ଓଜନ କମ କରିବାକୁ ଚାହୁଁଛନ୍ତି କି? ଖାଆନ୍ତୁ କଞ୍ଚା କଦଳୀ

ଓଜନ କମ୍‌ କରିବା ପାଇଁ ସମସ୍ତେ ଚାହାଁନ୍ତି । ବହୁତ ଲୋକ ଅନେକ କାର୍ଯ୍ୟ ମଧ୍ୟ କରିଥାନ୍ତି କିନ୍ତୁ ତା’ ପରେ ବି ଓଜନ କମ୍‌ ହୁଏ ନାହିଁ । ଆହୁରି ମଧ୍ୟ କେହି କେହି ଜିମ୍‌ ଯାଇଥାନ୍ତି ତ ଆଉ କେହି ମର୍ଣ୍ଣିଙ୍ଗ ଓ୍ୱାକ୍‌ ବି କରିବା ସହ ଡାଏଟ୍‌ ମଧ୍ୟ କରିଥାନ୍ତି । ଏହା ସହ ଅନେକ ଲୋକ ହାଡ ଓ୍ୱାକ୍‌ ବି କରନ୍ତି, ଯେମିତିକି ସାଇକେଲିଂ ରେସ୍‌, ସୁଇମିଂ ଇତ୍ୟାଦି କରିଥାନ୍ତି । କିନ୍ତୁ ଏଥିରୁ କୌଣସି ଫଳାଫଳ ମିଳି ନଥାଏ । ଏଭଳି ପରିସ୍ଥିତିରେ ଆପଣ କିପରି ଓଜନ କମ୍‌ କରିବେ ଆସନ୍ତୁ ଜାଣିବା ।

କଞ୍ଚା କଦଳୀ ଉପକାରିତା :

କଦଳୀ ଏକ ପୃଷ୍ଟିକର ଫଳ, ଯେଉଁଥିରେ ଅନେକ ପ୍ରକାରର ପୃଷ୍ଟିକର ଖାଦ୍ୟ ମିଳିଥାଏ । ଏହା ଏକ ସାଧାରଣ ଫଳ ଯାହାକୁ କିଣିବାକୁ କମ୍‌ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କଞ୍ଚା କଦଳୀକୁ ଖାଇଲେ ଟିକେ ଅଜିବ ଲାଗୁଥାଇପାରେ କିନ୍ତୁ ଏହାକୁ ଚିପ୍ସ ଏବଂ ତରକାରି କରି ଖାଇପାରିବେ । ହେଲ୍ଥ ବିଶେଷଜ୍ଞ କହିଛନ୍ତି ଯେ, ଯଦି ଆପଣ ନିୟମିତ ଭାବରେ କଞ୍ଚା କଦଳୀ ଖାଆନ୍ତି

ତେବେ ସ୍ୱାସ୍ଥ୍ୟ ପାଇଁ କ’ଣ ଲାଭ ହୋଇପାରେ?

ଅନେକ ଲୋକ ଅଛନ୍ତି ଯିଏକି ଓଜନ କମ୍‌ କରିବାକୁ ଚାହୁଁଛନ୍ତି କିନ୍ତୁ ସଫଳତା ହାସଲ କରନ୍ତି ନାହିଁ । ଏପରି ପରିସ୍ଥିତିରେ ଯଦି କଞ୍ଚା କଦଳୀ ଖାଆନ୍ତି, ତେବେ ଆପଣଙ୍କୁ ପ୍ରଚୁର ପରିମାଣରେ ଫାଇବର ମିଳିବ ଏବଂ ଏଥିରେ କମ୍‌ କ୍ୟାଲୋରି ମଧ୍ୟ ପାଇବେ । ଏହାକୁ ଖାଇବା ଦ୍ୱାରା ଭୋକ କମ୍‌ ଲାଗିଥାଏ ଏବଂ ଆପଣ କମ୍‌ ଖାଇଥାନ୍ତି । ଯାହା ଧୀରେ ଧୀରେ ଓଜନକୁ ହ୍ରାସ କରାଇଥାଏ ।

କଞ୍ଚା କଦଳୀରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ, ଯାହା ଫ୍ରି’ ରେଡିକଲ୍ସ ସହିତ ଫାଇଟ୍‌ କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ୱାରା କ୍ୟାନସର ଏବଂ ଅକ୍ସିଡେଟିଭ୍‌ କ୍ଷତି ଭଳି ରୋଗ ହେବାର ଆଶଙ୍କା କମିଯାଏ ।

କଞ୍ଚା କଦଳୀରେ ବାଉଣ୍ଡ ଫେନୋଲିକ୍‌ ପ୍ରଚୁର ମାତ୍ରାରେ ମିଳିଥାଏ ଯାହାର ପ୍ରିବିୟୋଟିକ୍‌ ପ୍ରଭାବ ରହିଥାଏ । ଏହା ସହିତ ଭଲ ବ୍ୟାକେ୍ଟରିଆ ପେଟ ଏବଂ ଛୋଟ ଅନ୍ତନଳୀରେ ପହଞ୍ଚି ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।

ପାଚିଲା କଦଳୀଠାରୁ କଞ୍ଚା କଦଳୀର ମିଠା କମ୍‌ ଥାଏ । ଯାହା କାରଣରୁ ଏହାକୁ ଖାଇଲେ କୈଣସି ରୋଗ ହୋଇନଥାଏ । ବିଶେଷ ଭାବରେ ଡାଇବେଟିସ୍‌ ରୋଗ ହୋଇନଥାଏ । ଏହାକୁ ଡାଇବେଟିସ୍‌ ରୋଗୀ ମଧ୍ୟ ଖାଇପାରିବେ । କଞ୍ଚା କଦଳୀରେ ଗ୍ଲାଇମେସିକ୍‌ ଇଣ୍ଡେକ୍ସ ପ୍ରାୟ ୩୦ ଥାଏ ଯାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ପାଚିଲା କଦଳୀ ପରି ଏଥିରେ ପୋଟାସିୟମ ମଧ୍ୟ ରହିଥାଏ ଯାହା ବ୍ଳଡ୍‌ ପ୍ରେସରକୁ ମେଣ୍ଟେନ୍‌ କରିପାରେ ଏବଂ ହୃତ୍‌ ସ୍ପନ୍ଦନକୁ ମଧ୍ୟ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ । ଯଦି ନିୟମିତ ଭାବରେ କଞ୍ଚା କଦଳୀକୁ ଖାଆନ୍ତି ତେବେ ଆପଣଙ୍କ ରୋଗ ଦୂର ହେବା ସହ ଓଜନ ମଧ୍ୟ କମ୍‌ ହେବ ।

You might also like