ଛଡାଇବା ପାଇଁ ବେକିଂ ସୋଡାର ବ୍ୟବହାର ମଧ୍ୟ କରିପାରିବେ । ଗରମ ପାଣିରେ ଏହାକୁ ପକାଇ ସଫା କରିବା ଦ୍ୱାରା ଏଥିରେ ଲାଗିଥିବା ଦାଗ ସହ ବାସ୍ନା ହଟିଯାଇଥାଏ ।

– କ୍ଲୋରିନ ବ୍ଲିଚର ବ୍ୟବହାର ମଧ୍ୟ ଆପଣ କରିପାରିବେ । ଏହାକୁ ପାଣିରେ ମିଶାଇ ପାତ୍ରକୁ ୩୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ପରେ ଏହାକୁ ସଫା କରିଦିଅନ୍ତୁ । ଦେଖିରେ ପ୍ଲାଷ୍ଟିକ ପାତ୍ରରୁ ସମସ୍ତ ଦାଗ ସହ ବାସ୍ନା ମଧ୍ୟ ଛାଡିଯାଇଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.