ସ୍ୱପ୍ନ ଶାସ୍ତ୍ର : ସ୍ୱପ୍ନରେ ଯଦି ନିଜକୁ ବରଷାରେ ଭିଜୁଥିବାର ଦେଖିବେ, ଜାଣନ୍ତୁ ଶୁଭ ନା ଅଶୁଭ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ ।

ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି । କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ବହୁତ ଶୁଭ ହୋଇଥାଏ । ଆସନ୍ତୁ ଜାଣିବା କ’ଣ ସେହି ସ୍ୱପ୍ନ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ,ଯଦି କେହି ବ୍ୟକ୍ତି ନିଜକୁ ବର୍ଷାରେ ଭିଜୁଥିବାର ଦେଖିବେ, ତେବେ ଏହାର ଅର୍ଥ କ’ଣ ଆସନ୍ତୁ ଜାଣିବା ।

ସ୍ୱପ୍ନରେ ନିଜକୁ ଭିଜୁଥିବାର ଦେଖିଲେ

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ,ଯଦି ଆପଣ ନିଜକୁ ବର୍ଷାରେ ଭିଜୁଥିବାର ଦେଖିବେ,ତେବେ ଏହା ଏକ ଶୁଭ ସଂକେତ ମନାଯାଇଥାଏ । ମାନ୍ୟତା ଯେ ଏମିତି ସ୍ୱପ୍ନ ଜୀବନରେ ଆଗକୁ ପ୍ରାପ୍ତ ହେବାକୁ ଥିବା ସୁଖ ଶାନ୍ତି କିମ୍ବା କିଛି ଶୁଭ ସମାଚାର ମିଳିବାକୁ ଇସାରା ଦେଇଥାଏ । ଏମିତି ସ୍ୱପ୍ନ ଆସୁଥିବା ସମୟରେ ଶୁଭ କାର୍ଯ୍ୟ ଆରମ୍ଭ ହେବାର ଅନୁକୂଳ ସମୟ ଓ ଏଥିରେ ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ ବୋଲି ସଂକେତ ଦେଇଥାଏ ।

ସ୍ୱପ୍ନରେ ପ୍ରବଳ ବର୍ଷା ଦେଖିବା

ସ୍ୱପ୍ର ଶାସ୍ତ୍ର ଅନୁସାରେ ଯଦି କେହି ବ୍ୟକ୍ତି ସ୍ୱପ୍ନରେ ମୂଷଳ ଧାରାରେ ବର୍ଷା ହେଉଥିବାର ଦେଖନ୍ତି, ତେବେ ଏହା ଏକ ସୁଖଦ ସ୍ୱପ୍ନ ବୋଲି ମନାଯାଇଥାଏ । ମାନ୍ୟତା ଯେ ଯଦି କେହି ବ୍ୟକ୍ତି ଏମିତି ସ୍ୱପ୍ନ ଦେଖନ୍ତି,ତେବେ ଏହା ଆପଣଙ୍କ କ୍ୟାରିଅରରେ ମନମୁତାବକ ଫଳ ପ୍ରାପ୍ତ କରିବେ । ଧନର ଦେବୀ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.