କୋଭିଡ୍‌ ସମୟ: ଭରପୂର ମାତ୍ରାରେ ଖାଆନ୍ତୁ ମୂଳା, ମିଳିବ ରୋଗ ପ୍ରତିରୋଧକ ଶକ୍ତି; ହୃଦ୍‌ ସମ୍ବନ୍ଧୀୟ ରୋଗ ଆଶଙ୍କା ମଧ୍ୟ ଅନେକ ଗୁଣା କମିଯିବ

ଏବେ ଚାଲିଛି ଶୀତ ଋତୁ। ଏହି ଋତୁରେ ଆପଣଙ୍କୁ ବଜାରରେ ଅନେକ ପ୍ରକାରର ପରିବା ମିଳିଯିବ। ଲୋକେ ବି ଶୀତ ଋତୁରେ ବିଭିନ୍ନ ପ୍ରକାର ସବୁଜ ପନିପରିବା ଖାଇବାକୁ ପସନ୍ଦ କରି ଥାଆନ୍ତି। କିନ୍ତୁ କହି ରଖୁଛୁ କି, ଏହି ଦିନେ ମିଳୁଥିବା ପନିପରିବା ଭିତରୁ ମୂଳା ଏମିତି ଏକ ପରିବା, ଯାହାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଆପଣଙ୍କୁ ମୂଳାର ଫାଇଦା ବିଷୟରେ କହିବୁ। ଶୀତଦିନେ ମୂଳାର ଭୁଜିଆ, ମୂଳାର ପରଟା କିମ୍ବା ମୂଳା ଭଜା ଖାଇବାକୁ ସମସ୍ତେ ପସନ୍ଦ କରି ଥାଆନ୍ତି। ମୂଳା ପରିବା ଶରୀରର ଇମ୍ୟୁନିଟି ଶକ୍ତି ବଢ଼ାଇଥାଏ। ଆସନ୍ତୁ ଜାଣିବା ମୂଳାର ଆଉ ସବୁ କେଉଁ ଲାଭ ରହିଛି।

ମୂଳାର ଫାଇଦା

୧. ଶୀତଦିନେ ଯଦି ଆପଣ ପ୍ରତିଦିନ ମୂଳା ଖାଇବେ, ତା’ ହେଲେ ଆପଣଙ୍କ ଇମ୍ୟୁନିଟି ଶକ୍ତି ମଜଭୁତ ହେବ ଏବଂ ଆପଣ ଥଣ୍ଡା, କାଶ, ସର୍ଦ୍ଦି ଭଳି ସମସ୍ୟାରୁ ନିଜକୁ ରକ୍ଷା କରି ପାରିବେ।

୨. ମୂଳା ଖାଇବା ଦ୍ୱାରା ହୃଦ୍‌ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ ବହୁତ କମି ଯାଇଥାଏ। କାରଣ, ମୂଳାରେ ଏନ୍ଥେସରନିନ୍‌ ରହିଛି, ଯାହାକି ହୃଦୟ ରୋଗର ସ୍ତରକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

୩. ଶୀତ ଦିନେ ମୂଳା ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜଭୁତ ହୋଇଥାଏ ଏବଂ ଖାଦ୍ୟ ଭଲ ଭାବରେ ହଜମ ହୋଇ ଯାଇଥାଏ।

୪. ଯଦି ଆପଣଙ୍କ ଘରେ କେହି ଡାଇବେଟିସ୍‌ ରୋଗୀ ଅଛନ୍ତି, ତା’ ହେଲେ ତାଙ୍କ ପାଇଁ ମୂଳା ସେବନ କରିବା ବହୁତ ଲାଭକାରୀ ହେବ। ମୂଳା ଖାଇବା ଦ୍ୱାରା ବ୍ଲଡ ସୁଗାର ସ୍ତର ଅନେକ ମାତ୍ରାରେ କମି ଯାଇଥାଏ। କିନ୍ତୁ ହାଇ ବ୍ଲଡ ସୁଗାର ଥିବା ଲୋକେ ମୂଳା ସେବନ କରିବା ଉଚିତ ନୁହେଁ। ଏମିତିରେ ଆପଣ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

୫. ଯଦି ଆପଣ ଶାରୀରିକ ରୂପେ ଥକ୍କା ଅନୁଭବ କରୁଛନ୍ତି, ତା’ ହେଲେ ମୂଳା ରସ ପିଅନ୍ତୁ। ମୂଳା ରସକୁ ଗରମ କରି ସେଥିରେ ସାମାନ୍ୟ କଳା ଲୁଣ ପକାଇ ଗର୍ଗଲ କରିବା ଦ୍ୱାରା ଲାଭ ମିଳିଥାଏ।

୬. ଯଦି ଆପଣଙ୍କ ଦାନ୍ତ ହଳଦିଆ ପଡ଼ି ଯାଉଛି, ତା’ ହେଲେ ମୂଳକୁ ଛୋଟ ଛୋଟ କରି କାଟି ତାହା ଉପରେ ଲେମ୍ବୁ ରସ ପକାନ୍ତୁ ଏବଂ ତାହାକୁ ନେଇ ଦାନ୍ତ ଉପରେ ଘଷନ୍ତୁ।

୭. ମୂଳାକୁ ନିୟମିତ ରୂପେ ସେବନ କରିବା ଦ୍ୱାରା କିଡ୍‌ନୀ ଏବଂ ଲିଭର ସୁସ୍ଥ ରହିଥାଏ। ଏଥି ସହିତ ମୂଳା ଖାଇବା ଦ୍ୱାରା ଭୋକ ମଧ୍ୟ ବଢ଼ିଥାଏ।

୮. ସୁନ୍ଦର ତଥା ମସୃଣ ତ୍ୱଚା ପାଇଁ ପ୍ରତିଦିନ ମୂଳା ଜୁସ୍‌ ପିଅନ୍ତୁ। ମୂଳାରେ ଭିଟାମିନ୍‌-ସି ଏବଂ ଫସଫରସ ଥିବାରୁ ଏହା ତ୍ୱଚାର ରୁକ୍ଷପଣକୁ ଦୂର କରି ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.