ଲାଇଫ୍ ଷ୍ଟାଇଲ୍

ରାକ୍ଷୀ ପୂର୍ଣ୍ଣିମାରେ ଦେଢ଼ ଘଣ୍ଟା ରହିବ ରାହୁ କାଳ, କରି ବସନ୍ତୁନି ଏହି ୫ଟି ଭୁଲ୍‌

ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ଏହି ଦିନ ଭଉଣୀ, ଭାଇର ଲମ୍ବା ଆୟୁଷ ଏବଂ ସୁଖ ସମୃଦ୍ଧି କାମନା କରି ହାତରେ ରାକ୍ଷୀ ବାନ୍ଧିଥାଏ। ଜ୍ୟୋତିଷବିଦ୍‌ କହିଥାଆନ୍ତି ଯେ ରକ୍ଷା ବନ୍ଧନରେ ଅନେକ ଲୋକ ଜଣା ଅଜଣାତରେ ବଡ଼ ବଡ଼ ଭୁଲ୍‌ କରି ବସନ୍ତି, ଯାହାକି ବହୁତ ଅଶୁଭ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହି ସବୁ ଭୁଲ୍‌ ବିଷୟରେ କହିବୁ।

ରାକ୍ଷୀ ପୂର୍ଣ୍ଣମାରେ ଭଦ୍ରା କାଳ ଏବଂ ରାହୁ କାଳରେ ରାକ୍ଷୀ ବନ୍ଧାଯାଇ ନ ଥାଏ। ଏଥର ରାକ୍ଷୀରେ ଭଦ୍ରାର ପ୍ରଭାବ ରହିବ ନାହିଁ। କିନ୍ତୁ ସନ୍ଧ୍ୟା ୫ଟା ୧୬ ମିନିଟ୍‌ରୁ ନେଇ ୬ଟା ୫୪ ମିନିଟ୍‌ ପର୍ଯ୍ୟନ୍ତ ରାହୁ କାଳ ରହିବ। ଏହାରି ଭିତରେ ଭୁଲ୍‌ରେ ବି ଭାଇ ହାତରେ ରାଖୀ ବାନ୍ଧିବେ ନାହିଁ।

୨୨ ଅଗଷ୍ଟ ସକାଳ ୬ଟା ୧୪ ମିନିଟ୍‌ ପର୍ଯ୍ୟନ୍ତ ଭଦ୍ରା ରହିବ। ଏହାପରେ ଦିନ ସାରା ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇ ପାରିବ। ଯେତେବେଳେ କି ପୂର୍ଣ୍ଣିମା ତିଥି ସନ୍ଧ୍ୟା ୫ଟା ୩୧ ମିନିଟ୍‌ ପର୍ଯ୍ୟନ୍ତ ହିଁ ରହିବ। ଏଥିପାଇଁ ୫ଟା ୩୧ ପୂର୍ବରୁ ହିଁ ଭାଇ ହାତରେ ରାକ୍ଷୀ ବାନ୍ଧି ଦିଅନ୍ତୁ।

ପ୍ରାୟତଃ ବଜାରରୁ ରାକ୍ଷୀ କିଣି ଘରକୁ ଆଣିବା ଭିତରେ ତାହା ଛିଣ୍ଡି ଯାଇଥାଏ ଏବଂ ଆମେ ଏହାକୁ ପୁଣି ଯୋଡ଼ି ଠିକ୍‌ କରି ଦେଇଥାଉ। ଜ୍ୟୋତିଷଙ୍କ ମୁତାବକ, ଯଦି କୌଣସି ରାକ୍ଷୀ ଖଣ୍ଡିତ ହୋଇଯାଏ, ତ ଏହାର ପ୍ରୟୋଗ ବାର୍ଜିତ ହୋଇଥାଏ। ଏମିତି ରାକ୍ଷୀ ଆଦୌ ବାନ୍ଧିବେ ନାହିଁ।

ବଜାରରେ ଆପଣଙ୍କୁ ପ୍ଲାଷ୍ଟିକ୍‌ରେ ତିଆରି ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାରର ରାକ୍ଷୀ ମିଳିଯିବ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ପ୍ଲାଷ୍ଟିକକୁ କେତୁର ପଦାର୍ଥ କୁହାଯାଇଥାଏ। ଏହା ଦୁର୍ନାମକୁ ବଢ଼ାଇଥାଏ। ତେଣୁ ଆପଣ ଏହି ପର୍ବରେ ପ୍ଲାଷ୍ଟିକ୍‌ ତିଆରି ରାକ୍ଷୀ ଭାଇକୁ ପିନ୍ଧାଇବେ ନାହିଁ।

ରାକ୍ଷୀ କିଣିଲା ବେଳେ ଗୋଟିଏ କଥା ଧ୍ୟାନରେ ରଖିବେ କି ରାକ୍ଷୀ କୌଣସି ଧାରୁଆ କି କ୍ଷତି ପହଞ୍ଚାଉଥିବା ଜିନିଷରେ ତିଆରି ହୋଇ ନ ଥିବ। ଶୁଭ ମଉକାରେ ଏମିତି ଜିନିଷ ଅଶୁଭ ହୋଇଥାଏ। ତେଣୁ ଏଭଳି ରାକ୍ଷୀ କିଣିବାଠୁ ଦୂରେଇ ରୁହନ୍ତୁ।

ଜ୍ୟୋତିଷଙ୍କ ମୁତାବକ, ଏହି ଦିନ ଭାଇ ମଧ୍ୟ ଭଉଣୀକୁ କୌଣସି ଧାରୁଆ କି କ୍ଷତି ପହଞ୍ଚାଉଥିବା ଜିନିଷ ଉପହାର ଆକାରରେ ଦେବା ଉଚିତ ନୁହେଁ। ଯେମିତି କି, ଛୁରି ସେଟ୍‌, ମିକ୍ସି, ଆଇନା, ଫଟୋ ଫ୍ରେମ ଇତ୍ୟାଦି।

ସେହିପରି ଭଉଣୀକୁ ରୁମାଲ, ଜୋତା କି ଚପଲ ଭଳି ଜିନିଷ ବି ଦେବା ଉଚିତ ନୁହେଁ। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ଭଉଣୀର କାରକ ବୋଲି କୁହାଯାଏ। ଏଥିପାଇଁ ଆପଣ ଏହି ଗ୍ରହ ସହ ଜଡ଼ିତ ଜିନିଷ ଦେଇପାରିବେ। ଆପଣ ତାଙ୍କୁ ଗ୍ୟାଜେଟ୍‌ କିମ୍ବା କୌଣସି ଇଲେକ୍ଟ୍ରୋନିକ୍‌ ଆଇଟମ୍‌ ଗିଫ୍ଟ କରିପାରିବେ।

 

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

20 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

21 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago