ଡାଏଟିଂ ଛାଡୁଛନ୍ତି କି ? ଜାଣନ୍ତୁ ଏହା ଶରୀର ଉପରେ କ’ଣ ପ୍ରଭାବ ପକାଏ

ଆଜିକାଲି ଲୋକାମାନେ ମୋଟାପଣକୁ ନେଇ ବହୁ ଚିନ୍ତିତ ରହୁଛନ୍ତି । ଓଜନ ବୃଦ୍ଧିକୁ ନେଇ ବହୁ ସମସ୍ୟା ଦେଖାଦେବା ସହ ଅନେକ ରୋଗ ମଧ୍ୟ ହୋଇଥାଏ । ଏହି ଓଜନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଜିମ୍‌ ଯିବାଠାରୁ ଆରମ୍ଭ କରି ଡାଏଟିଂ ମଧ୍ୟ କରିଥାନ୍ତି, କିନ୍ତୁ କିଛି ଲୋକ ଡାଏଟିଂକୁ ଅଧାରେ ଛାଡି ଦିଅନ୍ତି ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଡାଏଟିଂ ଛାଡିବା ପରେ ଶରୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳେ । ଯେତେବେଳେ ଡାଏଟ୍‌ କରନ୍ତି ସେତେବେଳେ ଖାଇବା, ପିଇବା ପଦ୍ଧତିରେ ଏକ ବଡ ପରିବର୍ତ୍ତନ ଆସେ । କିନ୍ତୁ ଡାଏଟିଂ ବନ୍ଦ କରିବା ମାତ୍ରେ ଶରୀର ଉପରେ ତୁରନ୍ତ ଏହାର ପ୍ରଭାବ ପକାଇଥାଏ । ଯଦି ଆପଣ ମଧ୍ୟ ଡାଏଟିଂକୁ ବନ୍ଦ କରୁଛନ୍ତି, ତେବେ ଆସନ୍ତୁ ଜାଣିବା ଏହା ଶରୀର ଉପରେ କି ପ୍ରଭାବ ପଡିପାରେ ।

ଓଜନ ଏବଂ ହଜମ ଉପରେ ପ୍ରଭାବ :

ଡାଏଟିଂ ସମୟରେ ଶରୀର କ୍ୟାଲୋରି କମ ଥାଏ, ଯେଉଁ କାରଣରୁ ଓଜନ କମିବା ଆରମ୍ଭ ହୁଏ । ସାଧାରଣ ଖାଦ୍ୟ ଖାଇବା ଆରମ୍ଭ କରିବା ମାତ୍ରେ ଶରୀର ପୁର୍ନବାର ଅଧିକ କ୍ୟାଲୋରି ପାଇବା ଆରମ୍ଭ କରେ । ଯଦି ଅଧିକ ତେଲ ଜାତୀୟ ଖାଦ୍ୟ କିମ୍ବା ଜଙ୍କ ଫୁଡ୍‌ ଖାଇବା ଆରମ୍ଭ କରନ୍ତି, ତେବେ ଓଜନ ଶୀଘ୍ର ବଢ଼ିପାରେ ।

ଯଦି ସନ୍ତୁଳିତ ଖାଦ୍ୟକୁ ଖାଆନ୍ତି, ତେବେ ଓଜନ ସ୍ଥିର ରହିବ । ଡାଏଟିଂ ସମୟରେ ଏହି ସନ୍ତୁଳିତ ଖାଦ୍ୟ ପେଟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । କିନ୍ତୁ ଡାଏଟିଂକୁ ଛାଡିବା ପରେ ହଠାତ୍‌ ପେଟ ଉପରେ ପ୍ରଭାବ ପକାଇଥାଏ ଏବଂ ଗ୍ୟାସ୍‌ ଭଳି ସମସ୍ୟା ସୃଷ୍ଟି କରେ ।

ମେଟୋବୋଲିଜିମ୍‌ ଏବଂ ଏନର୍ଜି ଲେବଲ ହ୍ରାସ :

ଡାଏଟିଂ ସମୟରେ ଶରୀରର ମେଟୋବୋଲିଜିମ୍‌ ହ୍ରାସ ପାଇଥାଏ । ଯଦି ହଠାତ୍‌ ଅଧିକ କ୍ୟାଲୋରି ଯୁକ୍ତ ଖାଇବା ଆରମ୍ଭ କରନ୍ତି ଏବଂ ବ୍ୟାୟାମ କରନ୍ତି ନାହିଁ, ଶରୀରରେ ଚର୍ବି ଗୁଡିକ ଅଧିକ ମାତ୍ରାରେ ଜମା ହୋଇଯାଏ ।

ଡାଏଟିଂ ସମୟରେ ଶରୀର କମ୍‌ କ୍ୟାଲୋରି ଥିବା କାରଣରୁ ଥକ୍କା ଅନୁଭବ ହୋଇଥାଏ । କିନ୍ତୁ ଡାଏଟିଂ ଛାଡିବା ପରେ ଶରୀର ପୁର୍ନବାର ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ପାଇବା ଆରମ୍ଭ କରେ। ବିଶେଷଜ୍ଞଙ୍କ ମତରେ, ଡାଏଟିଂ ଛାଡିବା ପରେ ମଧ୍ୟ ସୁସ୍ଥ ଖାଦ୍ୟ ଖାଇବା ନିହାତି ଜରୁରୀ ।

ଶରୀରରେ ଅନ୍ୟାନ୍ୟ ପରିବର୍ତ୍ତନ :

ଡାଏଟିଂ ସମୟରେ  କିଛି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱର ଅଭାବ ଦେଖାଯାଏ । ଦୀର୍ଘ ସମୟ ଧରି ଡାଏଟିଂ କରିବା ଦ୍ୱାରା ଶରୀରରେ ଭୋକ ନିୟନ୍ତ୍ରଣ କରୁଥିବା ହରମୋନର ସନ୍ତୁଳନ ମଧ୍ୟ ଖରାପ ହୋଇପାରେ । ଯଦି ଡାଏଟିଂ ସମୟରେ ପ୍ରୋଟିନର ପରିମାଣ କମ୍‌ ଥାଏ, ତେବେ ଶରୀରର ମାଂସପେଶୀ ଉପରେ ପ୍ରଭାବ ପକାଏ  । ଯଦି ସଠିକ୍‌ ପରିମାଣରେ ପ୍ରୋଟିନ ଖାଦ୍ୟ ଖାଆନ୍ତି ଏବଂ ବ୍ୟାୟାମ ମଧ୍ୟ କରନ୍ତି ତେବେ ମାଂସପେଶୀର ଶକ୍ତି ପୁଣି ବଢ଼ିପାରେ ।

ଡାଏଟିଂ ଛାଡିବା ପରେ ଶରୀରରେ ଅନେକ ପ୍ରକାରର ପ୍ରଭାବ ଦେଖିବାକୁ ମିଳେ । ଯଦି ପୃଷ୍ଟିକର ଖାଦ୍ୟ ଖାଇବା ଏବଂ ଡାଏଟିଂ ସମୟରେ ବ୍ୟାୟାମ କରିବା, ତେବେ ଆପଣଙ୍କ ଶରୀର ସୁସ୍ଥ ରହିବ ।