ମୁକ୍ତ ଭାବେ ବଞ୍ଚିବାରେ ବିଶ୍ୱାସ ରଖନ୍ତି ଏହି ମୂଳାଙ୍କର ଲୋକେ, ଅନ୍ୟକୁ ପ୍ରଭାବିତ କରିବାରେ ଥାଏ ଅଦ୍ଭୁତ କ୍ଷମତା

ଯେମିତି ହାତର ରେଖା, ମସ୍ତିସ୍କ ରେଖା, ଶରୀରରେ ଥିବା ଚିହ୍ନ ଆଧାରରେ ବ୍ୟକ୍ତିର ସ୍ୱଭାବ, ଗୁଣ, ପ୍ରେମ ଓ ବୈବାହିକ ଜୀବନ, ବ୍ୟବସାୟୀକ ଜୀବନ,କ୍ୟାରିଅର ଆଦି ବିଷୟରେ ଜଣାପଡ଼େ । ସେହିପରି ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ଜନ୍ମ ତାରିଖ ଆଧାରରେ ବ୍ୟକ୍ତିର ସମ୍ପର୍କରେ ବହୁତ କିଛି କୁହାଯାଇପାରେ ।

ଆଜି ଆମେ ଆପଣଙ୍କୁ ମାସର ୪, ୧୩, ୨୨ ଓ ୩୧ ତାରିଖରେ ଜନ୍ମିତ ଲୋକଙ୍କ ବ୍ୟକ୍ତିତ୍ୱ ଓ ଜୀବନ ସମ୍ପର୍କରେ କହିବୁ । ଏହି ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ମୂଳାଙ୍କ ୪ ହୋଇଥାଏ । ଆସନ୍ତୁ ଜାଣିବା ୪ ମୂଳାଙ୍କ ଲୋକଙ୍କ ବେଶେଷତ୍ୱ ।

୧. ମୂଳାଙ୍କ ୪ ବାଲା ଜାତକଙ୍କ ଜୀବନରେ ବାନ୍ଧି ହୋଇ ରହିବା ବିଲକୁଲ ପସନ୍ଦ ନୁହେଁ । ଏହି ଲୋକଙ୍କୁ ମୁକ୍ତ ଭାବେ ବଞ୍ଚିବା ପସନ୍ଦ ଆସିଥାଏ ।

୨. ଏହି ବ୍ୟକ୍ତି ନିଜ ସହିତ ନିଜ ଆଖପାଖରେ ଥିବା ଲୋକଙ୍କୁ ବି ଖୁସୀ ରଖିବାକୁ ଭଲ ପାଇଥାନ୍ତି । କୁହାଯାଏ ଏହି ଲୋକଙ୍କ ସେନ୍ସ ଅଫ୍‌ ହ୍ୟୁମର ବହୁତ ଭଲ ଥାଏ ।

୩. ଏମାନଙ୍କୁ ସବୁ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହ ଥାଏ । ଏହି ତାରିଖରେ ଜନ୍ମିତ ବ୍ୟକ୍ତି ନିଜ କାମ ଦ୍ୱାରା ଅନ୍ୟ ଲୋକଙ୍କୁ ବହୁତ ପ୍ରଭାବିତ କରିଥାନ୍ତ ।

୪. ଅଙ୍କ ଜ୍ୟୋତିଷ ଅନୁଯାୟୀ ଯେଉଁ ଲୋକ ଏହି ତାରିଖରେ ଜନ୍ମ ନେଇଥାନ୍ତି, ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ । ଅଙ୍କ ଜ୍ୟୋତିଷ ଅନୁଯାୟୀ, ମୂଳାଙ୍କ ୪ ବାଲା ଜାତକ ନିଜ ସାଙ୍ଗଙ୍କ ପାଇଁ ମଧ୍ୟ ଖୋଲା ଖୋଲି ଭାବେ ପଇସା ଖର୍ଚ୍ଚ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.